ପ୍ରଦୂଷିତ ଖାଦ୍ୟ ଓ ରୋଗ

ଡା. ଉମେଶ ଚନ୍ଦ୍ର ପାତ୍ର

କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଓ ପ୍ରଦୂଷିତ ଖାଦ୍ୟ ଶୃଙ୍ଖଳା ଯୋଗୁଁ ‘ଏଲର୍ଜି’ ବଢ଼ୁଛି ବୋଲି ନିକଟରେ ଦିଲ୍ଲୀସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଟେଷ୍ଟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ରାଜ କୁମାର ଏକ ବୈଜ୍ଞାନିକ ସଂଗୋଷ୍ଠୀରେ ମତବ୍ୟକ୍ତ କରିଛନ୍ତି। ତାଙ୍କ ଅନୁଯାୟୀ ଭାରତର ୩୦%ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଖାଦ୍ୟ ଏଲର୍ଜି ଦ୍ୱାରା ପ୍ରଭାବିତ। ଯେଉଁମାନେ ପାଶ୍ଚାତ୍ୟ ଖାଦ୍ୟ ଶୃଙ୍ଖଳାକୁ ଗ୍ରହଣ କରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହାର ପ୍ରାବଲ୍ୟ ଅଧିକ। ସ୍ପର୍ଶ, ଆହାର ଏବଂ ଶ୍ୱାସ ଦ୍ୱାରା ଏହି ଏଲର୍ଜି ସୃଷ୍ଟି ହେଉଥିବା କହିଛନ୍ତି। ମାନବର ପ୍ରତିରକ୍ଷା ତନ୍ତ୍ର ଭାଇରସ୍‌, ପରଜୀବୀ ବ୍ୟାକ୍ଟେରିଆ ଆଦିରୁ ରକ୍ଷା କରିଥାଏ। ମାତ୍ର କେତେକ କ୍ଷେତ୍ରରେ ମାନବର ପ୍ରତିରକ୍ଷା ବ୍ୟବସ୍ଥା ହାନି ରହିତ ଏବଂ ହାନିକାରକ ତତ୍ତ୍ୱ ମଧ୍ୟରେ ରହିଥିବା ଅନ୍ତରକୁ ଚିହ୍ନି ପାରିନଥାଏ। ଏଭଳି କ୍ଷେତ୍ରରେ ପ୍ରତିରକ୍ଷା ତନ୍ତ୍ର ଖାଦ୍ୟ ପଦାର୍ଥର ପ୍ରୋଟିନ୍‌କୁ ଅବାଞ୍ଛିତ ବାହାରି ତତ୍ତ୍ୱ ରୂପେ ବିବେଚନା କରିଥାଏ; ଯାହାର ପ୍ରତିକ୍ରିୟା ସ୍ବରୂପ ଶରୀରରେ ପ୍ରତିରୋଧୀ ତତ୍ତ୍ୱ ଇମ୍ୟୁଲୋଗ୍ଲୋବିନ-ଇ ସକ୍ରିୟ ହୋଇ ହାନିକାରକ ତତ୍ତ୍ୱର ମୁକାବିଲା ପାଇଁ ହିଷ୍ଟୋମିନ୍‌ ଓ ଅନ୍ୟାନ୍ୟ ରସାୟନ କ୍ଷରଣ କରିଥାଏ। ଏହି ଇମ୍ୟୁଲୋଗ୍ଲୋବିନ୍‌-ଇ ଶରୀରର ତ୍ୱଚା, ଫୁସ୍‌ଫୁସ୍‌, ଅନ୍ତ୍ର ଆଦିରେ ରହିଥାଏ, ଯାହା ସ୍ବାଭାବିକ ରୂପେ ରୋଗ ପ୍ରତିରୋଧ ବ୍ୟବସ୍ଥାର ଏକ ଅଂଶବିଶେଷ। ଶରୀରରେ ବାହ୍ୟ ତତ୍ତ୍ୱର ପ୍ରବେଶ ସମୟରେ ଶରୀର ଭିତରେ ଏକ ରାସାୟନିକ ଯୁଦ୍ଧ ହୋଇଥାଏ। ଫଳରେ ଶରୀର କୁଣ୍ଡାଇ ହେବା, ତ୍ୱଚା, ଆଖି ଓଠ ଫୁଲିବା, କାଶ ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବା, ହୃଦ୍‌କମ୍ପନ ବୃଦ୍ଧି ପାଇବା ଆଦି ଲକ୍ଷଣ ଦେଖାଯାଇଥାଏ। ସାଧାରଣତଃ ଏଲର୍ଜିକୁ ନଅ ଭାଗରେ ବିଭକ୍ତ କରାଯାଇଛି। ଏଲର୍ଜିର ପ୍ରଭାବ କିଛି ସେକେଣ୍ଡରୁ ଛଅରୁ ଆଠଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଆମେରିକୀୟ ଫୁଡ୍‌ ଆଣ୍ଡ୍‌ ଏଲର୍ଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ୧୭୦ରୁ ଅଧିକ ଖାଦ୍ୟ ପଦାର୍ଥ ଯୋଗୁଁ ଏଲର୍ଜି ହେଉଥିବା ଚିହ୍ନଟ କରାଯାଇଛି। ତେବେ ଭାରତରେ ଗୋରସ, ଅଣ୍ଡା, ଚିନାବାଦାମ, ମାଛ, ସୋୟା ସମେତ ପୂର୍ବରୁ ସଂରକ୍ଷିତ ଖାଦ୍ୟ ଫାଷ୍ଟଫୁଡ ଆଦି ଯୋଗୁଁ ଏଲର୍ଜି ହେଉଥିବା ଜଣାପଡ଼ିଛି। ଇମ୍ୟୁନୋଗ୍ଲୋବିନ-ଇ (ଆଇଜିଇ) ସାଧାରଣତଃ ମାନବ ସମେତ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ନିକଟରେ ଦେଖାଯାଇଥାଏ। ପ୍ଲାଜ୍‌ମା କୋଷିକାର ସକ୍ରିୟତା ଯୋଗୁଁ ସ୍ପଷ୍ଟ ହାଇପରସେନ୍‌ସିଟିଭିଟି ଏଲର୍ଜି ଅସ୍ଥମା, ସାଇନସାଇଟିସ, ରିନିଟିସ୍‌, ଫୁଡ୍‌ ଏଲର୍ଜି ଆଦି ସକାଶେ ସିଧାସଳଖ ଇମ୍ୟୁନୋଗ୍ଲୋବିନ୍‌-ଇକୁ ଦାୟୀ କରାଯାଇଥାଏ। ଇମ୍ୟୁନୋଗ୍ଲୋବିନ୍‌ ମାନବୀୟ ପ୍ରତିରକ୍ଷା ତନ୍ତ୍ରରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ତେବେ ଗବେଷଣାରୁ ଜଣାପଡ଼ିଛି ଯେ, ଇମ୍ୟୁନୋଗ୍ଲୋବିନ-ଇ ସହାୟତାରେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନସର ରୋଗ ଚିହ୍ନଟ ସମ୍ଭବପର ହୋଇପାରିବ। କାରଣ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଏଟୋପିକ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନୋଗ୍ଲୋବିନ-ଇର ମାତ୍ରା ଦଶଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।
ଆମ ଦେଶରେ ବର୍ତ୍ତମାନ ପାଖାପାଖି ୫ କୋଟି ହେପାଟାଇଟିସ୍‌ ‘ବି’ ଭୂତାଣୁ ବାହାକ ରହିଛନ୍ତି। ସଂକ୍ରମିତ ପିଲାମାନଙ୍କଠାରେ ଏହି ଭୂତାଣୁର କୌଣସି ଲକ୍ଷଣ ନ ଥାଏ ଓ ଏମାନେ ନୀରୋଗ ଏବଂ ସୁସ୍ଥ ଜଣାପଡ଼ନ୍ତି। ସୁସ୍ଥ ଦେଖାଯାଉଥିବା ଉକ୍ତ ପିଲାମାନେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ପିଲାମାନଙ୍କୁ ଅଜାଣତରେ ଏହି ଭୂତାଣୁ ପ୍ରଦାନ କରିଥାନ୍ତି। ପରବର୍ତ୍ତୀ କାଳରେ ଏହି ସୁସ୍ଥ ଦେଖାଯାଉଥିବା ବାହକ ପିଲାଟି ଯକୃତ ସିରୋସିସ୍‌ ବା ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ। କେତେକ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶିଶୁ ଅବସ୍ଥାରେ ସଂକ୍ରମିତ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଯକୃତ କର୍କଟ ରୋଗରେ ପ୍ରାଣ ହରାଇଥା’ନ୍ତି। ପ୍ରକାଶିତ ବିଭିନ୍ନ ରିପୋର୍ଟରୁ ଜଣାଯାଇଛି ଯେ, ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ଅନୂ୍ୟନ ଜଣେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ । ଉଦ୍‌ବେଗଜନକ ତଥ୍ୟ ହେଉଛି, ଅଧିକାଂଶ ବାହକ ଜାଣିନଥା’ନ୍ତି ଯେ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ। ଏହି ବାହକମାନଙ୍କ ସାଙ୍ଗରେ ଆକସ୍ମିକ ସମ୍ପର୍କ ଦ୍ୱାରା ଜଣେ ସୁସ୍ଥ ଲୋକ ସଂକ୍ରମିତ ହୋଇପାରିବ। ହେପାଟାଇଟିସ୍‌ ‘ବି’ ଏଡ୍‌ସଠାରୁ ୧୦୦ ଗୁଣ ଅଧିକ ସଂକ୍ରାମକ। ଭାରତରେ ଏଡ୍‌ସ ଯୋଗୁ ବର୍ଷକୁ ଯେତେ ଲୋକ ମରନ୍ତି, ତା’ଠାରୁ ଅଧିକ ଗୋଟିଏ ଦିନରେ ହେପାଟାଇଟିସ୍‌ ‘ବି’ ଯୋଗୁ ମୃତ୍ୟୁବରଣ କରନ୍ତି। ପରିସଂଖ୍ୟାନରୁ ଜଣାଯାଏ, ଭାରତରେ ୫ କୋଟିରୁ ଅଧିକ ହେପାଟାଇଟିସ୍‌ ‘ବି’ଭୂତାଣୁ ବାହକ ଅଛନ୍ତି ଓ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁଜନିତ ସାଙ୍ଘାତିକ ଯକୃତ ରୋଗରେ କଷ୍ଟ ପାଉଛନ୍ତି। ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଲୋକ ଏହି ଭୂତାଣୁଜନିତ ଯକୃତ ରୋଗରେ ମୃତ୍ୟୁବରଣ କରିଥା’ନ୍ତି। ନିମ୍ନଲିଖିତ ଶ୍ରେଣୀର ବ୍ୟକ୍ତିଙ୍କୁ ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଡାକ୍ତର ଓ ଶଲ୍ୟ ଚିକିତ୍ସକ, ସେବିକା, ପାଥୋଲୋଜି ଟେକ୍‌ନିସିଆନ୍‌ ଏବଂ ରକ୍ତଭଣ୍ଡାର ଓ ବୃକକ୍‌ ଡାଏଲିସିସ୍‌ ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ଅଧିକ ସଂକ୍ରମଣ ହେବାର ସମ୍ଭାବନା। ସମଲିଙ୍ଗ ସଂଗମ ପ୍ରୟାସୀ ରୂପଜୀବୀ, ବିଶୃଙ୍ଖଳ ଅସୁରକ୍ଷିତ ଯୌନକ୍ରିୟା, ଇଞ୍ଜେକ୍‌ସନ ମାଧ୍ୟମରେ ନିଶା ସେବନ କରୁଥିବା ବ୍ୟକ୍ତିମାନେ ମଧ୍ୟ ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri