Posted inଫୁରସତ

କନଷ୍ଟେବଳ ପଦବୀରୁ ଇସ୍ତଫା ଦେବା ପରେ ସୋସିଆଲ ମିଡିଆରେ ହିଟ୍‌ ପ୍ରିୟଙ୍କା, ବେଳକୁ ବେଳ ବଢୁଛି…

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କନଷ୍ଟେବଳ ପଦରୁ ଇସ୍ତଫା ଦେଇଥିବା ପ୍ରିୟଙ୍କା ମିଶ୍ର ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରିୟଙ୍କା ପୋଲିସ ବିଭାଗରେ ୧.୫୨ ଲକ୍ଷ ଟଙ୍କା ଜମା କରିବା ସହ ୟୁନିଫର୍ମ ସହ ସମସ୍ତ କିଟ୍‌ ହସ୍ତାନ୍ତର କରିଛନ୍ତି। ଏହି ସମୟରେ ପ୍ରିୟଙ୍କାଙ୍କ ଫଲୋଅର୍ସ ମଧ୍ୟ ବଢୁଛନ୍ତି। ଏବେ ତାଙ୍କର ୫୦ ହଜାରରୁ ଅଧିକ ଫଲୋଅର୍ସ ହେଲେଣି।

କାନପୁରରେ ରହୁଥିବା ପ୍ରିୟଙ୍କା ଥାନା ଏମ୍‌ଏମ୍‌ ଗେଟ୍‌ରେ ନିଯୁକ୍ତି ପାଇଥିଲେ। ଏହି ସମୟରେ ସେ ରିଭଲଭର ନେଇ ଏକ ଡାଏଲଗ୍‌ କହିବା ସହ ଲିପ୍‌ କିସ୍‌ କରିଥିଲେ। ଭିଡିଓଟି ଭାଇରାଲ ହେବା ପରେ ତାଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ଏହା ପରେ ସେ ଅଗଷ୍ଟ ୩୧ରେ ଆଗ୍ରା ଏସ୍‌ଏସ୍‌ପିଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦେଇଥିଲେ। ଏହି ଇସ୍ତଫାପତ୍ରକୁ ମଧ୍ୟ ଏସ୍‌ଏସ୍‌ପି ଗ୍ରହଣ କରିଥିଲେ। ଏହା ପରେ ପ୍ରିୟଙ୍କାଙ୍କୁ ତାଲିମ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ୍‌ କରାଯାଇଥିଲା।

ପ୍ରିୟଙ୍କା ପୋଲିସ ବିଭାଗକୁ ୧.୫୨ ଲକ୍ଷ ଟଙ୍କା ଏବଂ ସମସ୍ତ କିଟ୍‌ ଫେରାଇଥିଲେ। ପରେ ପ୍ରିୟଙ୍କାଙ୍କ ଫଲୋଅର୍ସ ବଢ଼ି ଚାଲିଥିଲେ। ପୂର୍ବରୁ ତାଙ୍କର ୧୫୦୦ ଫଲୋଅର୍ସ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ୫୦୦୦୦ ଟପିଲାଣି। ଏଥିସହ ପ୍ରିୟଙ୍କା ଧିରେ ଧିରେ ସୋସିଆଲ ମିଡିଆ ସେଲିବ୍ରିଟି ହୋଇଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାତ ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିଲେ ଲାଖିଯିବ ଆଖି

ବିହାରର ଜଣେ ବ୍ୟକ୍ତି ମହିନ୍ଦ୍ରା ସ୍କର୍ପିଓର ଡିଜାଇନ୍‌ରେ ଘର ଛାତ ଉପରେ ଏକ ପାଣିଟାଙ୍କି ତିଆରି କରିଛନ୍ତି। ଯାହାକୁ ଦେଖିଲେ ଆଖି ଲାଖିଯିବ। ଭାଗଲପୁରର ଇଣ୍ଟସାର...

ଟୋଲ ଗେଟ୍‌ରେ ପଶି ଏମିତି କାଣ୍ଡ ଘଟାଇଲା ମାଙ୍କଡ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ମାଙ୍କଡ ଟୋଲ ଗେଟରେ ପଶି ଟୋଲ କର୍ମଚାରୀଙ୍କଠାରୁ ଟଙ୍କା ନେଇଯାଉଥିବା ଭିଡିଓ ସୋସିଆଲ...

ବିମାନରେ ଗରମ ଲାଗିଲା ବୋଲି ଏମରଜେନ୍ସି ଡୋର୍‌ ଖୋଲି ପଙ୍ଖା ଉପରେ ବୁଲିଲେ ଏହି ମହିଳା: ଆଉ ତା ପରେ..

ବିମାନଯାତ୍ରା କରିବା ସହଜ ନୁହେଁ। କେହି କେହି ଏହି ଯାତ୍ରାରେ ଅଣନିଶ୍ୱାସୀ ହୋଇପଡ଼ନ୍ତି। ତେବେ ଜଣେ ମହିଳା ବିମାନଯାତ୍ରା ସମୟରେ ଏପରି କିଛି କରିଛନ୍ତି ଯାହା...

ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ଏହି ବ୍ୟକ୍ତି

ମେକ୍ସିକୋ,୧୨।୧୧:ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି। କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି। ଏମିତି ଅସହାୟ...

ସ୍ପୋର୍ଟସ୍‌ କାର୍‌ଠୁ ବି ଫାଷ୍ଟ୍‌ ଏଇ ଟ୍ରାକ୍ଟର

ଚାଷୀର ସାଥୀ ଟ୍ରାକ୍ଟର। କେବଳ ଚାଷରେ ଯେ ଏହା ସାହାଯ୍ୟ କରେ ତାହା ନୁହେଁ ବରଂ ଭାରି ଜିନିଷ ନେବା ଆଣିବାରେ ବି ଏହାକୁ ବ୍ୟବହାର...

କରୋନା ଟିକା ନେଇ ଯୁବତୀ ହେଲେ କୋଟିପତି

ସିଡନୀ,୮।୧୧:କରୋନା ମହାମାରୀକୁ ଏଡାଇବା ପାଇଁ ଟିକା ନେବା ଜରୁରୀ। ପ୍ରାୟ ପ୍ରତ୍ୟେକ ଦେଶର ସରକାର ଏହାର ନାଗରିକମାନଙ୍କୁ ଏହି ପ୍ରକାରର ବାର୍ତ୍ତା ଦେଉଛନ୍ତି। ଟିକା ନେବା...

ମୟୂରର ଚମତ୍କାର ଡ୍ୟାନ୍ସ, ଭିଡିଓ ଦେଖିଲେ…

ଅନେକ କାରଣରୁ ମୟୂର ପୃଥିବୀର ସବୁଠାରୁ ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଯେମିତି ଧନୁ ଆକାରର ସୁନ୍ଦର ରଙ୍ଗୀନ ପୁଚ୍ଛ ଏବଂ ସୁନ୍ଦର ଡ୍ୟାନ୍ସ...

ଏମିତି ସ୍ଥାନ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା...

Advertisement
Archives

Model This Week