ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା ଗୋଟିଏ ଗ୍ରହର ମାନ୍ୟତା ପାଇଥିଲା। ସୌରଜଗତର ନବଗ୍ରହ ମଧ୍ୟରେ ଏହା ଶେଷ ଗ୍ରହ ଭାବରେ ପରିଚିତ ଥିଲା। ମାତ୍ର ଗତ ଶତାବ୍ଦୀର ନବେ ଦଶକରେ ପ୍ଲୁଟୋ ଆକାରର କେତୋଟି ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କୃତ ହେବା ପରେ ପ୍ଲୁଟୋର ଗ୍ରହ ମାନ୍ୟତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଲା।
୧୯୯୨ ମସିହାରେ ସୌରଜଗତର ଶେଷ ସୀମାରେ ଅନେକ ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କୃତ ହେଲା। ଏହି ଅଞ୍ଚଳ ‘କୁଇପର ବଳୟ’ ନାମରେ ଜଣା। ଆମେରିକୀୟ ଜ୍ୟୋତିର୍ବିଦ ମାଇକ୍‌ ବ୍ରାଉନ୍‌ ୨୦୦୩ ମସିହାରେ ଏହି ଅଞ୍ଚଳରେ ୨୪୦୦ କିମି ବ୍ୟାସ ବିଶିଷ୍ଟ ଗୋଟିଏ ପିଣ୍ଡ ଆବିଷ୍କାର କଲେ। ସେ ଏହାର ନାମ ‘ଇରିସ୍‌’ ଦେଲେ ଏବଂ ଏହାକୁ ସୌରଜଗତର ଦଶମ ଗ୍ରହ ଭାବେ ଗ୍ରହଣ କରିବାକୁ ଦାବିକଲେ। ୨୦୦୫ ମସିହା ସୁଦ୍ଧା ଆକାର ଓ କକ୍ଷ ପ୍ଲୁଟୋ ସହ ତୁଳନୀୟ ଆଉ ଦୁଇଟି ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କୃତ ହେଲା। ଏହି ଦୁଇଟି ହେଉଛି ‘କଓ୍ବେର’ ଏବଂ ‘ସେଡନା’। ଏହାପରେ ପ୍ଲୁଟୋକୁ ନେଇ ବିବାଦ ଦେଖାଦେଲା। କେତେକ ଜ୍ୟୋତିର୍ବିଦ ଏହାକୁ ଗ୍ରହ ତାଲିକାରୁ ବାହାର କରିବାକୁ ଦାବି କରିଥିବା ବେଳେ ଅନ୍ୟ କେତେଜଣ ନୂତନ ଆବିଷ୍କୃତ ବଡ଼ ବଡ଼ ପିଣ୍ଡଗୁଡିକୁ ଗ୍ରହ ଭାବେ ଗ୍ରହଣ କରିବା ପାଇଁ କହିଲେ। ପୁନଶ୍ଚ ଜଣାପଡ଼ିଲା ଯେ କୁଇପର ବଳୟରେ ପ୍ଲୁଟୋ ଆକାରର ଆହୁରି ଅନେକ ଜ୍ୟୋତିର୍ବିଦୀୟ ପିଣ୍ଡ ଅଛି। ଏଣୁ ସବୁଗୁଡ଼ିକୁ ଗ୍ରହର ଅନ୍ତର୍ଭୁକ୍ତ କଲେ ଗ୍ରହ ତାଲିକା ବହୁତ ଲମ୍ବା ହୋଇଯିବ।
ଶେଷରେ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୨୦୦୬ ମସିହାରେ ଏହାର ସାଧାରଣ ଅଧିବେଶନରେ ଗ୍ରହର ଏକ ଉପଯୁକ୍ତ ସଂଜ୍ଞା ନିର୍ଦ୍ଧାରଣ କଲା। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗ୍ରହର କୌଣସି ବିଧିବଦ୍ଧ ସଂଜ୍ଞା ନ ଥିଲା। ପ୍ରଥମେ ଧରି ନିଆଯାଇଥିଲା ଯେ ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ଓ କୌଣସି ଗ୍ରହକୁ ପରିକ୍ରମଣ କରୁ ନ ଥିବା ଜ୍ୟୋତିର୍ବିଦୀୟ ପିଣ୍ଡ ହେଉଛି ଗ୍ରହ। ୧୮୦୦ ମସିହା ପରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଥିବାର ଆବିଷ୍କାର କରାଗଲା। ଏଗୁଡ଼ିକ ସଂଖ୍ୟା ୧୦,୦୦୦ରୁ ଅଧିକ ଅନୁମାନ କରାଗଲା। ଏହି କ୍ଷୁଦ୍ର ପିଣ୍ଡଗୁଡ଼ିକୁ ଗ୍ରହ ନ କହି ଗ୍ରହାଣୁ ବା ଗୌଣ ଗ୍ରହ କୁହାଗଲା। ଫଳରେ ଗ୍ରହର ବ୍ୟବହାରିକ ସଂଜ୍ଞା ବଦଳିଗଲା। ଯେଉଁ ପିଣ୍ଡର ଆକାର ବଡ଼ ହୋଇଥିବ ଏବଂ ତାହା ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଥିବ, ତାକୁ ଗ୍ରହ କୁହାଗଲା। କିନ୍ତୁ ଏଥିରେ ଗ୍ରହର ନିମ୍ନତମ ଆକାର ନିର୍ଦ୍ଧାରଣ କରାଯାଇ ନ ଥିଲା। ଏଣୁ ପ୍ଲୁଟୋ ଆକାରର କେତେଗୁଡ଼ିଏ ଜ୍ୟୋତିର୍ବିଦୀୟ ପିଣ୍ଡ ଆବିଷ୍କୃତ ହେବା ପରେ ସେଗୁଡ଼ିକୁ ଗ୍ରହ ଭାବରେ ଦାବି ସ୍ବାଭାବିକ ଥିଲା।
ଏହିସବୁ ବିବାଦର ଅନ୍ତ ଘଟାଇ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ଗ୍ରହ ନିମିତ୍ତ ତିନୋଟି ସର୍ତ୍ତ ରଖିଲେ। ସେଗୁଡ଼ିକ ହେଉଛି- (୧) ଏହା ସୂର୍ଯ୍ୟ ଚତୁଃପାର୍ଶ୍ୱରେ ପରିକ୍ରମଣ କରୁଥିବ ଓ ଅନ୍ୟ ଜ୍ୟୋତିର୍ବିଦୀୟ ପିଣ୍ଡ ଚାରିପଟେ ଘୂରୁ ନ ଥିବ; (୨) ଏହାର ଯଥେଷ୍ଟ ବସ୍ତୁତ୍ୱ ଥିବ, ଯେଉଁଥିପାଇଁ ଏହା ମାଧ୍ୟାକର୍ଷଣ ବଳରେ ଗୋଲାକାର ହୋଇଥିବ; ଏବଂ (୩) ଏହାର କକ୍ଷ ଅନ୍ୟ କୌଣସି ଜ୍ୟୋତିର୍ବିଦୀୟ ପିଣ୍ଡର କକ୍ଷକୁ ଅତିକ୍ରମ କରୁ ନ ଥିବ। ଏହାର ତୃତୀୟ ସର୍ତ୍ତକୁ ପୂରଣ କରି ନ ପାରିବାରୁ ପ୍ଲୁଟୋ ଗ୍ରହ ତାଲିକାରୁ କଟିଗଲା। ଏହିପରି ଭାବରେ ୧୯୩୦ ମସିହାଠାରୁ ୨୦୦୬ ମସିହା ପର୍ଯ୍ୟନ୍ତ ଗ୍ରହ ଭାବେ ମାନ୍ୟତା ପାଇଥିବା ପ୍ଲୁଟୋ ଏହାପରେ ‘ବାମନ ଗ୍ରହ’ ଆଖ୍ୟା ପାଇଲା। ଉଲ୍ଳେଖନୀୟ ଯେ, ୨୦୦୬ ମସିହାର ଏହି ସମ୍ମିଳନୀରେ ‘ବାମନ ଗ୍ରହ’ ନୂଆ ଶବ୍ଦ ସୃଷ୍ଟି କରାଗଲା ଏବଂ ଏଥିରେ ପ୍ଲୁଟୋ ସମେତ ସେରେସ୍‌, ଇରିସ୍‌, ମାକିମାକି ହାଉମିଆ ଅନ୍ତର୍ଭୁକ୍ତ ହେଲେ।
ଗତ ମାସରେ ଆମେରିକା ମହାକାଶ ସଂସ୍ଥା ‘ନାସା’ର ପ୍ରଶାସକ ଜାରେଦ ଆଇଜାକମାନ୍‌ ପ୍ରକାଶ କରିଛନ୍ତି ଯେ, ପ୍ଲୁଟୋକୁ ପୁଣି ଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନାସା ପାଖରେ ଯଥେଷ୍ଟ ତଥ୍ୟ ଅଛି ଏବଂ ଏହା ଉପରେ ଏକ ନିବନ୍ଧ ପ୍ରସ୍ତୁତ କରାଯାଉଛି। ଏହାପରେ ଅନେକ ଜ୍ୟୋତିର୍ବିଦ ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟ କେତେଜଣ ଏହାକୁ ବିରୋଧ କରୁଛନ୍ତି। ନାସାର ବୈଜ୍ଞାନିକମାନେ ‘ନିଉ ହୋରିଜୋନ୍‌ସ’ ଯାନ ପଠାଇଥିବା ତଥ୍ୟରୁ ପ୍ଳୁଟୋର ଏକ ଭିନ୍ନ ରୂପ ପାଇଛନ୍ତି। ଏହି ଅନୁଯାୟୀ ପ୍ଲୁଟୋ ପୃଷ୍ଠରେ ପାହାଡ଼, ପର୍ବତ, ହିମପ୍ରବାହ ଏବଂ ଏକ ଜଟିଳ ବାୟୁମଣ୍ଡଳ ଅଛି। ଏଣୁ ଗଠନ ଦୃଷ୍ଟିରୁ ଏହା ଗ୍ରହଣଯୋଗ୍ୟ ବୋଲି ସେମାନେ ଦାବି କରୁଛନ୍ତି। ସେମାନଙ୍କର ଅନ୍ୟ ଏକ ଯୁକ୍ତି ଯେ ପ୍ଲୁଟୋ କକ୍ଷ ନେପଚ୍ୟୁନ କକ୍ଷକୁ ଅତିକ୍ରମ କରୁଥିବାରୁ ଏହାକୁ ଗ୍ରହ ତାଲିକାରୁ ବାହାର କରି ଦିଆଯାଇଥିବା ଯୁକ୍ତି ଅକାଟ୍ୟ ନୁହେଁ। ସେମାନଙ୍କର ଯୁକ୍ତି ହେଉଛି ଯେ ଯଦି ‘କକ୍ଷ ପଥ ସଫା ରହିବା’ ନିୟମକୁ କଡ଼ାକଡ଼ି ଭାବେ ଦେଖାଯାଏ, ତାହାହେଲେ ପୃଥିବୀ ଓ ବୃହସ୍ପତି ପାଖରେ ମଧ୍ୟ ଅନେକ ଗ୍ରହାଣୁ ଅଛନ୍ତି। ଏଣୁ ଏହି ଆଧାରରେ ପ୍ଳୁଟୋକୁ ଗ୍ରହ ତାଲିକାରୁ ବାହାର କରିବା ଉଚିତ ହୋଇନାହିଁ।
ଅନ୍ୟପକ୍ଷରେ ଯଦି ପ୍ଲୁଟୋକୁ ପୁଣି ଗ୍ରହ ଭାବରେ ବିବେଚନା କରାଯାଏ, ତାହାହେଲେ ସୌରଜଗତର ଗ୍ରହ ସଂଖ୍ୟା ଅନେକ ପରିମାଣରେ ବୃଦ୍ଧି ପାଇବ। କାରଣ ସୌରଜଗତରେ ପ୍ଲୁଟୋ ଭଳି ଏକଶହରୁ ଅଧିକ ପିଣ୍ଡ ଆବିଷ୍କୃତ ହୋଇଛି। ଯଦି ଏସବୁକୁ ଗ୍ରହ ଭାବରେ ଧରାଯାଏ, ତାହାହେଲେ ଗ୍ରହ ନାମର ଆଉ ମହତ୍ତ୍ୱ ରହିବ ନାହିଁ ଏବଂ ଏସବୁକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବା ଓ ମନେରଖିବା ସମ୍ଭବ ହେବ ନାହିଁ। ନାସା ଏହାର ନୂତନ ରିପୋର୍ଟ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ପାଖକୁ ଦେବାପରେ ପ୍ଲୁଟୋର ଭାଗ୍ୟ କ’ଣ ହେବ ଜଣାପଡ଼ିବ।

-ସମ୍ପାଦକ, ସାଇନ୍ସ ହୋରିଜନ୍‌ସ
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?