ଠକିଦେଲେ ଠିକାଦାର: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା

ଦେବଗଡ,୨୯।୪(ଶଶାଙ୍କ ଶେଖର ଝାଙ୍କର): ଠିକାଦାରଙ୍କ ଠକାମିର ଶିକାର ହୋଇ ଏବେ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଶିତ ଟୁସୁଳା ଗ୍ରାମରେ । ମିଳିଥିବା ଅଭିଯୋଗ ଅନୁଯାୟୀ ଟୁସୁଳା ଗ୍ରାମର ଶିବଶକ୍ତି ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସେମାନଙ୍କ ଗୋଷ୍ଠିର ଉନ୍ନତି ନିମନ୍ତେ ଗ୍ରାମରେ ଥିବା ଝରଝରୀ କଟାରେ ମାଛଚାଷ କରିଥିଲେ । ମାତ୍ର ଉକ୍ତ ଗ୍ରାମର ଜଣେ ନିର୍ଦ୍ଦିଷ୍ଟ ଠିକାଦାର ଉକ୍ତ କଟା(ପୁଷ୍କରିଣୀ)ରୁ ପଙ୍କ ଉଦ୍ଧାର ଓ ଉନ୍ନତିକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଆର୍ଥୀକ ଅନୁଦାନ ଆସିଥିବା ଦର୍ଶାଇ ଉକ୍ତ କଟାରୁ ମାଛ ମାରିଦେବାକୁ ଗୋଷ୍ଠିର ସଦସ୍ୟା ମାନଙ୍କୁ ପରାମର୍ସ ଦେଇଥିଲେ । ଫଳରେ ମାଛ ବଢିବା ପୂର୍ବରୁ ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସେଠାରୁ ମାଛ ଛାଡିଦେବାସହ ସେମାନଙ୍କର ଏକଲକ୍ଷ ଟଙ୍କାର କ୍ଷତି ଘଟିଥିଲା । ମାତ୍ର ଦୂଃଖ ଓ ପରିତାପର ବିଷୟ ଏହା ଯେ, ଦୀର୍ଘଦିନ ପରେ ମଧ୍ୟ ଉକ୍ତ କଟାରୁ ପଙ୍କ ଉଦ୍ଧାର କିମ୍ବା ଉନତିକରଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାର କାରଣ ନେଇ ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ଠିକାଦାର ଜଣକ କୌଣସି ସନ୍ତୋଷ ଜନକ ଉତ୍ତର ଦେବା ପରିବର୍ତ୍ତେ ସେମାନଙ୍କୁ ଓଲଟି ନାନା ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ‘ତୁମେ ଯେଉଁଠିକି ଯିବାର ଅଛି ଯାଅ..ମୋର କେହି କିଛି କରି ପାରିବେ ନାହିଁ ’ ବୋଲି କୁଆଡେ ଉତ୍ତର ଦେଉଛନ୍ତି । ଫଳରେ ସେମାନେ ଦେବଗଡ ଜିଲାପାଲଙ୍କ କାର୍ଯୟାଳୟକୁ ଆସି ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ କରିବା ସହ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନରେ ସମ୍ପୃକ୍ତ ଝରଝରୀ କଟାର ପଙ୍କ ଉଦ୍ଧାର ଓ ଉନ୍ନତିକରଣ କରିବାକୁ ଲିଖିତ ପ୍ରାର୍ଥନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri