ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବାଲିଯାତ୍ରା ପାଇଁ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସଫେଇଠାରୁ ଆରମ୍ଭ କରି ସାଜସଜ୍ଜା, ମନୋରଞ୍ଜନ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏଥିପାଇଁ ବ୍ୟବସ୍ଥିତ ଢଙ୍ଗରେ ଟେଣ୍ଡର ନ କରି ଗୋଟିଏ ସଂସ୍ଥାକୁ କାମ ଦିଆଯିବା ନେଇ ଉଭୟ ଶାସକ ଓ ବିରୋଧୀ ଦଳର କର୍ପୋରେଟର ପ୍ରଶ୍ନ ଉଠାଇଛନ୍ତି। ବାଲିଯାତ୍ରା ପଡିଆରେ ଧୂଳି ନ ଉଡ଼ିବା ନିମନ୍ତେ କେମିକାଲ ମିଶା ପାଣି ସ୍ପ୍ରେ, ଗାଡ଼ି ପାର୍କିଂ ଷ୍ଟାଣ୍ଡ, ଲେଜର ଲାଇଟ୍‌ ସୋ, ସଫେଇରେ ଦୁର୍ନୀତି ହୋଇଥିବା ଉଭୟ ଦଳର କର୍ପୋରେଟର ମତବ୍ୟକ୍ତ କରିଛନ୍ତି। ତଦନ୍ତକାରୀ ଟିମ୍‌ର ସଦସ୍ୟ ତଥା ୱାର୍କ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ୍ତ କିଶୋର ଖୁଣ୍ଟିଆ ମଙ୍ଗଳବାର ବାଲିଯାତ୍ରା ପଡିଆ ଓ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବିଭିନ୍ନ ସଂସ୍ଥାକୁ ଭିନ୍ନ ଭିନ୍ନ କାର୍ଯ୍ୟ ଦିଆଯାଇଥିଲେ ସୁଦ୍ଧା ସମ୍ପୃକ୍ତ ସଂସ୍ଥା ସିଏମ୍‌ସି ଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସିଏମ୍‌ସି ଗାଡ଼ିରେ ପାଣି ସ୍ପ୍ରେ ହେଉଛି। ଏପଟେ କେମିକାଲ ପାଇଁ ୩୪ ଲକ୍ଷ ବଜେଟ୍‌ ରହିଛି। ସେହିଭଳି ଜାଗୃତି ସଂସ୍ଥା ସଫେଇ ଦାୟିତ୍ୱ ନେଇଥିଲାବେଳେ ସିଏମ୍‌ସି ଗାଡ଼ିରେ ସଫେଇ ଚାଲିଛି। ପ୍ରବେଶ ପଥରେ ବାଉଁଶ ବନ୍ଧା ଯାଇଥିବାବେଳେ ୩୨ ଲକ୍ଷ ଟଙ୍କା ବିଲ୍‌ କରିବାକୁ ପ୍ରସ୍ତାବ ଦିଆଯାଇଛି। ଲେଜର୍‌ ଲାଇଟ୍‌ ସୋ’, ୩-ଡି ସୋ, ସ୍ବାଗତ ତୋରଣ, ସବୁଜ ବାଣ ପାଇଁ ରାଜସ୍ବ ଖର୍ଚ୍ଚ ହେଉଛି। ଯୋଜନାବଦ୍ଧ ଭାବରେ ନିର୍ଦ୍ଦିଷ୍ଟ ଏକ ସଂସ୍ଥାକୁ ସୁହାଇଲା ଭଳି କାର୍ଯ୍ୟ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିପରି ପାର୍କିଂଷ୍ଟାଣ୍ଡ ଅବ୍ୟବସ୍ଥାକୁ ନେଇ କର୍ପୋରେଟର ପ୍ରଦୀପ ସାହୁ ଓ ବାଲିଯାତ୍ରା ପାଇଁ ହୋଇଥିବା ସ୍ବାଗତ ତୋରଣକୁ ନେଇ ଭାଜପା କର୍ପୋରେଟର ଗଗନ ଓଝା ପ୍ରଶ୍ନ ଉଠାଇଛନ୍ତି। ସହର ପ୍ରବେଶ ପଥରେ ଦୁଇଟି ସ୍ବାଗତ ତୋରଣ ନିର୍ମାଣ ପାଇଁ ୧୭ ଲକ୍ଷ ଟଙ୍କା ବଜେଟ ହୋଇଛି। ହେଲେ ତୋରଣ କେଉଁଥିରେ ତିଆରି ବୋଲି ଗଗନ ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ଗତ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଖୁଣ୍ଟିଆ ବାଲିଯାତ୍ରା ପଡ଼ିଆ ବୁଲିବା ସହ ବିଭିନ୍ନ କାର୍ଯ୍ୟ ତଦାରଖ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ସବୁ କାମରେ ଦୁର୍ନୀତି ହୋଇଥିବା ଜଣାପଡିଛି। ଏ ସମ୍ପର୍କିତ ରିପୋର୍ଟ ବୁଧବାର ସିଏମ୍‌ସିରେ ଦାଖଲ କରିବି। ଯଦି ଉକ୍ତ ରିପୋର୍ଟରେ ସତ୍ୟତା ନ ଥିବ, ତା’ହେଲେ ବାଲିଯାତ୍ରା ଖର୍ଚ୍ଚକୁ ନେଇ ତୃତୀୟ ପାର୍ଟି କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯାଉ ବୋଲି ସେ କହିଛନ୍ତି। ଅପରପକ୍ଷରେ ଗତବର୍ଷ ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ନେଇ ସମସ୍ତ କର୍ପୋରେଟର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଏହାର ସ୍ବତନ୍ତ୍ର ଅଡିଟ୍‌ କରାଯିବ ବୋଲି ମେୟର ଓ କମିଶନର କହି କର୍ପୋରେଟରମାନଙ୍କୁ ଚୁପ୍‌ କରାଇ ଦେଇଥିଲେ। ଗତବର୍ଷ ବାଲିଯାତ୍ରା ଶେଷ ହୋଇ ଚଳିତବର୍ଷ ମଧ୍ୟ ଶେଷ ହେଲା। ହେଲେ ସ୍ବତନ୍ତ୍ର ଅଡିଟ୍‌ ରିପୋର୍ଟ ମିଳିପାରିଲା ନାହିଁ। ଏଥର ମଧ୍ୟ ସମ୍ମାନ ସ୍ଥିତି ଉପୁଜିବା ନେଇ ସନ୍ଦେହ ପ୍ରକାଶ ପାଇଛି। ହେଲେ ଏଥର କର୍ତ୍ତୃପକ୍ଷ କ’ଣ କହି କର୍ପୋରେଟରଙ୍କୁ ଚୁପ୍‌ କରିବେ ତାହା ଦେଖିବାକୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri