କନଷ୍ଟେବଳ ନିଯୁକ୍ତି ବୟସ ସୀମା ୪ବର୍ଷ କୋହଳ

କଟକ ଅଫିସ,୨୫।୧: କନଷ୍ଟେବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ ପ୍ରସଙ୍ଗରେ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କନଷ୍ଟେବଳ ନିଯୁକ୍ତି ହୋଇ ନ ଥିବାରୁ ଆଶାୟୀଙ୍କ ସର୍ବାଧିକ ବୟସ ସୀମାକୁ ବିଚାରକୁ ନେଇ ୪ବର୍ଷ କୋହଳ କରାଯାଇଛି। ଏହି ନିର୍ଦ୍ଦେଶ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏଥିସହିତ ଅଦାଲତ କୌଣସି ଶାରୀରିକ ଦକ୍ଷତା(ଫିଟ୍‌ନେସ) ପ୍ରସଙ୍ଗରେ କୋହଳ କରି ନାହାନ୍ତି। ବୟସ ସୀମା କୋହଳ ପାଇଁ ହାଇକୋର୍ଟରେ ଆଗତ ୩ଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଏ.କେ. ମହାପାତ୍ର ଏହି ରାୟ ଶୁଣାଇଛନ୍ତି।
ପ୍ରକାଶ ଯେ, ୪,୭୯୦ କନଷ୍ଟେବଳ ପଦବୀ ପୂରଣ ପାଇଁ ୨୦୨୨ ଡିସେମ୍ବର ୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୭ ଏବଂ ସର୍ବାଧିକ ବୟସ ୨୩ ରଖାଯାଇଥିଲା। ଆବେଦନର ଶେଷ ତାରିଖ ୨୦୨୩ ଜାନୁୟାରୀ ୨୨ ରହିଥିଲା। ହେଲେ କୋଭିଡ୍‌ ଯୋଗୁ ଗତ ୪ବର୍ଷ ହେଲା କନଷ୍ଟେବଳ ନିଯୁକ୍ତି ହୋଇ ନ ଥିବା କାରଣରୁ ବହୁ ଆଶାୟୀ ଆବେଦନ କରିପାରି ନ ଥିଲେ ଏବଂ ସର୍ବାଧିକ ବୟସ ପାର କରିଯାଇଥିଲେ। ତେଣୁ ବୟସ ସୀମା କୋହଳ କରିବାକୁ ନଗେନ ଭୋଇ, ରଶ୍ମିରଞ୍ଜନ ବେହେରା, ସତ୍ୟଜିତ ପ୍ରଧାନ ଏବଂ ଅନ୍ୟମାନେ ହାଇକୋର୍ଟରେ ପୃଥକ ଆବେଦନ କରିଥିଲେ, ଯାହା ଯଥାକ୍ରମେ ଡବ୍ଲ୍ୟୁପିସି ନଂ. ୩୪୧/୨୦୨୩, ଡବ୍ଲ୍ୟୁପିସି ନଂ. ୩୧୪/୨୦୨୩ ଏବଂ ଡବ୍ଲ୍ୟୁପିସି ନଂ. ୮୮୦/୨୦୨୩ରେ ପଞ୍ଜୀକୃତ ହୋଇଥିଲା। ଗତ ୧୭ତାରିଖରେ ଉକ୍ତ ୩ମାମଲାର ବିଚାରପତି ମହାପାତ୍ରଙ୍କ ପୀଠରେ ଏକତ୍ର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା। ଅଦାଲତ ମଙ୍ଗଳବାର ଏହାର ରାୟ ପ୍ରକାଶ କରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ କନଷ୍ଟେବଳ ପଦବୀ ପାଇଁ ସର୍ବାଧିକ ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ। ଏଥିସହିତ ଗତ ୩୦ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ଭାବେ ଖାରଜ ନ କରି କେବଳ ବୟସ ସୀମା ୪ବର୍ଷ କୋହଳ କରାଯାଇଥିବା ସମ୍ପର୍କରେ ଏକ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଦାଲତ କହିଛନ୍ତି। ଆବେଦନର ଶେଷ ତାରିଖକୁ ଫେବୃୟାରୀ ୧୦କୁ ବୃଦ୍ଧି କରାଯାଇଛି। ହାଇକୋର୍ଟଙ୍କ ଏହି ରାୟ ପରେ ଆଶାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆମକୁ କୋର୍ଟରୁ ଉଚିତ ନ୍ୟାୟ ମିଳିଛି ବୋଲି ଜଣେ କନଷ୍ଟେବଳ ଆଶାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା

ଭୁବନେଶ୍ୱର, ୧୫।୪(ସୁନିତ୍‌ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ...

ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି।...

ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ):କ୍ରିପ୍ଟୋ କରେନ୍ସିରେ ନିବେଶ ଆଳରେ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨ ଠକଙ୍କୁ ଗିରଫ...

ଓଡ଼ିଶାରେ ଏଥର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୧୫।୪(ଅସମାପିକା ସାହୁ):ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ୍‌ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri