ପାନୀୟ ଜଳ ବଦଳରେ ଆସୁଛି ଦୂଷିତ ପାଣି

ପଟ୍ଟାମୁଣ୍ଡାଇ,୨୩ା୬(କଳ୍ପତରୁ ନାୟକ): ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ଏଥିପାଇଁ ଅନେକ କୋଟି ଟଙ୍କା ବ୍ୟୟ କରାଯାଇ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ହେଲେ ଅଧିକାଂଶ ସ୍ଥାନରେ ଯୋଜନା ନାମରେ ଅର୍ଥ ବାଟମାରଣା କରାଯାଉଥିବାରୁ ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସଫଳ ରୂପାୟନ ହୋଇପାରୁ ନାହିଁ । ଏହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ ଅଢାଖଣ୍ଡ ଗ୍ରାମରେ ା ଉକ୍ତ ଅଞ୍ଚଳରେ ଥିବା ପାନୀୟ ଜଳ ପ୍ରକଳ୍ପରୁ ଦୂଷିତ ଗୋଳିଆ ପାଣି ଆସୁଥିବାରୁ ତାହା ପାନୀୟ ଉପଯୋଗୀ ହେଉନାହିଁ । ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ । ତୁରନ୍ତ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ସୂଚନା ଅନୁଯାୟୀ, ୨୦୦୮-୦୯ ଆର୍ଥିକ ବର୍ଷରେ ନରସିଂହପୁର ପଞ୍ଚାୟତ ଅଠରବାଟିଆ ଗ୍ରାମରେ ଏକ ପାନୀୟ ଜଳ ନିର୍ମାଣ କରାଯାଇ ଅଠରବାଟିଆ, ଅଇନିପଡା ଓ ଅଢାଖଣ୍ଡ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କରାଯାଉଥିଲା । ମାତ୍ର ୧ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଅଢାଖଣ୍ଡ ଗ୍ରାମରେ ଏକ ନୂତନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ା ସେଥିରେ ପୁରୁଣା ପିଭିସି ପାଇପ୍‌ ବ୍ୟବହାର କରାଯାଇ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଗଲା । ମାତ୍ର ଉକ୍ତ ପାଇପ ବହୁଦିନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫାଟି ଯାଇଛି । ଫଳରେ ନର୍ଦ୍ଦମା ଓ ଗୋଳିଆ ପାଣି ପାଇପ୍‌ରେ ପ୍ରବେଶ କରି ଏ ସମସ୍ୟା ସୃଷ୍ଟି କରୁଛି ା ଅଧିକାଂଶ ସମୟରେ ଗୋଳିଆ ଓ ପଚା ପାଣି ଆସୁଛି ା ସେହିପାଣିରେ ପୋକ ବି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ପ୍ରାୟ ୫ ଶହ ପରିବାର ଉକ୍ତ ପ୍ରଳଳ୍ପରୁ ପାଣି ବ୍ୟବହାର କରୁଛନ୍ତି ା ସେମାନେ ବାରମ୍ବାର ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ। ଗ୍ରାମରେ ୬ଟି ନଳକୂପ ଥିବାବେଳେ କେଉଁ ନଳକୂପରୁ ପାଣି ବାହାରୁଛି ତ ଆଉ କେଉଁ ନଳକୂପରୁ ପାଣି ବାହାରୁ ନାହିଁ ା ଫଳରେ ଅନ୍ୟ କୌଣସି ଉପାୟ ନ ପାଇ ଗ୍ରାମବାସୀ ସେହି ପାଣିକୁ ଛାଣି ଫୁଟାଇ ବ୍ୟବହାର କରି ନିଜର ଶୋଷ ମେଣ୍ଟାଉଛନ୍ତି ା ଉକ୍ତ ପ୍ରକଳ୍ପକୁ ତୁରନ୍ତ ମରାମତି କରିବା ସହିତ ନୂଆ ପାଇପ୍‌ ଲାଇନ ପକାଇ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ରାଜେନ୍ଦ୍ର ନାରାୟଣ ଦାଶ, ରାହାସ ବିହାରୀ ଦାଶ, ଭଗବାନ ଗିରି, କାଙ୍ଗାଳି ମଲିକ, ଦିବାକର ମଲିକ, କୁଳମଣି ପରିଡା, ଯୁବତୀ ମଲିକ, ଅହଲ୍ୟା ପାଢୀ, ନିର୍ଝରିଣୀ ପଣ୍ଡା ପ୍ରମୁଖ ଦାବି କରିଛନ୍ତି ା ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ ପଚାରିବାରୁ ଗତ ୩ ଦିନ ପୂର୍ବେ ଗୋଳିଆ ପାଣି ଆସୁଥିଲା ା ମରାମତି କରାଯାଇଛି । ଅନ୍ୟ ସ୍ଥାନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?