ଜ୍ୟୋତିଷ ରୂପରେ ଗୋପାଳପୁର ବିଧାୟକ ପ୍ରଦୀପ: ପଦ୍ମପୁରରେ ପଦ୍ମ ଫୁଟିବା ଭବିଷ୍ୟବାଣୀ

ବ୍ରହ୍ମପୁର ଅଫିସ,୩୦।୧୧: ବିଜେଡିରୁ ବହିଷ୍କୃତ ଗୋପାଳପୁର ହ୍ୟାଟ୍ରିକ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିବାରେ ଲାଗିଛନ୍ତି। ନଭେମ୍ବର ୨୭ରେ ରଙ୍ଗେଇଲୁଣ୍ଡା ବ୍ଲକ ଆଲିପୁରରେ ସେ ଜନ ସମ୍ପର୍କ ପଦଯାତ୍ରା ଅବସରରେ ପ୍ରଶାସନ ଅହଂକାରୀ ହୋଇଯାଇଛି। ମନ୍ତ୍ରୀମାନେ ନାମକୁ ମାତ୍ର ଥାଇ ଅଧିକାରୀ ସବୁ ନିଷ୍ପତ୍ତି ନେଉଥିବା ଖୋଲାଖୋଲି କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ମଳିନ କରୁଥିବା କଡ଼ା ଟିପ୍ପଣି ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବର୍ତ୍ତମାନ ସ୍ବାଧୀନ ବିଧାୟକଙ୍କ ସ୍ବାଧୀନ ମତ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି। ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚନରେ ପଦ୍ମପୁରରେ ପଦ୍ମ ଫୁଟିବାର ଜ୍ୟୋତିଷ ରୂପରେ ପ୍ରଦୀପ ଭବିଷ୍ୟବାଣୀ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ପ୍ରଥମ ସପ୍ତାହରେ ଜନ ବିରୋଧୀ ଅଭିଯୋଗରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ସଂଗୀନ ମାମଲାରେ ଛନ୍ଦି ହୋଇ ସେ ଦୀର୍ଘ ମାସ କୋର୍ଟ ହାଜତକୁ ଯିବାକୁ ପଡ଼ିଥିଲା। ସର୍ତ୍ତମୂଳକ ଜାମିନରେ ମୁକୁଳିବା ପରେ ପାଣିଗ୍ରାହୀ ନିର୍ବାଚନ ମଣ୍ଡଳୀକୁ ଆସୁନଥିଲେ। ଗତ ସ୍ବାଧୀନତା ଦିବସରେ ଅଞ୍ଚଳବାସୀଙ୍କ ଡ଼ାକରାରେ ପତାକା ଉତ୍ତୋଳନ ପାଇଁ କମଳାପୁର ଆସିଥିଲେ। ସେଠାରେ କେତେକ ନୂଆ ପୁରୁଣା ବିଜେଡି କର୍ମୀ ବିରୋଧ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ। ବିଧାୟକ ମଧ୍ୟ କଡ଼ା ଜବାବ ଦେଇଥିଲେ।
ପରବର୍ତ୍ତୀ ସମୟରେ ଆଙ୍କୁଲି, ଲୋଚାପଡ଼ା, ହୁଗୁଳାପଟା, ରଙ୍ଗେଇଲୁଣ୍ଡା ଓ ଚିକରଡ଼ା ସମେତ ବିଭିନ୍ନ ସ୍ଥାନରେ ବିଜେଡିର ପଦଯାତ୍ରାକୁ ଟକ୍କର ଦେଇ ସେ ମଧ୍ୟ ଜନ ସମ୍ପର୍କ ପଦଯାତ୍ରା ଜାରୀ ରଖିଛନ୍ତି। ଗତ ୨୭ ତାରିଖରେ ସେ ଆଲିପୁର ଠାରେ କହୁ କହୁ ଭାଜପା ସପକ୍ଷରେ ମୁହଁ ଖୋଲିବା ସହ ପଦ୍ମପୁର ଉପନିର୍ବାଚନର ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି । ପ୍ରଦୀପ ପଦ୍ମ ପୋଖରୀରେ ବୁଡ଼ ପକାଇବାର ସନ୍ଦେଶ ଦେଇଛନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି। ଇତିମଧ୍ୟରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପାଣିଗ୍ରାହୀଙ୍କ ସମର୍ଥକମାନେ ପ୍ରଦୀପ ସେନା ମଧ୍ୟ ଗଠନ କରିଛନ୍ତି। ସେହି ସେନାରେ ସୈନିକ ସଂଖ୍ୟା କ୍ରମଶଃ ବଢ଼ୁଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ସେଠାର ରାଜନୀତି ରୋଚକ ହେବାର ରାଜନୈତିକ ବିଶ୍ଲେଷକ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri