ଜିରୋନାଇଟ୍‌ ସେଲିବ୍ରେଶନକୁ ନା

ଢେଙ୍କାନାଳ ଅଫିସ, ୨୬ା୧୨: ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍‌। ଓଡ଼ିଶାର ଶିଶୁଙ୍କୁ ସଂକ୍ରମିତ କଲାଣି ଏହି ମାରାତ୍ମକ ଭୂତାଣୁ। ଭୋଜିଭାତ, ସମାବେଶ, ଗହଳି ବଢ଼ିଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ଭିଡ଼ ଏଡ଼ାଇବାକୁ ସତର୍କ କରାଇ ସାରିଲେଣି ବିଶେଷଜ୍ଞ। ବିଶେଷ କରି ଡିସେମ୍ବର ୩୧ ଜୀରୋନାଇଟ୍‌ ସେଲିବ୍ରେଶନ ଏବଂ ନୂଆବର୍ଷରେ ପର୍ଯ୍ୟଟନସ୍ଥଳୀ, ମଠମନ୍ଦିର ସମେତ ସର୍ବସାଧାରଣ ସ୍ଥାନରେ ଗହଳି ବଢ଼ିବା ସମ୍ଭାବନା ଥିବାରୁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଡିସେମ୍ବର ୨୫ରୁ ଜାନୁୟାରୀ ୨ ଯାଏ ସାଂସ୍କୃତିକ ଓ ଧର୍ମୀୟ କାର୍ଯ୍ୟକ୍ରମ, ଜନସମାଗମକୁ ବାରଣ କରାଯାଇଛି। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ନୂଆବଷ ସେଲିବ୍ରେଶନ ଫିକା ପଡ଼ିବା ସ୍ପଷ୍ଟ ହୋଇଛି।
ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ପ୍ରଦତ୍ତ ରିପୋର୍ଟକୁ ଭିତ୍ତିକରି ଜିଲାପାଳ ସରୋଜ କୁମାର ସେଠୀ ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତଦନୁଯାୟୀ ୨୯ ମଠମନ୍ଦିର ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଛି। ତନ୍ମଧ୍ୟରେ ପ୍ରଖ୍ୟାତ ଶୈବପୀଠ କପିଳାସ ଶ୍ରୀଚନ୍ଦ୍ରଶେଖରଜୀଉ, ଉନ୍ନକୋଟୀଶ୍ୱର, ସିଦ୍ଧଗଣେଶ, ଯୋରନ୍ଦା ମହିମାଗାଦି, ତପୋବନ, ଶ୍ରୀ ସିଦ୍ଧ ବଳରାମ, ସପ୍ତଶଯ୍ୟାସ୍ଥିତ ରାମଚନ୍ଦ୍ରଜୀଉ, ବଡ଼ନାଗେନା ନାଗନାଥେଶ୍ୱର, ଗଦାଧରପ୍ରସାଦ ପଶ୍ଚିମେଶ୍ୱର, ଆମ୍ବବାହାଳି ଦତ୍ତାତ୍ରେୟ ସାଇଆଶ୍ରମ, ନାଧରା ରାମଚଣ୍ଡୀ ଠାକୁରାଣୀ ଓ କନକେଶ୍ୱର, ଜୀବନଖୋଲ, ତେନ୍ତୁଳିସିଂହା ରାମେଶ୍ୱର, ହାଟୁଆରି କପିଳେଶ୍ୱର, ସିବୁଳାପଶି ସ୍ବପ୍ନେଶ୍ୱର, ଭୁବନ ବୁଦ୍ଧେଶ୍ୱର, ରାମିଆଳ ନଦୀ ଅବବାହିକା, ଗୁଣ୍ଡିଚାନାଳୀ ନଦୀପଠା, କୁଆଳୋ ସ୍ବପ୍ନେଶ୍ୱର ମହାଦେବ, ସରାଙ୍ଗ ଅନନ୍ତଶୟନ, ରଞ୍ଜାଗୋଳ ଶିମମନ୍ଦିର, ରକଲା କୁଣ୍ଡଳେଶ୍ୱର ଶିବମନ୍ଦିର, ମହାତଳା ମାତଳେଶ୍ୱର ମହାଦେବ, ସିଦ୍ଧେଶ୍ୱର ମହାଦେବ, ବ୍ରହ୍ମପୁରା ଅଲେଖ ମହିମା ଟୁଙ୍ଗୀ, ଚିତ୍ତଲପୁର ଉଗ୍ରେଶ୍ୱର ମହାଦେବ, ଦଣ୍ଡାଧର ଡ୍ୟାମ୍‌, ଦଦରାଘାଟି ଡ୍ୟାମ, ସାପୁଆ ଡ୍ୟାମ୍‌ ରହିଛି।
ଏସବୁ ପ୍ରମୁଖ ସ୍ଥାନଗୁଡ଼ିକ ଉପରେ କଡ଼ାନଜର ରଖିବାକୁ ସମ୍ପୃକ୍ତ ଉପଜିଲାପାଳ, ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣା ମଧ୍ୟରେ ଦେବକାର୍ଯ୍ୟ ଯଥାନୀତି ଚାଲିବ। ସରକାରୀ କର୍ମଚାରୀ, ଜରୁରୀ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ ଦେବୋତ୍ତର କର୍ମଚାରୀ, ସେବାୟତମାନେ କଟକଣାରୁ ମୁକ୍ତ ରହିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri