୧୪୩ ସାମଗ୍ରୀର ଦାମ୍‌ ବଢ଼ିବା ଆଶଙ୍କା, ପାମ୍ପଡ଼-ଗୁଡ଼-ଚକୋଲେଟ ହୋଇପାରେ ମହଙ୍ଗା…

ନୂଆଦିଲ୍ଲୀ, ୨୪।୪ : ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ହେବାକୁ ଥିବା ଜିଏସଟି ବୈଠକରେ ସରକାର ଜିଏସଟି ଦରରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା। ଇଣ୍ଡିଆନ ଏକ୍ସପ୍ରେସର ଏକ ଖବର ଅନୁଯାୟୀ ସରକାର ପ୍ରାୟ ୧୪୩ଟି ଜିନିଷର ଜିଏସଟି ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ସରକାର ଏହା ଉପରେ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିଛନ୍ତି। ଖବର ଅନୁଯାୟୀ, ଏହା କେନ୍ଦ୍ରର ରାଜସ୍ବ ବୃଦ୍ଧି କରିବ ଏବଂ କ୍ଷତିପୂରଣ ପାଇଁ ରାଜ୍ୟଗୁଡ଼ିକ କେନ୍ଦ୍ର ଉପରେ ଆଉ ନିର୍ଭରଶୀଳ ହେବେ ନାହିଁ।

ଏହି ୧୪୩ ସାମଗ୍ରୀ ମଧ୍ୟରୁ ୯୨ୀ ସ୍ଲାବ୍‌କୁ ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି। ଏହି ପ୍ରସ୍ତାବିତ ହାର ବୃଦ୍ଧି ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ୨୦୧୭ ଏବଂ ୨୦୧୮ ରେ ସରକାର କରିଥିଲେ।

ରିପୋର୍ଟ ଅନୁଯାୟୀ, ଯେଉଁ ସାମଗ୍ରୀଗୁଡ଼ିକରେ ଜିଏସଟି ଦର ବଢ଼ିବାର ସମ୍ଭାବନା ରହିଛି ସେଥି ମଧ୍ୟରେ ପାମ୍ପଡ, ଗୁଡ଼, ପାୱାର ବ୍ୟାଙ୍କ, ଘଣ୍ଟା, ସୁଟକେସ, ହ୍ୟାଣ୍ଡବ୍ୟାଗ, ପରଫ୍ୟୁମ୍‌, ୩୨ ଇଞ୍ଚରୁ କମ କଲର ଟିଭି ସେଟ, ଚକୋଲେଟ, ଚୁଇଙ୍ଗମ, ଅଖରୋଟ, କଷ୍ଟାର୍ଡ ପାଉଡର, ନ୍ନ୍‌ ଆଲକୋହଲିକ୍‌ ପାନୀୟ, ସେରାମିକ୍‌ ସିଙ୍କ୍‌, ଓ୍ବାଶ ବେସିନ୍‌, କଳା ଚଷମା, ଚଷମା ଫ୍ରେମ୍‌, ଚମଡ଼ା ଏବଂ କପଡ଼ା ଆପେରାଲ ଆଦି ଉପରେ ଜିଏସ୍‌ଟି ଦର ଶୂନରୁ ୫ ପ୍ରତିଶତକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ କେନ୍ଦ୍ରୀୟ ପୋଲିସ ମଗାଇଲା ମହାରାଷ୍ଟ୍ର

ମୁମ୍ବାଇ,୧୪ା୫: ମହାରାଷ୍ଟ୍ର ସରକାର ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ୍‌)ଯୋଗାଇଦେବା ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, କରୋନା...

ଲସ୍କର-ଇ-ତୋଏବାର ହିଟ୍‌ ଲିଷ୍ଟରେ ମୋଦି, ବିରାଟ

ନୂଆଦିଲ୍ଲୀ,୨୯।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛନ୍ତି ଆତଙ୍କବାଦୀ ସଂଗଠନ। ଏହାପରେ ଭାରତରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅଲ୍‌-ଇଣ୍ଡିଆ ଲସ୍କର-ଇ-ତୋଏବା ନାଁରେ ଏକ...

ନୂଆ କାର୍ଟୁନର ସମୟ

ନୂଆଦିଲ୍ଲୀ,୨୫ା୮:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ସୂକ୍ଷ୍ମାବତରଣ କରାଇ ଇତିହାସ ରଚିଛି। ପୂର୍ବରୁ ରୁଷିଆ, ଆମେରିକା...

ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୫ା୧୨: ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ଆଗାମୀ ୩୦ରେ ଶପଥଗ୍ରହଣ...

ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସା ୧୮୧୪କୋଟି ଟଙ୍କାରେ ବିକ୍ରି, ଏନସିଏଲଟି ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୭: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଭାରତର ପ୍ରଥମ ଘରୋଇ ହିଲ୍‌ ଷ୍ଟେଶନ ଲାଭାସାକୁ ବିକ୍ରି କରିଛି। ଡାରୱିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର୍‌ିକୁ ଏହି ହିଲ୍‌...

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ)...

ଭୋଟ ଦେବାକୁ ମେଘାଳୟ-ନାଗାଲାଣ୍ଡ ଜନସାଧାରଣଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଘାଳୟ ଏବଂ ନାଗାଲାଣ୍ଡର ଜନସାଧରଣଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି,...

୪ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା

ଗୁଆହାଟୀ,୧୫।୧୦: ମଣିପୁରରେ ୪ରୁ ଅଧିକ ସନ୍ତାନ ଥିବା ପରିବାରକୁ ଆଉ ସରକାରୀ ସୁବିଧା ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ...

Advertisement
Archives

Model This Week