ଜ୍ୟୋତିଷ ରୂପରେ ଗୋପାଳପୁର ବିଧାୟକ ପ୍ରଦୀପ: ପଦ୍ମପୁରରେ ପଦ୍ମ ଫୁଟିବା ଭବିଷ୍ୟବାଣୀ

ବ୍ରହ୍ମପୁର ଅଫିସ,୩୦।୧୧: ବିଜେଡିରୁ ବହିଷ୍କୃତ ଗୋପାଳପୁର ହ୍ୟାଟ୍ରିକ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିବାରେ ଲାଗିଛନ୍ତି। ନଭେମ୍ବର ୨୭ରେ ରଙ୍ଗେଇଲୁଣ୍ଡା ବ୍ଲକ ଆଲିପୁରରେ ସେ ଜନ ସମ୍ପର୍କ ପଦଯାତ୍ରା ଅବସରରେ ପ୍ରଶାସନ ଅହଂକାରୀ ହୋଇଯାଇଛି। ମନ୍ତ୍ରୀମାନେ ନାମକୁ ମାତ୍ର ଥାଇ ଅଧିକାରୀ ସବୁ ନିଷ୍ପତ୍ତି ନେଉଥିବା ଖୋଲାଖୋଲି କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ମଳିନ କରୁଥିବା କଡ଼ା ଟିପ୍ପଣି ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବର୍ତ୍ତମାନ ସ୍ବାଧୀନ ବିଧାୟକଙ୍କ ସ୍ବାଧୀନ ମତ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି। ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚନରେ ପଦ୍ମପୁରରେ ପଦ୍ମ ଫୁଟିବାର ଜ୍ୟୋତିଷ ରୂପରେ ପ୍ରଦୀପ ଭବିଷ୍ୟବାଣୀ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ପ୍ରଥମ ସପ୍ତାହରେ ଜନ ବିରୋଧୀ ଅଭିଯୋଗରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ସଂଗୀନ ମାମଲାରେ ଛନ୍ଦି ହୋଇ ସେ ଦୀର୍ଘ ମାସ କୋର୍ଟ ହାଜତକୁ ଯିବାକୁ ପଡ଼ିଥିଲା। ସର୍ତ୍ତମୂଳକ ଜାମିନରେ ମୁକୁଳିବା ପରେ ପାଣିଗ୍ରାହୀ ନିର୍ବାଚନ ମଣ୍ଡଳୀକୁ ଆସୁନଥିଲେ। ଗତ ସ୍ବାଧୀନତା ଦିବସରେ ଅଞ୍ଚଳବାସୀଙ୍କ ଡ଼ାକରାରେ ପତାକା ଉତ୍ତୋଳନ ପାଇଁ କମଳାପୁର ଆସିଥିଲେ। ସେଠାରେ କେତେକ ନୂଆ ପୁରୁଣା ବିଜେଡି କର୍ମୀ ବିରୋଧ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ। ବିଧାୟକ ମଧ୍ୟ କଡ଼ା ଜବାବ ଦେଇଥିଲେ।
ପରବର୍ତ୍ତୀ ସମୟରେ ଆଙ୍କୁଲି, ଲୋଚାପଡ଼ା, ହୁଗୁଳାପଟା, ରଙ୍ଗେଇଲୁଣ୍ଡା ଓ ଚିକରଡ଼ା ସମେତ ବିଭିନ୍ନ ସ୍ଥାନରେ ବିଜେଡିର ପଦଯାତ୍ରାକୁ ଟକ୍କର ଦେଇ ସେ ମଧ୍ୟ ଜନ ସମ୍ପର୍କ ପଦଯାତ୍ରା ଜାରୀ ରଖିଛନ୍ତି। ଗତ ୨୭ ତାରିଖରେ ସେ ଆଲିପୁର ଠାରେ କହୁ କହୁ ଭାଜପା ସପକ୍ଷରେ ମୁହଁ ଖୋଲିବା ସହ ପଦ୍ମପୁର ଉପନିର୍ବାଚନର ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି । ପ୍ରଦୀପ ପଦ୍ମ ପୋଖରୀରେ ବୁଡ଼ ପକାଇବାର ସନ୍ଦେଶ ଦେଇଛନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି। ଇତିମଧ୍ୟରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପାଣିଗ୍ରାହୀଙ୍କ ସମର୍ଥକମାନେ ପ୍ରଦୀପ ସେନା ମଧ୍ୟ ଗଠନ କରିଛନ୍ତି। ସେହି ସେନାରେ ସୈନିକ ସଂଖ୍ୟା କ୍ରମଶଃ ବଢ଼ୁଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ସେଠାର ରାଜନୀତି ରୋଚକ ହେବାର ରାଜନୈତିକ ବିଶ୍ଲେଷକ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?