ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକଚର ଅଧୀନରେ ଉପଭୋକ୍ତା ହନ୍ତସନ୍ତ: ସମସ୍ୟା ସମାଧାନ ନ ହେଲେ ଅନଶନ

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡ ଝାଟିଆ ଷ୍ଟ୍ରକଚର ଅଧୀନ ୩ପଞ୍ଚାୟତର ଉପଭୋକ୍ତା କ୍ରମାଗତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ କିଛି ଫଳ ମିଳୁନି। ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନି। ପ୍ରତିବାଦରେ ୩ ପଞ୍ଚାୟତ ଶ୍ୟାମସୁନ୍ଦରପୁର, କୁରୁଣ୍ଟା ଓ ଅଚ୍ୟୁତିପୁର ଶତାଧିକ ଉପଭୋକ୍ତା ଷ୍ଟ୍ରକଚର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୮ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଧାରଣାରେ ବସିବେ ବୋଲି ବିଭୂତି ପତି, ସୁବଳ ଗିରି, ସାବିତ୍ରୀ ରାଉଳ, ବିଶ୍ବଭୂଷଣ ପ୍ରଧାନ, ଶ୍ରୀଧର ପତି, ମିତାଲି ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି। ଟାଟା ପାଓ୍ବାର ଦାୟିତ୍ୱ ନେବା ଦିନଠାରୁ ଦୈନିକ ୮ରୁ ୧୦ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ନିୟମିତ ବିଲ୍‌ ନେବାକୁ ନ ଆସି ୩ରୁ ୪ମାସ ଧରି ବକେୟା ରହିବା ପରେ ଜରିମାନା ସହ ଆଦାୟ କରାଯାଉଛି। ନୂତନ ସଂଯୋଗ ପାଇଁ ଅନ୍‌ଲାଇନରେ ଆବେଦନର ମାସକ ପରେ ମଧ୍ୟ ଏହା ଦିଆଯାଉନାହିଁ। ଏଣୁ ଉପଭୋକ୍ତାଙ୍କୁ ଏହା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ଉପଭୋକ୍ତାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri