ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି। ୟୁକ୍ରେନର ମେଜର ଜେନେରାଲ କିର୍ଲୋ ବୁଡାନୋଭାନ ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏକ ପରିବର୍ତ୍ତନ ଆସିବ ଏବଂ ନଭେମ୍ବର ସୁଦ୍ଧା ରୁଷିଆର ସେନା ୟୁକ୍ରେନରୁ ପରାସ୍ତ ହୋଇ ଫେରିବେ।

ସ୍କାଏ ନ୍ୟୁଜକୁ ସୂଚନା ଦେଇ କିର୍ଲୋ ବୁଡାନୋଭ କହିଛନ୍ତି ଯେ ୟୁକ୍ରେନରେ ରୁଷିଆର ସେନା ପରାସ୍ତ ହେବା ମାତ୍ରେ ପୁଟିନଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦିଆଯିବ। ସେ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆ ଫେଡେରେଶନରେ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି। ପୁଟିନଙ୍କୁ ହଟାଇବା ପାଇଁ ରୁଷିଆରେ ରଣନୀତି ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ପୁଟିନଙ୍କୁ ହଟାଇବା ଯୋଜନା ଆଗକୁ ବଢ଼ି ଚାଲିଛି ଏବଂ ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ।

ୟୁକ୍ରେନ ଜେନେରାଲ ଏହା ମଧ୍ୟ ଦାବି କରିଛନ୍ତି ଯେ ପୁଟିନ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କର କର୍କଟ ରୋଗ ହୋଇଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଜେନେରାଲ କେର୍ଲୋ କହିଛନ୍ତି ଯେ ଏହି ଯୁଦ୍ଧର ବ୍ରେକ-ପଏଣ୍ଟ ଅଗଷ୍ଟରେ ଆସିବ ଏବଂ ଡିସେମ୍ବର ସୁଦ୍ଧା ଯୁଦ୍ଧ ଶେଷ ହେବ। ଏହି ଯୁଦ୍ଧରେ ରୁଷିଆ ଫେଡେରେଶନରେ ନେତୃତ୍ୱ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ, ୨ ଦିନ ମଧ୍ୟରେ ପୁରୁଣା ଦାୟିତ୍ୱରୁ ମୁକ୍ତ….

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଓଏସ୍‌ଡିଏମ୍‌ଏ (ଓସ୍‌ଡମା)ର ମୁଖ୍ୟ ମହାପ୍ରବନ୍ଧକ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri