ନାଟମଣ୍ଡପ ଫାଟକୁ ନେଇ ବିବାଦ

ପୁରୀ ଅଫିସ,୨୪।୩: ଶ୍ରୀମନ୍ଦିର ନାଟମଣ୍ଡପରେ ବଡ଼ ଧରଣର ଫାଟ ଦେଖିବାକୁ ମିଳିବା ପରେ ଏହି ଫାଟ ନୂଆ କିମ୍ବା ପୁରୁଣା ତାହାକୁ ନେଇ ବିବାଦ ତେଜୁଛି। ଫାଟ ନୂଆ ବୋଲି ପୁରୀ ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତବିଶେଷ ଦାବି କରୁଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ତାହାକୁ ପୁରୁଣା ବୋଲି କହୁଛି। ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏ ନେଇ ଯାଞ୍ଚ କରିବା ସତ୍ତ୍ୱେ ନୀରବ ଥିବାରୁ ସାଧାରଣରେ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି।

ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ବଳିଆପଣ୍ଡାସ୍ଥିତ ଏଏସ୍‌ଆଇ କାର୍ଯ୍ୟାଳୟକୁ ଯାଇ ଏଏସ୍‌ଆଇ ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳ ଯୁକ୍ତି ବାଢ଼ିଛନ୍ତି ଯେ, ନାଟମଣ୍ଡପରେ ହୋଇଥିବା ଫାଟ ନୂଆ। ଯଦି ଏହା ପୁରୁଣା ତେବେ ଏନେଇ ଭୁବନେଶ୍ୱରସ୍ଥିତ ଏଏସ୍‌ଆଇ କାର୍ଯ୍ୟାଳୟକୁ କାହିଁକି ସୂଚନା ଦିଆଯାଇ ନ ଥିଲା। ଏଏସ୍‌ଆଇ ଯଦି ନାଟମଣ୍ଡପ ଫାଟକୁ ପୁରୁଣା ବୋଲି କହି ଖସିଯିବାକୁ ଚାହୁଁଛି ତେବେ ଶ୍ରୀମନ୍ଦିର ସ୍ଥିତି ସମ୍ପର୍କିତ ମାସକିଆ ରିପୋର୍ଟ ଦାଖଲ କରିବା ବେଳେ ଏ ସମ୍ପର୍କରେ ଉଲ୍ଲେଖ ଥିବା ସ୍ପଷ୍ଟ କରୁ। ତେବେ ପ୍ରତିନିଧି ଦଳର ଏହି ଦାବିକୁ ଏଏସ୍‌ଆଇ ଅଧିକାରୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଫାଟ ପୁରୁଣା ଏବଂ ବହୁ ପୂର୍ବରୁ ଏ ସଂକ୍ରାନ୍ତ ସୂଚନା ଦିଆଯାଇଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି। ତେବେ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ପରିକ୍ରମା ପ୍ରକଳ୍ପ ପାଇଁ ହେଉଥିବା ବ୍ୟାପକ ଖନନ ଯୋଗୁ ଏଭଳି ଫାଟ ସୃଷ୍ଟି ହୋଇଛି। ପ୍ରଶାସନ ଏବଂ ଏଏସ୍‌ଆଇ ଏହାକୁ ପୁରୁଣା ଫାଟ ବୋଲି କହି ଖସିଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସତ ବେଶିଦିନ ଲୁଚି ରହିବ ନାହିଁ। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ଏହାର ଯାଞ୍ଚ ନେଇ ତତ୍ପରତା ଦେଖାଉନାହିଁ। ତେଣୁ ଏଥିରୁ ନାଟମଣ୍ଡପରେ ଫାଟ ଭଳି ସମ୍ବେଦନଶୀଳ ଘଟଣାକୁ ପ୍ରଶାସନ କିମ୍ବା ଏଏସ୍‌ଆଇ ଭ୍ରୂକ୍ଷେପ କରୁ ନ ଥିବା ସ୍ପଷ୍ଟ ହେଉଛି। ନାଟ ମଣ୍ଡପରେ ଗୋଟିଏ ବଡ଼ ଓ କିଛି ଛୋଟ ଫାଟ ରହିଛି। ଏହି ଫାଟ କେବେ ହେଲା ଏବଂ ଏନେଇ ଏଏସ୍‌ଆଇ କେବେ ରିପୋର୍ଟ କରି ସୂଚନା ଦେଲା ତାହା ସାର୍ବଜନୀନ ହେବା ଦରକାର। କୋଟି କୋଟି ଜଗନ୍ନାଥପ୍ରେମୀ ଜାଣିବା ଦରକାର ଯେ, ବାସ୍ତବରେ କାହା ଅବହେଳାରୁ ନାଟମଣ୍ଡପରେ ଫାଟ ହୋଇଛି। କେସ୍‌ ନମ୍ବର-୯୦୯୮/୨୦୧୬ କ୍ରମେ ହାଇକୋର୍ଟଙ୍କ ରାୟରେ ନାଟମଣ୍ଡପର ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ଏଏସ୍‌ଆଇ ନିର୍ଦ୍ଦେଶକ ଏବଂ ଯୁଗ୍ମନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ବି ରିପୋର୍ଟ ଦାଖଲ କରାଯାଇନାହିଁ।

୨୦୧୯ରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ତତ୍ପରତା ଦେଖାଇବାର ଆବଶ୍ୟକତା ଥିବାବେଳେ ଏଏସ୍‌ଆଇ ଏଥିପ୍ରତି ଆଖି ବୁଜି ଦେଇଛି। ଏଏସ୍‌ଆଇର ଅବହେଳା ଯୋଗୁ ନାଟମଣ୍ଡପ ଦୁର୍ବଳ ହୋଇଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଏଏସ୍‌ଆଇ ଚୁପ୍‌ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୯୭୯ ଅଗଷ୍ଟ ୨୨ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଏକ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଏଣୁ ଶ୍ରୀମନ୍ଦିର ମରାମତି ଓ ସୁରକ୍ଷା ପ୍ରସଙ୍ଗରେ ଏଏସ୍‌ଆଇ ଯେଉଁଭଳି ଭାବେ ସମ୍ବେଦନଶୀଳ ଆଚରଣ ଦେଖାଇବା କଥା ତାହା ଦେଖିବାକୁ ମିଳୁ ନାହିଁ। ଫାଟ ସମ୍ପର୍କରେ ସ୍ପଷ୍ଟ ଭାବେ ମତ ଦେବା ପରିବର୍ତ୍ତେ ପୁରୁଣା କହି ଖସିଯିବାକୁ ଚାହୁଁଛି ବୋଲି ସାମାଜିକ କର୍ମୀ ଚିନ୍ମୟ ଦାଶ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ଏହି ଫାଟ ନୂଆ ନୁହେଁ। କ୍ଲାମ୍ପ ଭିଡ଼ାଯିବା ବେଳଠାରୁ ଏଭଳି ଫାଟ ଦେଖିବାକୁ ମିଳୁଥିଲା। ତେବେ କେଉଁ ଫାଟ ସମ୍ପର୍କରେ କୁହାଯାଉଛି ତାହାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବା ଦରକାର। ଏହାପରେ ଫାଟ କେତେ ପୁରୁଣା ତାହା ସ୍ପଷ୍ଟ ଭାବେ କହିହେବ ବୋଲି ପୂଜାପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ଏଏସ୍‌ଆଇ ଅଧିକାରୀ ଶ୍ରୀମନ୍ଦିରକୁ ଯାଇ ନାଟମଣ୍ଡପ ଫାଟକୁ ଯାଞ୍ଚ କରିଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri