Posted inଜାତୀୟ

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର କରିଛନ୍ତି। ମା’ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଦର୍ଶାଇ କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।

ଶିଶୁ ଜଣଙ୍କ ସମୟ ପୂର୍ବରୁ ଜନ୍ମ ହୋଇଥିବା ନେଇ ମା’ଙ୍କ ପକ୍ଷରୁ ସ୍ତନ୍ୟପାନ ଲାଗି ଅନୁମତି ଲୋଡା ଯାଇଥିଲା। ତେବେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ସୁଶ୍ରୀ ଶିବାନୀଙ୍କ ନେତୃତ୍ୱରେ ଖଣ୍ଡପୀଠ କହିଛନ୍ତି ଯେ, ମେଡ଼ିକାଲ ସମସ୍ୟା ରହିଥିବା ନେଇ କୌଣସି ପ୍ରମାଣ ପତ୍ର ଦାଖଲ କରାଯାଇ ନାହିଁ।

ଅଭିଯୁକ୍ତ ମହିଳା ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ନକଲି ଆକାଉଣ୍ଟ ଖୋଲିବା ଅଭିଯୋଗ ତାଙ୍କ ବିରୋଧରେ ଅଣାଯାଉଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନିପୁନ ସାକ୍ସସେନା ଏବଂ ଅଜୟ ଯାଦବ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ସେ ସନ୍ତ୍ୟପାନ ଆବେଦନକୁ ନାମଞ୍ଜୁର କରି ଦେଇଛନ୍ତି। ତେବେ ଏବେ ଏହି ବିବାଦୀୟ ରାୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ୍ୟପାନ କରି ୧୮ ମୃତ, ୫ ଗୁରୁତର…

ପାଟନା,୧୪।୧୨ : ମଦ ବିକ୍ରି ବନ୍ଦ ପରେ ମଧ୍ୟ ପୁଣିଥରେ ବିହାରରେ ବିଷାକ୍ତ ମଦ୍ୟପାନ କରି ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ଯୋଗୁଁ...

ଭାରତକୁ ବଦନାମ କରିବା ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ସୋସିଆଲ ମିଡ଼ିଆର ଅପବ୍ୟବହାର…

ନୂଆଦିଲ୍ଲୀ, ୧୨।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ନେଇ ପାକିସ୍ତାନ ଭାରତକୁ ବଦନାମ କରିବର ଷଡ଼ଯନ୍ତ୍ର ରଚିଛି। ବିବାଦ...

ଟିଡିପି କାର୍ଯ୍ୟକ୍ରମରେ ଦଳାଚକଟା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ହାଇଦ୍ରାବାଦ୍‌,୨୯।୧୨:ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କାଣ୍ଡୁକୁର ଠାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି।...

ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ଟୁଇଟର ଆଗ୍ରହୀ

ନୂଆଦିଲ୍ଲୀ,୯।୨: ଜାନୁୟାରୀ ୨୬ରେ ଟାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ଖଲିସ୍ତାନ ସହିତ ସମ୍ପର୍କିତ ୧୧୭୮ ଆକାଉଣ୍ଟ୍‌...

୧ ନଭେମ୍ବରରୁ ରାଜଧାନୀରେ ଖୋଲିବ ସ୍କୁଲ୍‌, ଛଟ୍‌ ପୂଜାକୁ ବି ଅନୁମତି…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ୧ ନଭେମ୍ବରଠାରୁ ସ୍କୁଲ୍‌ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ...

କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ୍‌, ୧୦ ଗିରଫ…

ନୂଆଦିଲ୍ଲୀ, ୨।୬ : ଦିଲ୍ଲୀର ଦକ୍ଷିଣ ଜିଲାର ହୌଜଖାସ ପୋଲିସ ଷ୍ଟେଶନ ପକ୍ଷରୁ ଏକ ବଡ଼ କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ କରାଯାଇଛି। ଓଟି ଟେକ୍ନିସିଆନ, ଦୁଇ...

୩୦ ବର୍ଷରେ ୩୦ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ ଭାରତ: ପୀୟୂଷ ଗୋୟଲ…

ନୂଆଦିଲ୍ଲୀ, ୬।୯ : ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ଆମେ...

ଦୀପାବଳିରେ ଲକ୍ଷ୍ମୀଙ୍କୁ ଲାଗି କରନ୍ତୁ କ୍ଷୀରି

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ...

Advertisement
Archives

Model This Week