ଖଡ଼ିଆଳରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ

ଖଡ଼ିଆଳ,୨୮।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ସହର ହେଉଛି ଜିଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟର ପେଣ୍ଠସ୍ଥଳ। ମାତ୍ର ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେଉଛି। ଖଡ଼ିଆଳ ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର। ଏହି ସହରକୁ ଲାଗିରହିଛି ୩୫୩ ନଂ. ଜାତୀୟ ରାଜପଥ। ଏଠାକୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଲୋକେ ଯିବା ଆସିବା ତଥା ବାଣିଜ୍ୟ କରିବାକୁ ନିର୍ଭର କରିଥାନ୍ତି। ହେଲେ ଏ ପର୍ଯ୍ୟନ୍ତ ଏଠାରେ କୌଣସି ସ୍ଥାୟୀ ବସଷ୍ଟାଣ୍ଡ ନାହିଁ। ଫଳରେ ଏହି ସହରକୁ ଆସୁଥିବା ଅନେକ ଲୋକ ତଥା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁ ଥିବା ଅଭିଯୋଗ ହୋଇଆସୁଛି। ଯାତ୍ରୀମାନଙ୍କ ସୁବିଧାକୁ ନେଇ ପ୍ରଥମେ ଖଡ଼ିଆଳ ରାଜାଙ୍କ ଦରବାର ସମ୍ମୁଖରେ ଏକ ଅସ୍ଥାୟୀ ବସଷ୍ଟାଣ୍ଡ ହୋଇଥିଲା। ପରେ ଏହା ଖଡ଼ିଆଳ ୩୫୩ ନଂ. ମୁଖ୍ୟ ରାସ୍ତା ଖଡ଼ିଆଳ ଥାନା ସମ୍ମୁଖକୁ ଆସିଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ଉପଜିଲାପାଳ ସରୋଜ ଝା ଏହି ବସଷ୍ଟାଣ୍ଡକୁ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ବି.ଗ୍ରାଉଣ୍ଡ ଖେଳ ପଡିଆଠାରେ ସ୍ଥାନାନ୍ତରିତ କରିଥିଲେ। ପରେ ୨୦୧୪ ମସିହା ୨୯ ଜୁଲାଇରେ ନୂତନ ଭାବେ ଜିଲାପାଳ ଜୟ କୁମାର ଭି ଦାୟିତ୍ୱ ନେଇ ଏହାକୁ ଖଡିଆଳରେ ଥିବା ଦୁଇ ନମ୍ବର ପ୍ୟାରେଡ ପଡିଆକୁ ସ୍ଥାନାନ୍ତର କରିଥିଲେ। ହେଲେ ଏହି ବସଷ୍ଟାଣ୍ଡଟି ଅନେକ ସମସ୍ୟା ନେଇ ଗତି କରୁଛି। ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମଧ୍ୟ ଏହି ବସଷ୍ଟାଣ୍ଡ ଶୀତ ଏବଂ ଖରାଦିନରେ ଧୂଳି ଉଡ଼ୁଥିବାବେଳେ ବର୍ଷା ଦିନ କଥା ନ କହିବା ଭଲ। ବର୍ଷା ଦିନରେ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ କୁତ୍ରିମ ପୋଖରୀ ସଦୃଶ ହୋଇଥାଏ। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବସରେ ଯିବା ଆସିବା ମଧ୍ୟ କଷ୍ଟକର ହୋଇଥାଏ। ଏହି ବସଷ୍ଟାଣ୍ଡକୁ ସ୍ଥାୟୀ କରାଯାଇ ନ ଥିବାରୁ ବେସରକାରୀ ବସଷ୍ଟାଣ୍ଡ ଭାବେ ଖଡ଼ିଆଳ ବସ ମାଲିକ ସଂଘ ଦାୟିତ୍ୱ ନେଇ ଏହାକୁ ସୁପରିଚାଳିତ କରୁଛନ୍ତି। ହେଲେ ଏବେ ମଧ୍ୟ ଏଠାରେ ପାନୀୟ ଜଳ, ଶୌଚାଳୟ, ରାସ୍ତାଘାଟ, ଦୋକାନ ଗୃହ କରିବାକୁ କୌଣସି କେବିନ ନିର୍ମାଣ ହୋଇପାରିନାହିଁ। ଫଳରେ ଏଠାକୁ ଆସୁଥିବା ଶହ ଶହ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ସମୟରେ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଖଡ଼ିଆଳ ତହସିଲଦାର ଏପରିକି ଖୋଦ ଜିଲାପାଳ ଏହାର ସ୍ଥାୟୀ ସମାଧାନ ପାଇଁ ଏହି ବସଷ୍ଟାଣ୍ଡକୁ ପରିଦର୍ଶନ କରିଛନ୍ତି। ହେଲେ ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଖଡ଼ିଆଳ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଆନ୍ଦୋଳନର ଦାନା ବାନ୍ଧୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?