Posted inଜାତୀୟ

ଫେସ୍‌ବୁକ୍‌କୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ, ୩୦।୮: ଭାଜପା ନେତାମାନଙ୍କ ଘୃଣା ଉଦ୍ରେକକାରୀ ଭାଷଣକୁ ରୋକିବାରେ ଫେସ୍‌ବୁକ୍‌ ଇଣ୍ଡିଆର ପାତରଅନ୍ତର ନୀତି ବିରୋଧରେ ଉକ୍ତ ସଂସ୍ଥା କ’ଣ ପଦକ୍ଷେପ ନେଇଛି, ତାହା ଜଣାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପଦକ କେ.ସି. ବେଣୁଗୋପାଳ ଏହାର ମୁଖ୍ୟ ମାର୍କ ଜୁକରବର୍ଗଙ୍କ ନିକଟକୁ ପୁଣି ଥରେ ପତ୍ର ଲେଖିଛନ୍ତି। ଫେସ୍‌ବୁକ୍‌ ଇଣ୍ଡିଆ ସହ ଶାସକ ଦଳର ଭିତିରି ବୁଝାମଣା ସମ୍ପର୍କରେ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଭାରତରେ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ବେଣୁଗୋପାଳ ଅଗଷ୍ଟ ୧୭ରେ ଫେସ୍‌ବୁକ୍‌ ସିଇଓଙ୍କୁ ଉକ୍ତ ଘଟଣାର ତଦନ୍ତ ଲାଗି ପତ୍ର ଲେଖିଥିଲେ। ତଦନ୍ତ କେତେବାଟ ଆଗେଇଲା ତାହା ଜଣାଇବା ପାଇଁ ବେଣୁଗୋପାଳ ତାଙ୍କ ପତ୍ରରେ ଦାବି କରିଛନ୍ତି। ଉକ୍ତ ରିପୋର୍ଟ ଭାଜପା-ହ୍ବାଟ୍ସଆପ୍‌ ଭିତିରି ସମ୍ପର୍କର ପର୍ଦ୍ଦାଫାଶ କରିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିବା ଟାଇମ୍‌ ମାଗାଜିନ୍‌ରେ ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ଜୁକରବର୍ଗଙ୍କ ପାଖକୁ ଦ୍ୱିତୀୟ ପତ୍ର ଲେଖାଯାଇଛି। ତଦନ୍ତର ସବିଶେଷ ବିବରଣୀ ସର୍ବସାଧାରଣରେ ପ୍ରକାଶ କରିବାକୁ କଂଗ୍ରେସ ଅନୁରୋଧ କରିଛି। ଭାଜପାର କେତେଜଣ ନେତାଙ୍କ ପ୍ରତି ଫେସ୍‌ବୁକ୍‌ ଏହାର ଘୃଣିତ ମନ୍ତବ୍ୟ ନିୟମାବଳୀ ଲାଗୁ କରୁ ନ ଥିବା ଅଭିଯୋଗ ହେଉଥିବାବେଳେ ସେପ୍ଟେମ୍ବର ୨ରେ ହାଜର ହୋଇ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ସୂଚନା ପ୍ରଯୁକ୍ତି ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଇତିମଧ୍ୟରେ ଫେସ୍‌ବୁକ୍‌କୁ ସମନ ଜାରି କରିଛି।
ଟାଇମ୍‌ ମାଗାଜିନ୍‌ରେ ପ୍ରକାଶିତ ରିପୋର୍ଟକୁ ନେଇ ରାହୁଲ ଶନିବାର ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଫେସ୍‌ବୁକ୍‌ ଓ ଭାଜପା ନେତାଙ୍କ ମଧ୍ୟରେ ସମ୍ପର୍କ ଏବଂ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଘୃଣିତ ବକ୍ତୃତାକୁ ରୋକିବାରେ ବିଫଳତାକୁ ନେଇ ଆମେରିକାର ଟାଇମ୍‌ ପତ୍ରିକାରେ ଖବର ପ୍ରକାଶ ପାଇଥିଲା। ରାହୁଲ କହିଛନ୍ତି, ୪୦ କୋଟି ଭାରତୀୟ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ଫେସ୍‌ବୁକ୍‌ ମାଧ୍ୟମରେ ପେମେଣ୍ଟ ପାଇଁ ଏହି ସଂସ୍ଥା ନରେନ୍ଦ୍ର ମୋଦି ସରକାରଙ୍କ ଅନୁମୋଦନ ଆବଶ୍ୟକ କରୁଛି। ସେଥିପାଇଁ ହ୍ବାଟ୍ସଆପ୍‌ ଉପରେ ଭାଜପା କବ୍‌ଜା କରିଛି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଭାରତର ଶାସକ ଦଳ ସହ ଫେସ୍‌ବୁକ୍‌ର ସମ୍ପର୍କ ହେଟ୍‌ ସ୍ପିଚ୍‌ ବିରୋଧରେ ଏହାର ଲଢ଼େଇକୁ ଜଟିଳ କରିଛି। ୨୦୧୯ରେ ଫେସ୍‌ବୁକ୍‌ ଇଣ୍ଡିଆର କର୍ମଚାରୀମାନଙ୍କ ସହ ଆଲାଫିଆ ଜୋୟାବ ଏକ ଭିଡିଓ କଲ୍‌ କରି ୧୮୦ଟି ପୋଷ୍ଟ ଉପରେ ଆଲୋଚନା କରିଥିଲେ। ଏହା ଫେସ୍‌ବୁକ୍‌ର ଘୃଣିତ ମନ୍ତବ୍ୟ ରୋକିବା ନିୟମର ଉଲ୍ଲଂଘନ କରୁଥିବା ସେ ଦର୍ଶାଇଥିଲେ। ତେବେ ଆଲୋଚନାର ଅଧାରୁ ଫେସ୍‌ବୁକ୍‌ର ବରିଷ୍ଠ ଅଧିକାରୀ ଶିବନାଥ ଥୁକ୍ରାଲ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଆଲୋଚନାରେ ଭାଜପାର ଆସାମ ବିଧାୟକ ଶିଳାଦିତ୍ୟ ଦେବଙ୍କ ପୋଷ୍ଟ ରହିଥିଲା। ଜଣେ ମୁସଲମାନ ବ୍ୟକ୍ତି ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରିଥିବା ରିପୋର୍ଟ ସମ୍ପର୍କରେ ସେ ନିଜର ମନ୍ତବ୍ୟ ଦେଇ ଲେଖିଥିଲେ, ବାଂଲାଦେଶୀ ମୁସଲମାନମାନେ ଆମ ନାଗରିକଙ୍କୁ ୨୦୧୯ରେ ଟାର୍ଗେଟ କରିବା ଭଳି ଏହି ଘଟଣା। ଫେସ୍‌ବୁକ୍‌ ଏହି ପୋଷ୍ଟକୁ ନ ହଟାଇ ଏହାକୁ ବର୍ଷେରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍‌ଲାଇନରେ ରଖିଥିଲା। ଟାଇମ୍‌ ଏହା ଉପରେ ପ୍ରଶ୍ନ ଉଠାଇବା ପରେ ଫେସ୍‌ବୁକ୍‌ ଭୁଲ୍‌ ସ୍ବୀକାର କରିଥିଲା। ସେତେବେଳେ ଥୁକ୍ରାଲ ଭାରତ ଓ ଦକ୍ଷିଣ ଏସିଆ ପାଇଁ ଫେସ୍‌ବୁକ୍‌ର ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ ଥିଲେ। ତେବେ ବୈଠକରେ ଆଲୋଚନା ହୋଇଥିବା ୧୮୦ ପୋଷ୍ଟ ମଧ୍ୟରୁ ୭୦ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଫେସ୍‌ବୁକ୍‌ କହିଥିଲା। ଫେସ୍‌ବୁକ୍‌ର କେତେଜଣ ନୀତି ନିର୍ଦ୍ଧାରକ ଅଧିକାରୀ ସରକାରଙ୍କ ସହ ସମ୍ପର୍କ ରଖିଥିବା କେତେଜଣ ସାମାଜିକ କର୍ମୀ କହିଛନ୍ତି। ଭାଜପାର ୨୦୧୪ ନିର୍ବାଚନ ପ୍ରଚାରରେ ଦଳୀୟ ନେତାଙ୍କୁ ସହାୟତା କରିବାରେ ଥୁକ୍ରାଲ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଅଭିଯୋଗକୁ ଫେସ୍‌ବୁକ୍‌ର ଭାରତ ପାଇଁ ଥିବା ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ଅଗଷ୍ଟ ୨୧ ବ୍ଲଗ୍‌ରେ ଖଣ୍ଡନ କରିଛନ୍ତି। ଆମେ ମୁକ୍ତ, ସ୍ବଚ୍ଛ ଓ ପକ୍ଷପାତହୀନ ବୋଲି ସେ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?