ଗୃହିଣୀଙ୍କ ଅବଦାନ

ପରିବାରରେ ଗୃହିଣୀଙ୍କ ଅବଦାନକୁ ନେଇ ଗତ ସପ୍ତାହରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପୁରୁଷକୈନ୍ଦ୍ରିିକ ସମାଜ ପାଇଁ ଏହା ମଧ୍ୟ ଏକ ସଚେତନାତ୍ମକ ବାର୍ତ୍ତା। ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ, ପରିବାରର ଜଣେ ଆଖିଦୃଶିଆ ଆୟକାରୀ ବ୍ୟକ୍ତିଙ୍କଠାରୁ ଜଣେ ଗୃହିଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଗୃହିଣୀଙ୍କ କାର୍ଯ୍ୟ ଓ ଅବଦାନକୁ ଗଣନା କରାଯାଏ ତାହା ଆର୍ଥିକ ମୂଲ୍ୟରେ ପରିଣତ କରିବା ଅତ୍ୟନ୍ତ କଷ୍ଟକର। ଏଥିସହିତ ଶୀର୍ଷ ଅଦାଲତ କହିଥିଲେ ଯେ, କୌଣସି ଦୁର୍ଘଟଣାଜନିତ କ୍ଷତିିପୂରଣ ଦାବିରେ ଗୃହିଣୀଙ୍କ କାର୍ଯ୍ୟ, ଶ୍ରମ ଏବଂ ତ୍ୟାଗକୁ ଆଧାର କରି ସେମାନଙ୍କ ଆନୁମାନିକ ଆୟକୁ ଟ୍ରିବ୍ୟୁନାଲ ଓ କୋର୍ଟଗୁଡ଼ିକ ହିସାବ କରିବା ଦରକାର। ଉଲ୍ଲେଖନୀୟ ଯେ, ଉତ୍ତରାଖଣ୍ଡରେ ୨୦୦୬ ମସିହାରେ ଗାଡ଼ି ଦୁର୍ଘଟଣା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଓ ନାବାଳକଙ୍କୁ କ୍ଷତିପୂରଣ ବାବଦରେ ୨.୫ ଲକ୍ଷ ଟଙ୍କା ଦେବା ଲାଗି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅସନ୍ତୁଷ୍ଟ ପରିବାର ଅଧିକ କ୍ଷତିପୂରଣ ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ। ପ୍ରାରମ୍ଭରୁ ମହିଳାଙ୍କ ଆନୁମାନିକ ଆୟକୁ ଜଣେ ଦିନମଜୁରିଆ ଆୟଠାରୁ କମ୍‌ କରି ବିଚାର କରିଥିଲା ଟ୍ରିବ୍ୟୁନାଲ । କିନ୍ତୁ ଟ୍ରିବ୍ୟୁନାଲ ଆଦେଶରେ କୌଣସି ତ୍ରୁଟି ନ ଥିଲା ବୋଲି ହାଇକୋର୍ଟ ଦର୍ଶାଇଥିଲେ। ହାଇକୋର୍ଟଙ୍କ ଏଭଳି ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସୁପ୍ରିମକୋର୍ଟ କହିଥିଲେ ଯେ, ଜଣେ ଦିନମଜୁରିଆ ଆୟଠାରୁ ଜଣେ ଗୃହିଣୀଙ୍କ ଆୟକୁ କିଭଳି କମ୍‌ ବୋଲି ଦେଖାଯିବ। ସୁପ୍ରିମ୍‌କୋର୍ଟ ଗୃହିଣୀଙ୍କ ସମୟ ଓ ପରିବାର ପ୍ରତି ସମପର୍ତି କାର୍ଯ୍ୟଗୁଡ଼ିକୁ ସ୍ପଷ୍ଟ କରିବା ସହ ସୂଚିତ କରିଥିଲେ ଯେ,ସେସବୁକୁ ଅଣଦେଖା କରାଯିବା ଉଚିତ ନୁହେଁ । ଏହାବ୍ୟତୀତ କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଯୁକ୍ତିକୁ ଦେଖିଲେ ମନେହୁଏ ଯେ, ନିମ୍ନ ଅଦାଲତଗୁଡ଼ିକ ପରିବାରରେ ଗୃହିଣୀଙ୍କ ଅବଦାନକୁ ଆକଳନ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ଦେଖିବାକୁ ଗଲେ କେବଳ ଅଦାଲତ ନୁହେଁ, ଏହି ରୋଗାକ୍ରାନ୍ତ ଚିନ୍ତାଧାରା ସମଗ୍ର ଭାରତୀୟ ସମାଜକୁ ଗ୍ରାସ କରିଥିବାରୁ ଆମ ଦେଶର ପରିସ୍ଥିତି ଆଜି ଏହିଭଳି ହୋଇଛି। ପରିବାରରେ ମହିଳାଙ୍କ ସ୍ଥିତିର ବାସ୍ତବତାକୁ ଦେଖିଲେ ଜଣାଯାଏ ଯେ, ଲିଙ୍ଗଗତ ଅସମାନତା କାରଣରୁ ସେମାନଙ୍କ କାର୍ଯ୍ୟର ମୂଲ୍ୟାୟନ ପ୍ରତି ଗୁରୁତ୍ୱ ଦିଆଯାଇପାରୁନାହିଁ।
ଜଣେ ଗୃହିଣୀ ପିଲାଙ୍କ ଯତ୍ନ ଓ ପାଠପଢ଼ା, ଘରକାମ, ରୋଷେଇ, ମାର୍କେଟିଂ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ସହଯୋଗ କରିଥାନ୍ତି। ଏଥିସହିତ ସମଗ୍ର ପରିବାରରେ ଭାବଗତ ସମନ୍ବୟ ରକ୍ଷା କରିବାରେ ଅଧିକାଂଶ ଗୃହିଣୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥାଏ। ଅନେକ ଗରିବ ପରିବାରରେ ଏସବୁ କାମ ସହ ସେମାନଙ୍କ ଉପରେ ଦୈନିକ ରୋଜଗାରର ବୋଝ ନ୍ୟସ୍ତ ଥାଏ। ଗ୍ରାମାଞ୍ଚଳରେ ମହିଳାମାନେ ଚାଷକାମରେ ଲିପ୍ତ ରୁହନ୍ତି। ଗୃହପାଳିତ ପଶୁଙ୍କ ରକ୍ଷଣାବେକ୍ଷଣ ମଧ୍ୟ ସେମାନଙ୍କର ଦାୟିତ୍ୱ। ଏହିଭଳି ହିସାବ କଲେ ଗୃହିଣୀଙ୍କ ଅସରନ୍ତି କାର୍ଯ୍ୟ ଯାହା ପାଇଁ ୨୪ ଘଣ୍ଟିଆ ଦିନ ଯଥେଷ୍ଟ ହୁଏ ନାହିଁ। କହିବାକୁ ଗଲେ ଏକ ଭଲ ପରିବାର ଓ ସମାଜ ଗଠନରେ ଗୃହିଣୀଙ୍କ ଅତୁଳନୀୟ ଅବଦାନ ରହିଛି। ଦେଶର ଅର୍ଥ ବ୍ୟବସ୍ଥାରେ ସେମାନଙ୍କ ଶ୍ରମର ଅବଦାନ ମଧ୍ୟ ରହୁଛି। ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ ତଥ୍ୟ ଅନୁଯାୟୀ ଭାରତରେ ୧୬ କୋଟି ମହିଳା ଗୃହିଣୀ ଭାବେ କାର୍ଯ୍ୟରତ। ଜଣେ ମହିଳା ଦୈନିକ ହାରାହାରି ୨୯୭ ମିନିଟ୍‌ ପରିବାର ପାଇଁ କାମ କରୁଥିବାବେଳେ ଜଣେ ପୁରୁଷ ଏଥିପାଇଁ ମାତ୍ର ୩୧ ମିନିଟ୍‌ ସମୟ ଦିଅନ୍ତିି। କିନ୍ତୁ ସବୁବେଳେ ପରିବାରରେ ପୁରୁଷମାନେ କେତେ କାମ କରୁଛନ୍ତି ତାହାର ଆକଳନ କରାଯାଉଥିବାବେଳେ ମହିଳାଙ୍କ କାର୍ଯ୍ୟକୁ ଗୌଣ ଦୃଷ୍ଟିରେ ଦେଖାଯାଇଥାଏ। କାର୍ଯ୍ୟର ଆର୍ଥିକ ଓ ସାମାଜିକ ମୂଲ୍ୟାୟନ ନ ହେବା ଯୋଗୁ ଜଣେ ଗୃହିଣୀ କିମ୍ବା ସାମଗ୍ରିକ ଭାବେ ମହିଳା ସମାଜ ପ୍ରତି ଅସମାନତା ମାନସିକତା ସୃଷ୍ଟି ହେଉଛି। ଏହା ମଧ୍ୟ ଘରୋଇ ହିଂସାର କାରଣ ପାଲଟୁଛି। ଅସମାନତା ଏତେ ମାତ୍ରାରେ ସମାଜର ଅସ୍ଥିମଜ୍ଜାଗତ ହୋଇଯାଇଛି ଯେ,ଏହାକୁ ଦୂର କରିବା କଷ୍ଟକର। କିନ୍ତୁ ସମାଧାନ ରହିଛି ଆମ ହାତରେ। ଗୃହିଣୀଙ୍କ ଅବୈତନିକ କାର୍ଯ୍ୟର ମୂଲ୍ୟାୟନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିପାଇଁ ପରିବାରରେ ସେମାନଙ୍କ ଅବଦାନ, ସମାଜରେ ସେମାନଙ୍କ ଅଧିକାରକୁ ସମ୍ମାନ ଜଣାଇବାକୁ ହେବ। ସାମାଜିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଓ ପୁରୁଷପ୍ରାଧାନ୍ୟ ବିଚାରଧାରାରେ ପରିବର୍ତ୍ତନ ସହ ସମାନତାକୁ ଉତ୍ସାହିତ କରୁଥିବା ଶିକ୍ଷା ବ୍ୟବସ୍ଥା ଜରୁରୀ। ଗୃହିଣୀଙ୍କ ସହନଶୀଳ ତଥା ଦୀର୍ଘ ସମୟର କଠିନ ଶ୍ରମର ମୂଲ୍ୟକୁ ବୁଝିଲେ ସମସ୍ତଙ୍କ ପାଇଁ ଏକ ସମ୍ମିଳିତ, ସମ୍ମାନଜନକ ଓ ପାତରଅନ୍ତରବିହୀନ ସମାଜ ଗଠନ ସମ୍ଭବ ହୋଇପାରିବ। ସେମାନଙ୍କ ସାମାଜିକ ଓ ଆର୍ଥିକ ଅବଦାନ ସମ୍ପର୍କରେ ଶୀର୍ଷ ଅଦାଲତଙ୍କ ଏବକାର ରାୟ ହୁଏତ ଏ ଦିଗରେ ସମାଜକୁ ପ୍ରେରିତ କରିବ ବୋଲି ଆଶା କରାଯାଏ।

ଗୃହିଣୀଙ୍କ ସହନଶୀଳ ତଥା ଦୀର୍ଘ ସମୟର କଠିନ ଶ୍ରମର ମୂଲ୍ୟକୁ ବୁଝିଲେ ସମସ୍ତଙ୍କ ପାଇଁ ଏକ ସମ୍ମିଳିତ, ସମ୍ମାନଜନକ ଓ ପାତରଅନ୍ତରବିହୀନ ସମାଜ ଗଠନ ସମ୍ଭବ ହୋଇପାରିବ। ସେମାନଙ୍କ ସାମାଜିକ ଓ ଆର୍ଥିକ ଅବଦାନ ସମ୍ପର୍କରେ ଶୀର୍ଷ ଅଦାଲତଙ୍କ ଏବକାର ରାୟ ହୁଏତ ଏ ଦିଗରେ ସମାଜକୁ ପ୍ରେରିତ କରିବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri