ଗ୍ରାମାଞ୍ଚଳ ବେଆଇନ ନିର୍ମାଣ ଉପରେ ଅଙ୍କୁଶ

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ବାସଗୃହ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଥିବା ବିଲ୍‌ଡର୍ସ/ଡେଭେଲପର୍ସମାନଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ମନଇଚ୍ଛା ବେଆଇନ ପ୍ରକଳ୍ପ ନିର୍ମାଣ ଉପରେ ଅଙ୍କୁଶ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସହରତଳି ଅଞ୍ଚଳ ଅଥବା ଉନ୍ନୟନ କର୍ତ୍ତୃପକ୍ଷ(ଡେଭେଲପ୍‌ମେଣ୍ଟ ଅଥରିଟି)ଙ୍କ ବାହାରେ ବେଆଇନ ଭାବେ ବହୁ ଅଟ୍ଟାଳିକା ନିର୍ମାଣ କରାଯାଉଛି। ସେ ସବୁ ଘର କ୍ରୟକରି ଲୋକମାନେ ନିଜ ନାମରେ ସେଗୁଡ଼ିକୁ ପଞ୍ଜୀକରଣ କରିପାରୁ ନାହାନ୍ତି। ଓରେରାରୁ ଅକୁପାନ୍ସି ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଥିବାରୁ ରେଜିଷ୍ଟ୍ରେଶନ କରିବା ସମ୍ଭବ ହୋଇପାରୁନାହିଁ। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୨୨ ଜୁନ୍‌ ପହିଲା ପରଠାରୁ ବିନା ପଞ୍ଜୀକରଣରେ ନିର୍ମାଣ ହେଉଥିବା କୌଣସି ଆପାର୍ଟମେଣ୍ଟ କିମ୍ବା ବ୍ୟବସାୟ ପ୍ରତିଷ୍ଠାନକୁ ଅକୁପାନ୍ସି ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ। ଏଥିପାଇଁ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ ୫୦୦ ବର୍ଗମିଟରରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପାଇଁ ଓରେରାରେ ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭେଲପମେଣ୍ଟ) ଆଇନ-୨୦୧୬ର ସେକ୍ସନ -୩(୨) ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ବିଡିଓମାନେ ଅଣପଞ୍ଜୀକୃତ କୌଣସି ପ୍ରକଳ୍ପକୁ ଅକୁପାନ୍ସି ସାର୍ଟିଫିକେଟ ଦେଇପାରିବେନାହିଁ। ଏହାପୂର୍ବରୁ ଉକ୍ତ ଗାଇଡ୍‌ଲାଇନ ଅନୁସରଣ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗ୍ରାମାଞ୍ଚଳରେ ଗଢ଼ିଉଠିଥିବା ତଥା ବିଡିଓ ଏବଂ ସରପଞ୍ଚଙ୍କ ଦ୍ୱାରା ଅନୁମୋଦିତ ୧୪୬ଟି ଆବାସିକ, ବ୍ୟବସାୟିକ ପ୍ରକଳ୍ପ ପାଇଁ କୌଣସି ଗାଇଡ୍‌ଲାଇନ ନ ଥିବାରୁ ସେଗୁଡ଼ିକ ତ୍ରିଶଙ୍କୁ ଅବସ୍ଥାରେ ରହିଛି। ଏହି ପ୍ରକଳ୍ପଗୁଡ଼ିକରେ ନିର୍ମିତ ୨୨,୩୩୩ ଆବାସିକ ଗୃହ ଗ୍ରାହକଙ୍କ ନାମରେ ପଞ୍ଜୀକୃତ ହୋଇପାରୁନାହିଁ। କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବା ଡେଭେଲପରମାନେ ସେମାନଙ୍କ ଆପାର୍ଟମେଣ୍ଟକୁ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ଜିଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଡିୟୁଡିଏ) ନିକଟରୁ ଅକୁପାନ୍ସି ସାର୍ଟିଫିକେଟ ଆଣିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଡିୟୁଡିଏରେ କର୍ମଚାରୀ ଅଭାବ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁ ଦୀର୍ଘବର୍ଷ ଧରି ଅକୁପାନ୍ସି ସାର୍ଟିଫିକେଟ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଓରେରାରେ ଆବାସିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୫ ଟଙ୍କା ହିସାବରେ ସର୍ବାଧିକ ୨ଲକ୍ଷ ୫୦ ହଜାର ଟଙ୍କା, ବାଣିଜି୍ୟକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୧୦ ଟଙ୍କା ହିସାବରେ ସର୍ବାଧିକ ୫ ଲକ୍ଷ ଏବଂ ଉଭୟ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୭ ଟଙ୍କା ହିସାବରେ ସର୍ବାଧିକ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ବେଆଇନ ଜମି କାରବାର ଯୋଗୁ ପ୍ରକଳ୍ପ ଆୟରୁ ଓରେରା ନିଜ ଖର୍ଚ୍ଚ ତୁଲାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ଧୂଳିସାତ୍‌ ହେଉଛି। ଅନ୍ୟପକ୍ଷରେ ରିୟଲ ଇଷ୍ଟେଟ ଆଇନ ଭିତରେ ରହି ସରକାରଙ୍କୁ ଟିକସ ଦେଉଥିବା ବିଲ୍‌ଡରମାନେ ମଧ୍ୟ ଏହି ବ୍ୟବସାୟରୁ ମୁହଁ ଫେରାଇବା ଆରମ୍ଭ କଲେଣି। ଯେଉଁ କେତେଜଣ ତିଷ୍ଠି ରହିଛନ୍ତି, ସେମାନେ ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେଉଥିବାରୁ ସାଂଘାତିକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ନ ଦେଲେ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଅନ୍ଧକାରମୟ ହେବ ବୋଲି ରିୟଲ ଇଷ୍ଟେଟ ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ବେଆଇନ ଜମି ବିକ୍ରି ଉପରେ କଟକଣା ନ ଲଗାଇଲେ ଅସାଧୁ ବିଲ୍‌ଡରଙ୍କ କଳା କାରବାରକୁ ରୋକାଯାଇ ପାରିବନାହିଁ ବୋଲି ଓରେରାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ଆଉ ୩ ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଆଉ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ନୂଆ ପଜିଟିଭ୍‌ମାନେ...

ସିବିଆଇକୁ ଦିଆଯିବ ଭକ୍ତଙ୍କ ଦସ୍ତଖତପତ୍ର

ପୁରୀ ଅଫିସ,୯।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ି ଥିବାରୁ...

ହାଇଓ୍ବା ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ସମ୍ବଲପୁର ଅଫିସ,୨୫ା୫: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ...

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର...

ବାଘଛାଲ ଜବତ: ଜଣେ ଗିଣଫ

  ଭୁବନେଶ୍ୱର,୫।୧୧(ବ୍ୟୁରୋ): ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ ଧରାପଡ଼ିଛନ୍ତି। ଏହା ସହ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଭାଗବତ ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ...

ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ଅଫ୍‌ ମାର୍କ ତାଲିକା: ବିଜ୍ଞାନ-ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଶୀର୍ଷରେ...

ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଗିରଫ

ପୁରୀ ଅଫିସ, ୩୦ା୧: ଗତ କିଛି ମାସ ଧରି ପୁରୀ ସହରରେ ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ଥିଲା। ନିଜକୁ ପୋଲିସ ପରିଚୟ...

ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

Advertisement
Archives

Model This Week