ବିକାଶରେ ବାଧକ ଜବରଦଖଲ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସହରର ଅନ୍ୟତମ ମୁଖ୍ୟ ଡ୍ରେନ୍‌ ନଂ.୧୦ର ବିକାଶ ଓ ପୁନରୁଦ୍ଧର କାର୍ଯ୍ୟ ବିଏମ୍‌ସି ଦ୍ୱାରା କରାଯାଉଛି। ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ନାଳରେ ପ୍ରାକୃତିକ ଉପାୟରେ କିପରି ଜଳ ପରିଚାଳନା ସହ ଏହାର ଆଖପାଖର ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ସେମାନେ କାର୍ଯ୍ୟ କରୁଛନ୍ତି। ମାତ୍ର ବିକାଶ କାର୍ଯ୍ୟରେ ଜବରଦଖଲ ଏବେ ବି ମୁଖ୍ୟ ବାଧକ ସାଜିଛି। ବିଏମ୍‌ସିର ୱାର୍ଡ ନଂ. ୩୬ ଅନ୍ତର୍ଗତ ନିକୋପାର୍କ ନିକଟରେ ଯାଇଥିବା ଏହି ଡ୍ରେନ୍‌ର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ଆବଶ୍ୟକ ଥିବା ସରକାରୀ ଜମିରେ ଏକାଧିକ ବେଆଇନ ନିର୍ମାଣ ଥିବାରୁ ବିକାଶ କାର୍ଯ୍ୟ ଅଧାପନ୍ତରିଆ ହେଉଛି। ଦିନେ କାମ ହେଲେ ୪ଦିନ ବନ୍ଦ ରହୁଛି। ଉଚ୍ଛେଦ ଲାଗି ଆବଶ୍ୟକ ଥିବା ମେଶିନ ଦେବା ଲାଗି ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବିଏମ୍‌ସିକୁ ବାରମ୍ବାର କୁହାଯାଉ ଥିବାବେଳେ ଏନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଡ୍ରେନ ନଂ.୧୦ରେ ଥିବା ସରକାରୀ ଜମିକୁ କେତେଜଣ ଲୋକ ଜବରଦଖଲ କରି ପାଚେରି ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି। ସେହିପରି କିଛି ଲୋକ ସରକାରୀ ଜମିରେ ଛାତ ଘର କରିବା ସହ ଆଉ କେତେଜଣ ନିଜ ପାଇଖାନା ନିର୍ମାଣ କରିଛନ୍ତି। ସ୍କ୍ବାଡ୍‌ ନିୟମିତ ଭାବେ ସେଗୁଡିକୁ ଭାଙ୍ଗୁଛି। ମାତ୍ର ସବୁ ଉଚ୍ଛେଦ ଜେସିବିରେ କରାଯାଇପାରୁ ନାହିଁ। ଛାତ ଘର ଭାଙ୍ଗିବାକୁ ଆବଶ୍ୟକ ଥିବା ପ୍ରୋକଲିନ ମେଶିନ ଦେବାକୁ ବିଡିଏ ସ୍କ୍ବାଡ୍‌ ବିଏମସି ଡ୍ରେନେଜ ବିଭାଗକୁ ବାରମ୍ବାର କହିବା ସତ୍ତ୍ୱେ ଏ ନେଇ ବ୍ୟବସ୍ଥା କରାଯାଉନାହିଁ। ଫଳରେ ବହୁ ସ୍ଥାନରୁ ଉଚ୍ଛେଦ ହୋଇପାରୁ ନାହିଁ। ସେହିପରି ଜବରଦଖଲ ଉଚ୍ଛେଦକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଉଛି।
ବୁଧବାର ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଡ୍ରେନ୍‌ ନଂ.୧୦ ଅଞ୍ଚଳରୁ ଉଚ୍ଛେଦ କରିବାକୁ ଯାଇଥିବାବେଳେ ବିରୋଧର ଶିକାର ହୋଇଥିଲା। କେବଳ ସ୍ଥାନୀୟ ଲୋକ ନୁହନ୍ତି, କର୍ପୋରେଟର ମଧ୍ୟ ଏହାକୁ ବିରୋଧ କରିଥିବା ନଜରକୁ ଆସିଥିଲା। ଏହାସତ୍ତ୍ୱେ ୬ଟି ଆଜବେଷ୍ଟ ଘର, ୪ଟି ପାଇଖାନା ଓ ପାଚେରି ଭଙ୍ଗା ଯାଇଛି। ଏନେଇ କର୍ପୋରେଟର ଅଲିଅଳି ମଲ୍ଲିକ କହିଛନ୍ତି, ସମୟ ନ ଦେଇ ଲୋକଙ୍କ ନିର୍ମାଣ ଭାଙ୍ଗିବା ଅନୁଚିତ। ସରକାରୀ ଜମିରେ ମୁଖ୍ୟତଃ ଅଞ୍ଚଳବାସୀ ନିଜ ଶୌଚାଳୟ ନିର୍ମାଣ କରିଛନ୍ତି। ତେଣୁ ସର୍ବନିମ୍ନ ୭ ଦିନ ସମୟ ଦେଇ ତା’ ପରେ ଭାଙ୍ଗିବାକୁ ସେ ଦାବି କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସହ ସେ ବିଏମ୍‌ସି କମିଶନର ଓ ମେୟରଙ୍କୁ ଏନେଇ ଅବଗତ କରାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri