ନାଟମଣ୍ଡପ ଫାଟକୁ ନେଇ ବିବାଦ

ପୁରୀ ଅଫିସ,୨୪।୩: ଶ୍ରୀମନ୍ଦିର ନାଟମଣ୍ଡପରେ ବଡ଼ ଧରଣର ଫାଟ ଦେଖିବାକୁ ମିଳିବା ପରେ ଏହି ଫାଟ ନୂଆ କିମ୍ବା ପୁରୁଣା ତାହାକୁ ନେଇ ବିବାଦ ତେଜୁଛି। ଫାଟ ନୂଆ ବୋଲି ପୁରୀ ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତବିଶେଷ ଦାବି କରୁଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ତାହାକୁ ପୁରୁଣା ବୋଲି କହୁଛି। ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏ ନେଇ ଯାଞ୍ଚ କରିବା ସତ୍ତ୍ୱେ ନୀରବ ଥିବାରୁ ସାଧାରଣରେ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି।

ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ବଳିଆପଣ୍ଡାସ୍ଥିତ ଏଏସ୍‌ଆଇ କାର୍ଯ୍ୟାଳୟକୁ ଯାଇ ଏଏସ୍‌ଆଇ ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳ ଯୁକ୍ତି ବାଢ଼ିଛନ୍ତି ଯେ, ନାଟମଣ୍ଡପରେ ହୋଇଥିବା ଫାଟ ନୂଆ। ଯଦି ଏହା ପୁରୁଣା ତେବେ ଏନେଇ ଭୁବନେଶ୍ୱରସ୍ଥିତ ଏଏସ୍‌ଆଇ କାର୍ଯ୍ୟାଳୟକୁ କାହିଁକି ସୂଚନା ଦିଆଯାଇ ନ ଥିଲା। ଏଏସ୍‌ଆଇ ଯଦି ନାଟମଣ୍ଡପ ଫାଟକୁ ପୁରୁଣା ବୋଲି କହି ଖସିଯିବାକୁ ଚାହୁଁଛି ତେବେ ଶ୍ରୀମନ୍ଦିର ସ୍ଥିତି ସମ୍ପର୍କିତ ମାସକିଆ ରିପୋର୍ଟ ଦାଖଲ କରିବା ବେଳେ ଏ ସମ୍ପର୍କରେ ଉଲ୍ଲେଖ ଥିବା ସ୍ପଷ୍ଟ କରୁ। ତେବେ ପ୍ରତିନିଧି ଦଳର ଏହି ଦାବିକୁ ଏଏସ୍‌ଆଇ ଅଧିକାରୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଫାଟ ପୁରୁଣା ଏବଂ ବହୁ ପୂର୍ବରୁ ଏ ସଂକ୍ରାନ୍ତ ସୂଚନା ଦିଆଯାଇଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି। ତେବେ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ପରିକ୍ରମା ପ୍ରକଳ୍ପ ପାଇଁ ହେଉଥିବା ବ୍ୟାପକ ଖନନ ଯୋଗୁ ଏଭଳି ଫାଟ ସୃଷ୍ଟି ହୋଇଛି। ପ୍ରଶାସନ ଏବଂ ଏଏସ୍‌ଆଇ ଏହାକୁ ପୁରୁଣା ଫାଟ ବୋଲି କହି ଖସିଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସତ ବେଶିଦିନ ଲୁଚି ରହିବ ନାହିଁ। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ଏହାର ଯାଞ୍ଚ ନେଇ ତତ୍ପରତା ଦେଖାଉନାହିଁ। ତେଣୁ ଏଥିରୁ ନାଟମଣ୍ଡପରେ ଫାଟ ଭଳି ସମ୍ବେଦନଶୀଳ ଘଟଣାକୁ ପ୍ରଶାସନ କିମ୍ବା ଏଏସ୍‌ଆଇ ଭ୍ରୂକ୍ଷେପ କରୁ ନ ଥିବା ସ୍ପଷ୍ଟ ହେଉଛି। ନାଟ ମଣ୍ଡପରେ ଗୋଟିଏ ବଡ଼ ଓ କିଛି ଛୋଟ ଫାଟ ରହିଛି। ଏହି ଫାଟ କେବେ ହେଲା ଏବଂ ଏନେଇ ଏଏସ୍‌ଆଇ କେବେ ରିପୋର୍ଟ କରି ସୂଚନା ଦେଲା ତାହା ସାର୍ବଜନୀନ ହେବା ଦରକାର। କୋଟି କୋଟି ଜଗନ୍ନାଥପ୍ରେମୀ ଜାଣିବା ଦରକାର ଯେ, ବାସ୍ତବରେ କାହା ଅବହେଳାରୁ ନାଟମଣ୍ଡପରେ ଫାଟ ହୋଇଛି। କେସ୍‌ ନମ୍ବର-୯୦୯୮/୨୦୧୬ କ୍ରମେ ହାଇକୋର୍ଟଙ୍କ ରାୟରେ ନାଟମଣ୍ଡପର ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ଏଏସ୍‌ଆଇ ନିର୍ଦ୍ଦେଶକ ଏବଂ ଯୁଗ୍ମନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ବି ରିପୋର୍ଟ ଦାଖଲ କରାଯାଇନାହିଁ।

୨୦୧୯ରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ତତ୍ପରତା ଦେଖାଇବାର ଆବଶ୍ୟକତା ଥିବାବେଳେ ଏଏସ୍‌ଆଇ ଏଥିପ୍ରତି ଆଖି ବୁଜି ଦେଇଛି। ଏଏସ୍‌ଆଇର ଅବହେଳା ଯୋଗୁ ନାଟମଣ୍ଡପ ଦୁର୍ବଳ ହୋଇଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଏଏସ୍‌ଆଇ ଚୁପ୍‌ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୯୭୯ ଅଗଷ୍ଟ ୨୨ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଏକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଏଣୁ ଶ୍ରୀମନ୍ଦିର ମରାମତି ଓ ସୁରକ୍ଷା ପ୍ରସଙ୍ଗରେ ଏଏସ୍‌ଆଇ ଯେଉଁଭଳି ଭାବେ ସମ୍ବେଦନଶୀଳ ଆଚରଣ ଦେଖାଇବା କଥା ତାହା ଦେଖିବାକୁ ମିଳୁ ନାହିଁ। ଫାଟ ସମ୍ପର୍କରେ ସ୍ପଷ୍ଟ ଭାବେ ମତ ଦେବା ପରିବର୍ତ୍ତେ ପୁରୁଣା କହି ଖସିଯିବାକୁ ଚାହୁଁଛି ବୋଲି ସାମାଜିକ କର୍ମୀ ଚିନ୍ମୟ ଦାଶ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ଏହି ଫାଟ ନୂଆ ନୁହେଁ। କ୍ଲାମ୍ପ ଭିଡ଼ାଯିବା ବେଳଠାରୁ ଏଭଳି ଫାଟ ଦେଖିବାକୁ ମିଳୁଥିଲା। ତେବେ କେଉଁ ଫାଟ ସମ୍ପର୍କରେ କୁହାଯାଉଛି ତାହାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବା ଦରକାର। ଏହାପରେ ଫାଟ କେତେ ପୁରୁଣା ତାହା ସ୍ପଷ୍ଟ ଭାବେ କହିହେବ ବୋଲି ପୂଜାପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ଏଏସ୍‌ଆଇ ଅଧିକାରୀ ଶ୍ରୀମନ୍ଦିରକୁ ଯାଇ ନାଟମଣ୍ଡପ ଫାଟକୁ ଯାଞ୍ଚ କରିଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri