ସୋସିଆଲ ମିଡିଆରୁ ସମ୍ପର୍କ କରି ଯାଉଛନ୍ତି କି ଡେଟ୍‌ରେ…

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ ସମ୍ପର୍କକୁ ଆଗକୁ ନେବାକୁ ଚାହାନ୍ତି । ବନ୍ଧୁଙ୍କ ସହ କିଛି କଥାବାର୍ତ୍ତା ପରେ ସେ ଯଦି ପସନ୍ଦ ଆସିଥାନ୍ତି, ତେବେ ତାଙ୍କ ସହ ସମୟ କଟାଇବାକୁ ଡେଟ୍‌ରେ ଯିବାକୁ ସ୍ଥିର ହୋଇଥାଏ। ବର୍ତ୍ତମାନର ଏହି ଟ୍ରେଣ୍ଡ୍‌କୁ ନେଇ ଅନେକ ସମୟ ଯୁବପିଢ଼ୀ ଅଡୁଆରେ ପଡ଼ୁଥିବା ନଜିର ମଧ୍ୟ ରହିଛି। ତେବେ କାହା ସହ ଅନ୍ଧ ଭାବରେ ଡେଟ୍‌ରେ ଯିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପଡିଥାଏ। ଜାଣନ୍ତୁ ସେ ସମ୍ପର୍କରେ….

ଫୋନ୍‌ରେ କଥା
ଡେଟ୍‌ରେ ଯିବା ପୂର୍ବରୁ ଆପଣ ବନ୍ଧୁଙ୍କ ସହ ଫୋନ୍‌ରେ କଥା ହୋଇଯାଆନ୍ତୁ। ଆପଣ ଯେତେବି ଅନ୍‌ଲାଇନ୍‌ରେ କଥା ହୁଅନ୍ତୁ ନା କାହିଁକି ମାତ୍ର ଡେଟ୍‌ ପୂର୍ବରୁ ଆପଣ ତାଙ୍କ ସହ ଥରେ ଫୋନ୍‌ରେ କଥା ହେବା ଜରୁରୀ। ଏଥିରୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ। ଏପରି କଥା ହେବା ଆବଶ୍ୟକ ଯେପରି, ଆପଣ ଅନ୍‌ଲାଇନ୍‌ରେ ଯାହା ସହ କଥା ହୋଇଥିଲେ ସେ ଲୋକ ବୋଲି ଜାଣି ପାରିବେ।

ଉପଯୁକ୍ତ ସ୍ଥାନ
ଡେଟ୍‌ ଲାଗି ଯାଉଥିବା ସ୍ଥାନ ଆପଣଙ୍କ ଲାଗି ପରିଚିତ ହୋଇଥିବା ଜରୁରୀ। ନିଜ ସୁରକ୍ଷା ଲାଗି ଏପରି ସ୍ଥାନ ବାଛନ୍ତୁ ଯେଉଁ ଜାଗାକୁ ଆପଣ ଅନେକ ଥର ଯାଇଛନ୍ତି। ଏହା ଜନଗହଳିପୂର୍ଣ୍ଣ ହୋଇଥିବା ଆବଶ୍ୟକ। ଏ ନେଇ ନିଛାଟିଆ ସ୍ଥାନ ବାଛିବା ଭୁଲ୍‌ ହୋଇଥାଏ। ତେବେ ଡେଟ୍‌ରେ ଯିବା ପୂର୍ବରୁ ଆପଣଙ୍କ ନିକଟତର ବନ୍ଧୁଙ୍କୁ କହିଯିବା ଉଚିତ।

ଠିକ୍‌ ତଥ୍ୟ ସଂଗ୍ରହ
ପ୍ରୋଫାଇଲ୍‌ରେ ଭୁଲ୍‌ ସୂଚନା ଦେଉଥିବା ଲୋକ ଅନେକଥାନ୍ତି। ତେଣୁ ଏପରି କିଛି ପଦକ୍ଷେପ ନେବା ପୂର୍ବରୁ ଆପଣ ପାର୍ଟନରଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କରନ୍ତୁ। ସେ ବ୍ୟକ୍ତି ଠିକ୍‌ କି ନାହିଁ ଜାଣିବା ଲାଗି ତାଙ୍କର କିଛି ସାଙ୍ଗଙ୍କଠାରୁ ପଚାରି ବୁଝିବା ସହ ସେ ଦେଇଥିବା ପ୍ରୋଫାଇଲ୍‌ରେ ସୂଚନା ଭୁଲ୍‌ କି ଠିକ୍‌ ଜାଣନ୍ତୁ।

ବ୍ୟକ୍ତିଗତ କଥା
ଡେଟ୍‌ରେ ଯାଉଥିବା ବେଳେ ନିଜର ବ୍ୟକ୍ତିଗତ କଥା ବନ୍ଧୁଙ୍କ ସହ ବାଣ୍ଟନ୍ତୁ ନାହିଁ। ଏହା ଆଗାମୀ ଦିନରେ ଆପଣଙ୍କୁ ସମସ୍ୟାରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର...

ଘରକୁ ରଖନ୍ତୁ ସୁବାସିତ

ନିଜ ଘରକୁ ସବୁବେଳେ ସଫା ଏବଂ ସୁନ୍ଦର ରଖିବାକୁ ସମସ୍ତେ ଚାହାନ୍ତି। ଆଉ ଏଥିପାଇଁ ବିଭିନ୍ନ ପ୍ରକାର ଡେକୋରେଟିଭ୍‌ ସାମଗ୍ରୀ ବି ବ୍ୟବହାର କରନ୍ତି। ହେଲେ...

ମୁଡ ଅଫ୍‌ ଥିଲେ

ପ୍ରିୟଜନଙ୍କ ସହ ମନାନ୍ତର ହେଉ ବା କୌଣସି କାର୍ଯ୍ୟରେ ଅସଫଳତା, ଏମିତି ବିଭିନ୍ନ କାରଣ ହେତୁ ଆମର ମୁଡ ଅଫ୍‌ ହେଇଯାଏ। ମୁଡ ଅଫ୍‌ ହେବା...

ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ବ୍ରୋକୋଲି

ବ୍ରୋକୋଲି ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍‌, ଆଇରନ୍‌, ଭିଟାମିନ-ଏମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ।...

ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌...

ଧନିଆ ପତ୍ର ଖାଉଥିଲେ…

ଧନିଆ ପତ୍ରରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ ଓ ମାଙ୍ଗାନିଜ ଭରପୁର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ...

ପାଣି ଓଦା କାହିଁକି?

ଆମ ଆଖପାଖରେ ଯାହାବି ଘଟେ, ଯାହା ବି ବସ୍ତୁ ଅଛି ତା’ ମଧ୍ୟରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚି ରହିଥାଏ, ଯେମିତି କି...

ଘର ସଜାନ୍ତୁ ଏମିତି

ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି।...

Advertisement
Archives

Model This Week