ଦୂଷିତ ଜଳ, ଚିନ୍ତାରେ ଜିଲାବାସୀ

କେନ୍ଦ୍ରାପଡ଼ା,୨୪ା୩ (ଜଗନ୍ନାଥ ଧଳ):ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ଖରାତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟେହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷେ ଜିଲାରେ ଏବେ ଏକ ନୂଆ ସମସ୍ୟା ଜଣ୍ଡିସ ରୋଗ ରୂପରେ ଆସିଛି। ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଏପରି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପାନୀୟ ଜଳ ସମସ୍ୟାରେ ଏହି ରୋଗ ବଢ଼ୁଥିବା ଜିଲାରେ ଏବେ ଆଲୋଚନା ହେଉଛି ା ଭୁଗର୍ଭ ଜଳ ସଙ୍କଟରେ ଥିବା ଏହି ଜିଲାରେ ପାଉଚ, ବୋତଲ, ଲସି, ଆଇସକ୍ରୀମ ଆଦି ଶୋଷ ମେଣ୍ଟାଉ ଥିବା ବେଳେ ଏହାର ମୂଳ ଭିତ୍ତିଭୂମି ପାଣିର ନମୁନା ସଂଗ୍ରହ ହେଉନାହିଁ। ଯାହା ଏବେ ଜିଲାବାସୀଙ୍କ ଚିନ୍ତାର କାରଣ ସାଜିଛି।
ଏ ସଂକ୍ରାନ୍ତରେ ମହାକାଳପଡ଼ାର ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ଖରାଦିନ ଆରମ୍ଭରୁ ଜିଲାର ଉପାନ୍ତ ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୩ ବର୍ଷ ମଧ୍ୟରେ ଏହି ରୋଗରେ ଜିଲାର ୧୪ ଲୋକଙ୍କ ମୃତ୍ୟୁ ହୋଇଛି ା ଜଣ୍ଡିସ ପାଇଁ ଅନ୍ୟ କାରଣ ଥିଲେ ମଧ୍ୟ ଅସ୍ବାସ୍ଥ୍ୟକର ପାନୀୟ ଜଳ ଏହାକୁ ଅଧିକ ଜଟିଳ କରିଛି ା ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଜକନିକା, ରାଜନଗର, ଆଳି, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଲୁଣିଆ ା ଏଥି ସହିତ ଅନ୍ୟ ୪ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ସଙ୍କଟ ଥିବା ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ସର୍ଭେ ହୋଇଛି ା ନଦୀଜଳକୁ ପାନୀୟ ଜଳ ଭାବେ ବ୍ୟବହାର ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି। ସମୟ ଅବଧି ସରିଥିଲେ ମଧ୍ୟ ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହୋଇନାହିଁ ା ଫଳରେ ସାଧାରଣ ଲୋକ ଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ହୋଇ ବିଭିନ୍ନ ରୋଗରେ ପଡୁଛନ୍ତି ା ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ କୁମାର ବେହେରା କହିଛନ୍ତି, ଅଧିକାଂଶ ନଳକୂପ ଅଚଳ ା ଶୋଷ ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳରେ ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରିବାକୁ ପଡୁଛି ା ତେବେ ଏହି ପାଣି କେବେ ସୁଦ୍ଧା ବ୍ୟବହାର କରିହେବ, ସେଥିନେଇ କୌଣସି ସୂଚନା ନାହିଁ ା ବିଭିନ୍ନ ସ୍ଥାନରେ ନକଲି ପାଣି ପାଉଚ ଓ ବୋତଲ ଫ୍ୟାକ୍ଟି ବ୍ୟବସାୟ ଲମ୍ବି ଚାଲିଛି ା ସେହିପରି ଖରାଦିନେ ଆଇସ୍‌କ୍ରିମ, ଲସି, ଫଳରସ ଆଦିର ଚାହିଦା ବଢ଼ିଛି ା କାରଖାନାରେ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ନମୁନା ଜିଲା ପ୍ରଶାସନର ଅଧିକାରୀ ସଂଗ୍ରହ କରି ପରୀକ୍ଷା କରିବା ନଜିର ନାହିଁ ା ଏପରି ପାଣି ପିଇବା ପରେ ଜଣ୍ଡିସ ରୋଗ ବଢ଼ୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି ା ବୁଦ୍ଧିଜୀବୀ ବିରେନ କୁମାର ଦାସ କହିଛନ୍ତି, ଗତ ଦୁଇବର୍ଷ ପୂର୍ବେ ପାଣିରେ ଇକୋଲି ଥିବା ପରୀକ୍ଷା ପରେ ଜଣା ପଡିଥିଲା ା ସେହିପରି ପଡୋଶୀ ଜିଲାର ଶିଳ୍ପ ବର୍ଜବସ୍ତୁ ଜିଲାରେ ପ୍ରବାହିତ ନଦୀ ନାଳରେ ମିଶୁଥିବାରୁ ଜଳ ଏହା ରୋଗବାହକ ହୋଇଛି ା ଏହାବ୍ୟତୀତ ଉନ୍ନୟନ କାର୍ଯ୍ୟ ସମୟରେ ଗଛକଟା ହେଉଥିଲେ ମଧ୍ୟ ଏହାର ପରିପୂରକ ଗଛ ଲଗାଯାଉନାହିଁ ା ଖରାରେ ଅତିଷ୍ଠ ଲୋକ ପାଣି ପାଇଁ ଏବେ ଗରଳ ପିଇବାକୁ ବାଧ୍ୟ ହେଉଛନ୍ତି ା ଜିଲା ପ୍ରଶାସନ ପକ୍ଷରୁ ଖରାଦିନେ ପାଣି ବ୍ୟବସ୍ଥା କରୁଥିଲେ ମଧ୍ୟ ତାହା ମାଠିଆ, ବ୍ୟାନର ଓ ଟଙ୍କା ଖର୍ଚ୍ଚରେ ସୀମିତ ରହୁଛି ା ଜଳସଙ୍କଟ ଥିବା ଏହି ଜିଲାର ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି। ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଖରାରୁ ରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛିି ା


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri