ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଶୁଭଖୁଣ୍ଟି ସ୍ଥାପନ

ପୁରୁଷୋତ୍ତମ ପୁର, ୨୪/୪(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର ଲାଗି ଶୁଭଖୁଣ୍ଟି ସ୍ଥାପନା ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ,ବିଡିଓ ବିଜୟ କୁମାର ବେହେରା , ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଙ୍କ ସହ ସମସ୍ତ ସେବାୟତଙ୍କ  ଉପସ୍ଥିତିରେ ମନ୍ଦିରର ମୂଖ୍ୟ ପୂରହିତ ପଣ୍ଡିତ ସୀମାଞ୍ଚଳ ଦାଶ ସର୍ମା ମା ଙ୍କ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟିକୁ ସ୍ଥାପନା କରିଥିଲେ।  ସୂଚନା ଯୋଗ୍ୟ ଯେ ଦିର୍ଘ ୧୧ ବର୍ଷ ହେଲା ନୂତନ ମନ୍ଦିର ର ୬୮ ଫୁଟ ଉଚ୍ଚତା ବିଶିଷ୍ଟ ଗର୍ଭଗୃହ, ୫୨ ଫୁଟ ଉଚ୍ଚତା ବିଶିଷ୍ଟ ନାଟ ମଣ୍ଡପ ଓ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଜଗମୋହନ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥଲେ ମଧ୍ୟ ତାହାର ପ୍ରତିଷ୍ଠା କରାଯାଉନଥିବାରୁ ଦଧିନଉତି ରେ ଧ୍ବଜା ଟିଏ ଲାଗିପାରିନାହିଁ। ଫଳରେ ଏହା ଅଞ୍ଚଳ ଓ ସମଗ୍ର ବିଶ୍ବ ଲାଗି ଏକ ଅଶୁଭ ସଙ୍କେତ ବୋଲି ବିଭିନ୍ନ ବ୍ୟକ୍ତି ବିଭିନ୍ନ ମତ ପ୍ରକାଶକୁ ନେଇ ତୁରନ୍ତ ମନ୍ଦିର ପ୍ରତିଷ୍ଠା ଦାବିରେ ଏଠାରେ ଦିର୍ଘ ଦିନ ହେଲା ଅସନ୍ତୋଷ ଲାଗି ରହିଥିଲା। ଏହାକୁ ନେଇ ସେବାୟତ ମାନେ ପ୍ରଶାସନର  ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିଷ୍ଠା କରିବା ଲାଗି ଦାବି କରିଆସୁଥିଲେ। ଏହି ଦାବି ଓ ଜନ ଅସନ୍ତୋଷ କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ ନେଇ  ଯୁଦ୍ଧ କାଳିନ ଭିତିରେ ମନ୍ଦିରର ସମସ୍ତ ଆନୁଷଙ୍ଗିକ ଉନ୍ନୟନ ମୂଳକ କାର୍ଯ୍ୟ କୁ ସାରି ଆସନ୍ତା ମେ ୧୫ରୁ ଆରମ୍ଭ କରି ୨୦ ତାରିଖରେ ପ୍ରତିଷ୍ଠା କାର୍ଯ୍ୟ ଶେଷ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଦିର୍ଘ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାକୁ ନେଇ ପୁରୁଷୋତ୍ତମପୁର ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୫(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନଳବଣ ନିକଟ ଚିଲିକାରେ ମାଛ ଧରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ୟାମସୁନ୍ଦର...

ବାସନ୍ତୀକ ନବରାତ୍ର ପର୍ବ: ଚଳଚଞ୍ଚଳ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୩।୩(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠରେ ବାସନ୍ତୀକ ନବରାତ୍ର ପର୍ବ ଲାଗି ବୁଧବାର ରାତ୍ରରୁ ଚଳଚଞ୍ଚଳ ହୋଇ ଉଠିଛି। ପଣ୍ଡିତଙ୍କ ବେଦ...

ଏମ୍‌ଜିଏନ୍‌ଆରଜିଏସରେ ୧୦୦ ଦିନ କାମ ଯୋଗାଇ ଦେଶରେ ଏହି ଜିଲା ପ୍ରଥମ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏ୍‌ନଆରଜିଏସ୍‌)ରେଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଜବକାର୍ଡଧାରୀ ପରିବାରକୁ ଶହେ ଦିନ କାମ ଯୋଗାଇବାରେ ଦେଶରେ...

୬ ବର୍ଷର ଶିଶୁ କରୋନା ପଜିଟିଭ୍‌

ଅନୁଗୋଳ ଅଫିସ୍‌, ୨।୬- ଅନୁଗୋଳ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ଜଣେ ୬ ବର୍ଷ ଶିଶୁ ବୋଲି...

ଏମଜିଏନଆରଇଜିଏସରେ ମେସିନ କରୁଛି କାମ

ଛତ୍ରପୁର,୨୮।୪(ଡିଏନଏ ): ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ...

ସେବାରେ ଲାଗୁନି ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ଏବେ ଲୋକଙ୍କ ସେବାରେ ଲାଗି ପାରୁନି। ୨୦ ଦିନ ତଳେ ଦୁର୍ଘଟଣାଗ୍ରସ୍ତ...

କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ଶ୍ରମିକ ସଂଘ

ବନ୍ତ,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଶ୍ରମିକ ସଂଘ, ଫେଡେରେଶନ ଓ ଆସୋସିଏଶନ ପକ୍ଷରୁ ଭଦ୍ରକ ଜିଲା ଆଗରପଡ଼ା ବଜାରରେ ବୁଧବାର ସକାଳୁ ବନ୍ଦ ପାଳନ ଓ ପ୍ରତିବାଦ ସଭା...

ଛତିଶଗଡ଼ ବ୍ୟବସାୟୀଙ୍କ ସୁନାଗହଣା ଲୁଟ୍‌ ମାମଲା: ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୨ା୧୧: ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ଼ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ହୋଇଛି। ସୋହେଲା...

Advertisement
Archives

Model This Week