Advertisement
Posted inଖେଳ

ବିବାଦୀୟ କାଷ୍ଟିଲୋ

ଇକ୍ୱେଡର ଏହାର ଚତୁର୍ଥ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାକୁ ଯାଉଛି। ସୋମବାର ସନ୍ଧ୍ୟା ଦଳ ଘୋଷଣା କରିବାର ଶେଷ ସମୟ ରହିଥିଲା। ବିବାଦକୁ ଏଡାଇବାକୁ ଯାଇ କୋଚ୍‌ ଗୁସ୍ତାଭୋ ଅଲ୍‌ଫାରୋ ଡିଫେଣ୍ଡର ବାଇରନ କାଷ୍ଟଲୋଙ୍କୁ ତାଙ୍କ ଦଳରୁ ବାଦ୍‌ ଦେଇଛନ୍ତି। ମାର୍ଚ୍ଚରେ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବାପରଠାରୁ ଇକ୍ୱେଡର ଫୁଟ୍‌ବଲ କର୍ତ୍ତୃପକ୍ଷ ଆଇନଗତ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି। ଚିଲି ଓ ପେରୁ ଫୁଟ୍‌ବଲ କର୍ତ୍ତୃପକ୍ଷଙ୍କ ନିକଟରେ ଯୁକ୍ତି କରିଥିଲେ କାଷ୍ଟିଲୋ ପ୍ରକୃତରେ ଜଣେ କଲମ୍ବିଆନ। ତେଣୁ ସେ ବେଆଇନ ଭାବେ ବହୁ ବିଶ୍ୱକପ୍‌ କ୍ୱାଲିଫାୟର ଖେଳିଛନ୍ତି। ତାଙ୍କର ଏହି ଦାବି ପ୍ରତ୍ୟାଖ୍ୟାତ ହୋଇଥିଲା। ଇକ୍ୱେଡରକୁ ବିଶ୍ୱକପ୍‌ ଗ୍ରୁପ୍‌-ଏ’ରେ ଖେଳିବା ଲାଗି ଅନୁମତି ମିଳିଥିଲା। ଏହି ଗ୍ରୁପ୍‌ରେ ଅନ୍ୟ ଦଳ କାତାର, ସେେନେଗାଲ ଓ ନେଦରଲାଣ୍ଡ୍ସ ରହିଛନ୍ତି। ଇକ୍ୱେଡର ଓ କାତାର ରବିବାର ଟୁର୍ନାମେଣ୍ଟ ଓପନ୍‌ କରିବେ। କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) କିନ୍ତୁ ଗତ ସପ୍ତାହରେ ଏହାର ରୁଲିଂରେ ୨୦୨୬ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆମେରିକୀୟ କ୍ୱାଲିଫାୟର୍ସ ଆରମ୍ଭ ହେବା ପୂର୍ବରୁ ଇକ୍ୱେଡର ୩ ପଏଣ୍ଟ ହରାଇବ ବୋଲି କହିଛନ୍ତି। ପାସପୋର୍ଟ ହାସଲ ବେଳେ କାଷ୍ଟିଲୋ ତାଙ୍କ ଜନ୍ମଦିବସ ଓ ଜନ୍ମସ୍ଥାନ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା କୋର୍ଟ କହିଛନ୍ତି। ଅଲଫାରୋ ବର୍ତ୍ତମାନ କାଷ୍ଟିଲୋଙ୍କ ସ୍ଥାନରେ ଇକ୍ୱେଡର ଦ୍ୱିତୀୟ ଡିଭିଜନ ଖେଳୁଥିବା ଷ୍ଟ୍ରାଇକର କେଭିନ ରୋଡ୍ରିଗୁଏଜ୍‌ଙ୍କୁ ଦଳରେ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାର ଇନିଂସ ବିଜୟ

ସେଞ୍ଚୁରିଅନ, ୩୦ା୧୨- ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧ ଇନିଂସ ଓ ୪୫ ରନରେ...

ୟୁକେ ଟୁର୍‌ ପାଇଁ ଖେଳାଳିଙ୍କ ପରିବାରକୁ ଅନୁମତି

ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍‌ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍‌ରେ ଯିବା ଲାଗି...

ବିଶ୍ୱକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲଡର୍‌ସ,୧୪।୭- ଚଳିତ ବଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଟସ୍‌ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ: ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲାଉସାନ୍ନେ,୧୩।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳୀ...

ଧୋନୀଙ୍କୁ ଭିଡରୁ ରକ୍ଷା କଲେ ଏହି ମହିଳା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମୈଦାନରୁ ଦୂରେଇ ଥିଲେ ମଧ୍ୟ ଆଜି ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନି।...

ନୂଆ ଟାଇଟଲ ସ୍ପୋନ୍ସର ସନ୍ଧାନ ପ୍ରସଙ୍ଗ: ବିସିସିଆଇ ଆଗରେ ଚ୍ୟାଲେଞ୍ଜ

ମୁମ୍ବାଇ,୬।୮: ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୩ତମ ସଂସ୍କରଣରେ ଟାଇଟଲ ପ୍ରାୟୋଜକ ତଥା ଚାଇନା ମୋବାଇଲ୍‌ କମ୍ପାନୀ ଭିଭୋ ଓ ଭାରତୀୟ କ୍ରିକେଟ...

ଦଶନ୍ଧି ପରେ ଶରଥଙ୍କୁ ଟାଇଟଲ

ମସ୍କଟ, ୧୬ା୩ (ପି.ଟି.)-ଭାରତର ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରଥ କମଲ ଏକ ଦଶନ୍ଧି ପରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏଠାରେ...

ମଇଳା ଭିତରେ ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି: ଫଟୋ ଶେୟାର କରି କହିଲେ…

ଆଇପିଏଲ୍‌ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ ଏବେ ଭାରତରେ ପହଞ୍ଚି ସାରିଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ନିଜ ଦଳ ସହ ଅଭ୍ୟାସ ପାଇଁ...

Advertisement
Archives

Model This Week