Posted inଜାତୀୟ

ତୁଷାରପାତ ପୂର୍ବରୁ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର, ପାକିସ୍ତାନ ସହ ହାତ ମିଳାଇଛି ଚାଇନା…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ଶୀତଦିନେ ହେଉଥିବା ତୁଷାରପାତ ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର ରଚିଛନ୍ତି। ଏନେଇ ପାକିସ୍ତାନ ସହିତ ଚାଇନା ହାତ ମିଳାଇଛି।
ବରଫପାତ ପୂର୍ବରୁ ଚାଇନାର ପିଏଲ୍‌ଏ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ମିଳିତ ଭାବେ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିବା ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ଯୋଜନା କରୁଛନ୍ତି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରୟାସ ଜାରି ରହିଛି।

ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀଙ୍କୁ ଏନେଇ ପ୍ରସ୍ତୁତ ରଖାଯାଇଛି। ଗୁପ୍ତ ସୂଚନା ଅନୁସାରେ ଗତ ତିନିମାସ ମଧ୍ୟରେ ପିଏଲଏ ଅଧିକାରୀଙ୍କ ଦୁଇଟି ଟିମ ପାକ୍‌ ଅଧିକୃତ କଶ୍ମୀରର ଯୋଡା, କେଲ, ଲିପା, ନୋଭଗାମ, ଶାରଦା, ଚାକୋଟି, ଗୁଲଟାରୀ, ପୋକର ହାଟିଆନ ପରିଦର୍ଶନ କରିଥିଲେ। ଏହି ସମୟରେ ଚାଇନା ଅଧିକାରୀ ଏଲ୍‌ଓସିର ରାଜୋରି-ପୁଞ୍ଚ ସମ୍ମୁଖରେ ଥିବା ପାକିସ୍ତାନୀ ଫରୱାର୍ଡ ପୋଷ୍ଟ ଭୀମଓ୍ବର୍‌ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଛନ୍ତି।

କୁପୱାରା, ବାରାମୁଲ୍ଲା, ବାନ୍ଦିପୋରା, ରାଜୌରୀ ଏବଂ ପୁଞ୍ଚର ପୁରୁଣା ଆତଙ୍କବାଦୀ କମାଣ୍ଡର ତଥା ଆତଙ୍କବାଦୀ ଗାଇଡଙ୍କ ସହିତ ଏକ ବୈଠକରେ ଆଲୋଚନା ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଏବଂ ସେମାନଙ୍କ ସାଂଗଠିନକ ସଂରଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ କରାଯାଇଛି।

ଭାରତୀୟ ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ଆଇଏସଆଇ ଅଧିକାରୀଙ୍କ ବ୍ୟତୀତ ପାକିସ୍ତାନୀ ସେନାର ୧୨ ପଦାତିକ ବ୍ରିଗେଡ ଏବଂ ମିନିମର୍ଗର ଉତ୍ତର ଅଞ୍ଚଳର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ବୈଠକ ପରେ ପାକ୍‌ ଅଧିକୃତ କଶ୍ମୀରରେ ୭ ଟି ପୁରୁଣା ଲଞ୍ଚିଂ ପ୍ୟାଡ ଏବଂ ୩ ଟି ଆତଙ୍କବାଦୀଙ୍କ ତାଲିମ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଚାଇନା ସେନାର ଏକ ସ୍କ୍ବାଡ ଲିପା ଭ୍ୟାଲିରେ କ୍ୟାମ୍ପ କରିଛି। ପାକ୍‌ ଅଧିକୃତ କଶ୍ମୀରର ଏହି ଅଞ୍ଚଳରେ ଆତଙ୍କବାଦୀ ଶିବିର ଏବଂ ଲଞ୍ଚ ପ୍ୟାଡ ଅକ୍ଟୋବର ମାସରେ ଖାଲି ପଡ଼ିଥିଲା। ଫେବୃଆରୀ-ମାର୍ଚ୍ଚଠାରୁ ଏହି ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ବଢ଼ିଛି।

ସ୍କାର୍ର୍ଦୁୁ ଏବଂ ଗିଲ୍‌ଗିଟରେ ଦୁଇଟି ନୂତନ ଆତଙ୍କବାଦୀ ତାଲିମ ଶିବିର ସ୍ଥାପନ କରାଯାଇଛି। ଏଠାରେ ୧୫ ରୁ ୨୦ ଜଣ ଆତଙ୍କବାଦୀଙ୍କୁ ବିଭିନ୍ନ ଦଳରେ ୧୦ ଦିନ ଧରି ବରଫରେ ଚାଲିବା ଏବଂ ଲଢ଼େଇ କରିବା ତାଲିମ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri