ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ ସମୟରେ ବିଲାୱାଲ ଆମେରିକାର ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଆର୍ଥିକ ସହାୟତା ଭିକ୍ଷା ଭଳି ମାଗିବେ ଯାହା ଦ୍ୱାରା ଇମ୍ରାନ ଯେପରି କ୍ଷମତାକୁ ଫେରି ପାରିବେ ନାହିଁ। ଇମ୍ରାନ କହିଛନ୍ତି ଯେ ବିଲାୱାଲ ବ୍ଲିଙ୍କେନଙ୍କ କଡ଼ା କରି କୌଣସି କଥା କହି ପାରିବେ ନାହିଁ। ଏଭଳି ସାହସ ତାଙ୍କର ନାହିଁ। କାରଣ ବ୍ଲିଙ୍କେନ ଜାଣନ୍ତି ଯେ ବିଲାୱାଲ ଏବଂ ତାଙ୍କ ପିତା ଆସିଫ ଅଲି ଜାରଦାରୀ କେଉଁଠାରେ ଟଙ୍କା ଲୁଚାଇ ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ ଏହି ତଥ୍ୟଗୁଡିକ ବିଷୟରେ ଅବଗତ ଅଛନ୍ତି ଏବଂ ଏହି କାରଣରୁ ବିଲାୱାଲ ଆମେରିକାକୁ ଅସୁବିଧାରେ ପକାଇବାକୁ ସାହସ କରିବେ ନାହିଁ। ଇମ୍ରାନ୍‌ କହିଛନ୍ତି ଯେ ଯେହେତୁ ବିଲାୱାଲଙ୍କ ସମସ୍ତ ସମ୍ପତ୍ତି ଦେଶ ବାହାରେ ଗଚ୍ଛିତ ଅଛି, ତେଣୁ ସେ ଆମେରିକା ବିରୋଧରେ ଛିଡ଼ା ହୋଇ ପାରିବେ ନାହିଁ। ନଚେତ୍‌ ସେ ସବୁକିଛି ହରାଇବେ। ଆମେରିକା ପାକିସ୍ତାନକୁ କ୍ରୀତଦାସ କରିଥିବା ଇମ୍ରାନ୍‌ କହିଛନ୍ତି।

ଇମ୍ରାନ ବିଲାୱାଲ ଏବଂ ତାଙ୍କ ପିତା ଆସିଫ ଅଲି ଜରଦାରୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କ ସମ୍ପତ୍ତିକୁ ସାରା ବିଶ୍ୱରେ ଲୁଚାଇ ରଖିଛନ୍ତି। ଏଭଳି ସରକାରକୁ ପାକିସ୍ତାନର ଲୋକମାନେ କଦାପି ଗ୍ରହଣ କରିବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଘଟେ ତେବେ ପାକିସ୍ତାନୀ ରାଷ୍ଟ୍ର ତାଙ୍କ ତରଫରୁ ନ୍ୟାୟ ଲୋଡିବେ। ଏହା ପୂର୍ବରୁ ସିଆଲକୋଟ ରାଲିରେ ଇମ୍ରାନ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ସେ ଏକ ଭିଡିଓ ରେକର୍ଡ କରିଛନ୍ତି ଯେଉଁଥିରେ ସମ୍ପୃକ୍ତ ଲୋକଙ୍କ ନାମ ଅନ୍ତର୍ଭୁକ୍ତ। ଏହାକୁ ନେଇ ପାକିସ୍ତାନରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି...

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା...

ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର...

ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ମଧ୍ୟରେ ୪୦ରୁ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା...

ବାଇଡେନଙ୍କ ଛାତିରୁ ବାହାରିଥିବା ଘା’ କ୍ୟାନସର ସେଲ ଥିଲା: ହ୍ୱାଇଟ ହାଉସ ଡାକ୍ତର

ୱାଶିଂଟନ,୪ ।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ରକୁ ନେଇ ହ୍ୱାଇଟ ହାଉସର ଡାକ୍ତର ଏକ ବଡ ଅପଡେଟ ସାମ୍ନାକୁ ଆଣିଛନ୍ତି । ହ୍ୱାଇଟ ହାଉସର...

ବିଦେଶୀଙ୍କ ପାଇଁ ସମସ୍ତ ବର୍ଗର ଭିଜା ଜାରି କରିବ ଚାଇନା…

ବେଜିଂ,୧୪।୩ : ବୁଧବାର ଠାରୁ ବିଦେଶୀମାନଙ୍କ ପାଇଁ ସମସ୍ତ ବର୍ଗର ଭିଜା ପୁଣି ପ୍ରଦାନ ଆରମ୍ଭ କରିବ ବୋଲି ଚାଇନା କହିଛି। କରୋନା ସଂକ୍ରମଣକୁ ରୋକିବା...

‘ଅରବପତି ପୁଅ ପାଇଁ ମୁଁ ଗର୍ବିତ ନୁହେଁ’

ନ୍ୟୁୟର୍କ,୨।୮: ଟେସଲା ମୁଖ୍ୟ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ...

ଆମେରିକାର ଚେତାବନୀ, ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ଯେ କୌଣସି ସମୟରେ...

Advertisement
Archives

Model This Week