ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ…

ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି କି ଅଧିକ କାମଚାପ, ମାନସିକ ଚିନ୍ତା, ଲୁଣ ଏବଂ ନିଶାଦ୍ରବ୍ୟ ଅଧିକ ମାତ୍ରାରେ ଗ୍ରହଣ, ଓ ମେଦବହୁଳତା।
ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। ରକ୍ତଚାପ ଶରୀର ପାଇଁ ଅଧିକ କ୍ଷତିକାରକ ହେବା ସହ ଅନେକ ସମୟରେ ଉକ୍ତ ରକ୍ତଚାପ ହୃଦ୍‌ଘାତର ରୂପ ନେଇପାରେ।
ଏ ନେଇ ରକ୍ତଚାପ ରୋଗୀ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଔଷଧର ସାହାରା ନେଇଥାନ୍ତି। ତେବେ ଏହି ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ନିୟମିତ ଆପଣଙ୍କ ଖାଦ୍ୟରେ କଦଳୀ ବ୍ୟବହାର।
କଦଳୀରେ ଅଧିକ ପରିମାଣରେ ପୋଟାସିୟମ ଓ ମିନେରାଲ ଥାଏ, ଯାହା ଶରୀରରେ ଥିବା ତରଳ ପଦାର୍ଥକୁ ନିୟନ୍ତ୍ରଣ କରିଥାଏ। ଏହା ଶରୀରରେ ଥିବା ବିଷାକ୍ତ ଜୈବ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହା ପାଇଁ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଖାଦ୍ୟରେ ପୋଟାସିୟମର ପରିମାଣ ବହୁତ ଜରୁରୀ ହୋଇଥାଏ। ତେବେ କଦଳୀରୁ ଭରପୂର ମାତ୍ରାରେ ପୋଟାସିୟମ ମିଳିଥାଏ।
ଏହା ଅଧିକ ମାତ୍ରାରେ ଲୁଣ ସେବନ ଦ୍ୱାରା ଶରୀରରେ ପଡୁଥିବା ଖରାପ ପ୍ରଭାବକୁୁ ମଧ୍ୟ ଦୂର କରିଥାଏ।
ଲୁଣ ଅଧିକ ଖାଇବା ଦ୍ୱାରା ରକ୍ତରେ ସୋଡିୟମର ମାତ୍ରା ଅଧିକ ପରିମାଣରେ ବଢ଼ିଯାଇଥାଏ। ଏହା କିଡ୍‌ନୀରୁ ବାହାରୁଥିବା ବିଷାକ୍ତ ପଦାର୍ଥକୁ ବାହାରକୁ କାଢ଼ିପାରିି ନ ଥାଏ, ଯେଉଁଥି ପାଇଁ କି ପ୍ରଚୁର ପୋଟାସିୟମ ମିଳୁଥିବା ଖାଦ୍ୟ ଖାଇବା ଆବଶ୍ୟକ।
ଏହାସହିତ କଦଳୀ ହୃଦ୍‌ଘାତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri