ଜୟଦେବ ବିହାର-ନନ୍ଦନକାନନ ବିକଳ୍ପ ରାସ୍ତା ନିର୍ମାଣ: ୩ ମାସରେ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ସହରରେ ଜନସଂଖ୍ୟା ବଢୁଥିବାରୁ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ଅସମ୍ଭାଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଜୟଦେବବିହାରରୁ ନନ୍ଦନକାନନ ମଧ୍ୟରେ ଟ୍ରାଫିକ୍‌ ସମସ୍ୟା ବଢୁଥିବାରୁ ଆଉ ଏକ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ଜାଭିୟର ଛକରୁ କିଟ୍‌ ଛକ ଭାୟା ସରକାରୀ ପଲିଟେକ୍ନିକ, ରେଳ ବିହାର, ଉତ୍କଳ ହସ୍ପିଟାଲ, ଓଇଆରସି ବିଲ୍ଡିଂ, ଟ୍ରାଇଡେଣ୍ଟ ଇନ୍‌ଫୋସିଟି ଛକ ଦେଇ ଶିଖରଚଣ୍ଡୀ, ପଥରଗାଡିଆ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଦେଇ ଚନ୍ଦକାକୁ ସଂଯୋଗ କରିବ। ଆସନ୍ତା ୩ ମାସ ମଧ୍ୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୧୩ କି.ମି. ରାସ୍ତା ନିର୍ମାଣ ପାଇଁ ୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ୧.୫ କି.ମି. ରାସ୍ତା ନିର୍ମାଣ ସରିଥିବାବେଳେ ଅବଶିଷ୍ଟ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଶନିବାର ମଧ୍ୟାହ୍ନରେ କ୍ଷେତ୍ର ପରିଦର୍ଶନ କରି ମୁଖ୍ୟ ଶାସନ ସଚିବ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସେହିପରି ଆଚାର୍ଯ୍ୟବିହାରଠାରୁ ପଟିଆ ବିଗ୍‌ବଜାର ପର୍ଯ୍ୟନ୍ତ ଅନ୍ୟ ଏକ ରାସ୍ତା କାମ ବୁଲି ଦେଖିଛନ୍ତି। ଆଚାର୍ଯ୍ୟ ବିହାରରୁ ପ୍ରେସ୍‌ ଛକ, ଏମ୍‌ସିଏଲ୍‌ ଛକ, ରେଲ୍‌ଓ୍ବେ ଷ୍ଟାଡିୟମ, ଗୁରୁ କେଳୁଚରଣ ମହାପାତ୍ର ପାର୍କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ମଧ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତାର ସମୁଦାୟ ଦୈର୍ଘ୍ୟ ୬.୨୫ କି.ମି. ପାଇଁ ୨୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ଜମି ଅଧିଗ୍ରହଣ ପାଇଁ ମଧ୍ୟ ବ୍ୟୟ ଅଟକଳ ହୋଇଛି। ଏହି ରାସ୍ତାର ୧.୦୫ କି.ମି. ନିର୍ମାଣ ଶେଷ ହୋଇଛି। ନିର୍ମାଣାଧୀନ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅର୍ଥ ସଚିବ ଅଶୋକ ମୀନା, ବିଏମ୍‌ସି କମିଶନର ସଞ୍ଜୟ ସିଂ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ଜିଲାରେ ବର୍ଷିବ

ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ...

ଏଆଇ ବଳୟରେ ଛାତ୍ରୀଛାତ୍ର

ସ୍ମାର୍ଟ ଯୁଗରେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବଢ଼ୁଛି। ତେବେ ଛାତ୍ରୀଛାତ୍ରଙ୍କ ଉପରେ ଏଆଇର କ’ଣ...

ନବମ,ଦଶମ ପିଲାଙ୍କ ପାଇଁ ଲାଗୁ ହେବ ନୂଆ ବିଷୟ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ । ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଖବରଦାତା ସମ୍ମିଳନୀରେ...

ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍‌ ଜିମ୍‌ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...

ବିଭିନ୍ନ ଧର୍ମର ତୀର୍ଥସ୍ଥଳୀ ବିକାଶ ପାଇଁ ୨୩ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଧର୍ମର ୨୩ଟି ତୀର୍ଥସ୍ଥଳୀର ବିକାଶ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥ...

ଲୋକସଭା ବାଚସ୍ପତିଙ୍କ ନାଁ ନେଇ ମାଗୁଥିଲେ ଟଙ୍କା, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମକାର୍ଡ ବ୍ୟବହାର କରି କେତେକ ସାଇବର ରାଜନେତାମାନଙ୍କ ନାଁରେ ଟଙ୍କା ମାଗୁଛନ୍ତି। ଏହି ଠକାମିରୁ ବାଦ୍‌ ପଡିନି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ...

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ଶୁକ୍ରବାର ସାରେ ବସିବ। ସା ୬ଟାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହେବା ନେଇ ସୂଚନା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ...

ବୁଣାକାରଙ୍କ ସହ ରହିଛି ‘ବୟନିକା’

ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ...

Advertisement
Archives

Model This Week