ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଶୁଭଖୁଣ୍ଟି ସ୍ଥାପନ

ପୁରୁଷୋତ୍ତମ ପୁର, ୨୪/୪(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣି ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର ଲାଗି ଶୁଭଖୁଣ୍ଟି ସ୍ଥାପନା ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ,ବିଡିଓ ବିଜୟ କୁମାର ବେହେରା , ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଙ୍କ ସହ ସମସ୍ତ ସେବାୟତଙ୍କ  ଉପସ୍ଥିତିରେ ମନ୍ଦିରର ମୂଖ୍ୟ ପୂରହିତ ପଣ୍ଡିତ ସୀମାଞ୍ଚଳ ଦାଶ ସର୍ମା ମା ଙ୍କ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟିକୁ ସ୍ଥାପନା କରିଥିଲେ।  ସୂଚନା ଯୋଗ୍ୟ ଯେ ଦିର୍ଘ ୧୧ ବର୍ଷ ହେଲା ନୂତନ ମନ୍ଦିର ର ୬୮ ଫୁଟ ଉଚ୍ଚତା ବିଶିଷ୍ଟ ଗର୍ଭଗୃହ, ୫୨ ଫୁଟ ଉଚ୍ଚତା ବିଶିଷ୍ଟ ନାଟ ମଣ୍ଡପ ଓ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଜଗମୋହନ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥଲେ ମଧ୍ୟ ତାହାର ପ୍ରତିଷ୍ଠା କରାଯାଉନଥିବାରୁ ଦଧିନଉତି ରେ ଧ୍ବଜା ଟିଏ ଲାଗିପାରିନାହିଁ। ଫଳରେ ଏହା ଅଞ୍ଚଳ ଓ ସମଗ୍ର ବିଶ୍ବ ଲାଗି ଏକ ଅଶୁଭ ସଙ୍କେତ ବୋଲି ବିଭିନ୍ନ ବ୍ୟକ୍ତି ବିଭିନ୍ନ ମତ ପ୍ରକାଶକୁ ନେଇ ତୁରନ୍ତ ମନ୍ଦିର ପ୍ରତିଷ୍ଠା ଦାବିରେ ଏଠାରେ ଦିର୍ଘ ଦିନ ହେଲା ଅସନ୍ତୋଷ ଲାଗି ରହିଥିଲା। ଏହାକୁ ନେଇ ସେବାୟତ ମାନେ ପ୍ରଶାସନର  ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିଷ୍ଠା କରିବା ଲାଗି ଦାବି କରିଆସୁଥିଲେ। ଏହି ଦାବି ଓ ଜନ ଅସନ୍ତୋଷ କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ ନେଇ  ଯୁଦ୍ଧ କାଳିନ ଭିତିରେ ମନ୍ଦିରର ସମସ୍ତ ଆନୁଷଙ୍ଗିକ ଉନ୍ନୟନ ମୂଳକ କାର୍ଯ୍ୟ କୁ ସାରି ଆସନ୍ତା ମେ ୧୫ରୁ ଆରମ୍ଭ କରି ୨୦ ତାରିଖରେ ପ୍ରତିଷ୍ଠା କାର୍ଯ୍ୟ ଶେଷ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଦିର୍ଘ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାକୁ ନେଇ ପୁରୁଷୋତ୍ତମପୁର ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲା ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?