ପ୍ରଦୂଷିତ ଖାଦ୍ୟ ଓ ରୋଗ

ଡା. ଉମେଶ ଚନ୍ଦ୍ର ପାତ୍ର

କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଓ ପ୍ରଦୂଷିତ ଖାଦ୍ୟ ଶୃଙ୍ଖଳା ଯୋଗୁଁ ‘ଏଲର୍ଜି’ ବଢ଼ୁଛି ବୋଲି ନିକଟରେ ଦିଲ୍ଲୀସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଟେଷ୍ଟ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ରାଜ କୁମାର ଏକ ବୈଜ୍ଞାନିକ ସଂଗୋଷ୍ଠୀରେ ମତବ୍ୟକ୍ତ କରିଛନ୍ତି। ତାଙ୍କ ଅନୁଯାୟୀ ଭାରତର ୩୦%ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଖାଦ୍ୟ ଏଲର୍ଜି ଦ୍ୱାରା ପ୍ରଭାବିତ। ଯେଉଁମାନେ ପାଶ୍ଚାତ୍ୟ ଖାଦ୍ୟ ଶୃଙ୍ଖଳାକୁ ଗ୍ରହଣ କରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହାର ପ୍ରାବଲ୍ୟ ଅଧିକ। ସ୍ପର୍ଶ, ଆହାର ଏବଂ ଶ୍ୱାସ ଦ୍ୱାରା ଏହି ଏଲର୍ଜି ସୃଷ୍ଟି ହେଉଥିବା କହିଛନ୍ତି। ମାନବର ପ୍ରତିରକ୍ଷା ତନ୍ତ୍ର ଭାଇରସ୍‌, ପରଜୀବୀ ବ୍ୟାକ୍ଟେରିଆ ଆଦିରୁ ରକ୍ଷା କରିଥାଏ। ମାତ୍ର କେତେକ କ୍ଷେତ୍ରରେ ମାନବର ପ୍ରତିରକ୍ଷା ବ୍ୟବସ୍ଥା ହାନି ରହିତ ଏବଂ ହାନିକାରକ ତତ୍ତ୍ୱ ମଧ୍ୟରେ ରହିଥିବା ଅନ୍ତରକୁ ଚିହ୍ନି ପାରିନଥାଏ। ଏଭଳି କ୍ଷେତ୍ରରେ ପ୍ରତିରକ୍ଷା ତନ୍ତ୍ର ଖାଦ୍ୟ ପଦାର୍ଥର ପ୍ରୋଟିନ୍‌କୁ ଅବାଞ୍ଛିତ ବାହାରି ତତ୍ତ୍ୱ ରୂପେ ବିବେଚନା କରିଥାଏ; ଯାହାର ପ୍ରତିକ୍ରିୟା ସ୍ବରୂପ ଶରୀରରେ ପ୍ରତିରୋଧୀ ତତ୍ତ୍ୱ ଇମ୍ୟୁଲୋଗ୍ଲୋବିନ-ଇ ସକ୍ରିୟ ହୋଇ ହାନିକାରକ ତତ୍ତ୍ୱର ମୁକାବିଲା ପାଇଁ ହିଷ୍ଟୋମିନ୍‌ ଓ ଅନ୍ୟାନ୍ୟ ରସାୟନ କ୍ଷରଣ କରିଥାଏ। ଏହି ଇମ୍ୟୁଲୋଗ୍ଲୋବିନ୍‌-ଇ ଶରୀରର ତ୍ୱଚା, ଫୁସ୍‌ଫୁସ୍‌, ଅନ୍ତ୍ର ଆଦିରେ ରହିଥାଏ, ଯାହା ସ୍ବାଭାବିକ ରୂପେ ରୋଗ ପ୍ରତିରୋଧ ବ୍ୟବସ୍ଥାର ଏକ ଅଂଶବିଶେଷ। ଶରୀରରେ ବାହ୍ୟ ତତ୍ତ୍ୱର ପ୍ରବେଶ ସମୟରେ ଶରୀର ଭିତରେ ଏକ ରାସାୟନିକ ଯୁଦ୍ଧ ହୋଇଥାଏ। ଫଳରେ ଶରୀର କୁଣ୍ଡାଇ ହେବା, ତ୍ୱଚା, ଆଖି ଓଠ ଫୁଲିବା, କାଶ ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବା, ହୃଦ୍‌କମ୍ପନ ବୃଦ୍ଧି ପାଇବା ଆଦି ଲକ୍ଷଣ ଦେଖାଯାଇଥାଏ। ସାଧାରଣତଃ ଏଲର୍ଜିକୁ ନଅ ଭାଗରେ ବିଭକ୍ତ କରାଯାଇଛି। ଏଲର୍ଜିର ପ୍ରଭାବ କିଛି ସେକେଣ୍ଡରୁ ଛଅରୁ ଆଠଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଆମେରିକୀୟ ଫୁଡ୍‌ ଆଣ୍ଡ୍‌ ଏଲର୍ଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ୧୭୦ରୁ ଅଧିକ ଖାଦ୍ୟ ପଦାର୍ଥ ଯୋଗୁଁ ଏଲର୍ଜି ହେଉଥିବା ଚିହ୍ନଟ କରାଯାଇଛି। ତେବେ ଭାରତରେ ଗୋରସ, ଅଣ୍ଡା, ଚିନାବାଦାମ, ମାଛ, ସୋୟା ସମେତ ପୂର୍ବରୁ ସଂରକ୍ଷିତ ଖାଦ୍ୟ ଫାଷ୍ଟଫୁଡ ଆଦି ଯୋଗୁଁ ଏଲର୍ଜି ହେଉଥିବା ଜଣାପଡ଼ିଛି। ଇମ୍ୟୁନୋଗ୍ଲୋବିନ-ଇ (ଆଇଜିଇ) ସାଧାରଣତଃ ମାନବ ସମେତ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ନିକଟରେ ଦେଖାଯାଇଥାଏ। ପ୍ଲାଜ୍‌ମା କୋଷିକାର ସକ୍ରିୟତା ଯୋଗୁଁ ସ୍ପଷ୍ଟ ହାଇପରସେନ୍‌ସିଟିଭିଟି ଏଲର୍ଜି ଅସ୍ଥମା, ସାଇନସାଇଟିସ, ରିନିଟିସ୍‌, ଫୁଡ୍‌ ଏଲର୍ଜି ଆଦି ସକାଶେ ସିଧାସଳଖ ଇମ୍ୟୁନୋଗ୍ଲୋବିନ୍‌-ଇକୁ ଦାୟୀ କରାଯାଇଥାଏ। ଇମ୍ୟୁନୋଗ୍ଲୋବିନ୍‌ ମାନବୀୟ ପ୍ରତିରକ୍ଷା ତନ୍ତ୍ରରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ତେବେ ଗବେଷଣାରୁ ଜଣାପଡ଼ିଛି ଯେ, ଇମ୍ୟୁନୋଗ୍ଲୋବିନ-ଇ ସହାୟତାରେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନସର ରୋଗ ଚିହ୍ନଟ ସମ୍ଭବପର ହୋଇପାରିବ। କାରଣ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଏଟୋପିକ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନୋଗ୍ଲୋବିନ-ଇର ମାତ୍ରା ଦଶଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।
ଆମ ଦେଶରେ ବର୍ତ୍ତମାନ ପାଖାପାଖି ୫ କୋଟି ହେପାଟାଇଟିସ୍‌ ‘ବି’ ଭୂତାଣୁ ବାହାକ ରହିଛନ୍ତି। ସଂକ୍ରମିତ ପିଲାମାନଙ୍କଠାରେ ଏହି ଭୂତାଣୁର କୌଣସି ଲକ୍ଷଣ ନ ଥାଏ ଓ ଏମାନେ ନୀରୋଗ ଏବଂ ସୁସ୍ଥ ଜଣାପଡ଼ନ୍ତି। ସୁସ୍ଥ ଦେଖାଯାଉଥିବା ଉକ୍ତ ପିଲାମାନେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ ପିଲାମାନଙ୍କୁ ଅଜାଣତରେ ଏହି ଭୂତାଣୁ ପ୍ରଦାନ କରିଥାନ୍ତି। ପରବର୍ତ୍ତୀ କାଳରେ ଏହି ସୁସ୍ଥ ଦେଖାଯାଉଥିବା ବାହକ ପିଲାଟି ଯକୃତ ସିରୋସିସ୍‌ ବା ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ। କେତେକ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶିଶୁ ଅବସ୍ଥାରେ ସଂକ୍ରମିତ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଯକୃତ କର୍କଟ ରୋଗରେ ପ୍ରାଣ ହରାଇଥା’ନ୍ତି। ପ୍ରକାଶିତ ବିଭିନ୍ନ ରିପୋର୍ଟରୁ ଜଣାଯାଇଛି ଯେ, ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ଅନୂ୍ୟନ ଜଣେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ । ଉଦ୍‌ବେଗଜନକ ତଥ୍ୟ ହେଉଛି, ଅଧିକାଂଶ ବାହକ ଜାଣିନଥା’ନ୍ତି ଯେ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ। ଏହି ବାହକମାନଙ୍କ ସାଙ୍ଗରେ ଆକସ୍ମିକ ସମ୍ପର୍କ ଦ୍ୱାରା ଜଣେ ସୁସ୍ଥ ଲୋକ ସଂକ୍ରମିତ ହୋଇପାରିବ। ହେପାଟାଇଟିସ୍‌ ‘ବି’ ଏଡ୍‌ସଠାରୁ ୧୦୦ ଗୁଣ ଅଧିକ ସଂକ୍ରାମକ। ଭାରତରେ ଏଡ୍‌ସ ଯୋଗୁ ବର୍ଷକୁ ଯେତେ ଲୋକ ମରନ୍ତି, ତା’ଠାରୁ ଅଧିକ ଗୋଟିଏ ଦିନରେ ହେପାଟାଇଟିସ୍‌ ‘ବି’ ଯୋଗୁ ମୃତ୍ୟୁବରଣ କରନ୍ତି। ପରିସଂଖ୍ୟାନରୁ ଜଣାଯାଏ, ଭାରତରେ ୫ କୋଟିରୁ ଅଧିକ ହେପାଟାଇଟିସ୍‌ ‘ବି’ଭୂତାଣୁ ବାହକ ଅଛନ୍ତି ଓ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁଜନିତ ସାଙ୍ଘାତିକ ଯକୃତ ରୋଗରେ କଷ୍ଟ ପାଉଛନ୍ତି। ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଲୋକ ଏହି ଭୂତାଣୁଜନିତ ଯକୃତ ରୋଗରେ ମୃତ୍ୟୁବରଣ କରିଥା’ନ୍ତି। ନିମ୍ନଲିଖିତ ଶ୍ରେଣୀର ବ୍ୟକ୍ତିଙ୍କୁ ହେପାଟାଇଟିସ୍‌ ‘ବି’ ଭୂତାଣୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଡାକ୍ତର ଓ ଶଲ୍ୟ ଚିକିତ୍ସକ, ସେବିକା, ପାଥୋଲୋଜି ଟେକ୍‌ନିସିଆନ୍‌ ଏବଂ ରକ୍ତଭଣ୍ଡାର ଓ ବୃକକ୍‌ ଡାଏଲିସିସ୍‌ ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ଅଧିକ ସଂକ୍ରମଣ ହେବାର ସମ୍ଭାବନା। ସମଲିଙ୍ଗ ସଂଗମ ପ୍ରୟାସୀ ରୂପଜୀବୀ, ବିଶୃଙ୍ଖଳ ଅସୁରକ୍ଷିତ ଯୌନକ୍ରିୟା, ଇଞ୍ଜେକ୍‌ସନ ମାଧ୍ୟମରେ ନିଶା ସେବନ କରୁଥିବା ବ୍ୟକ୍ତିମାନେ ମଧ୍ୟ ହେପାଟାଇଟିସ୍‌ ‘ବି’ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri