‘କଂଗ୍ରେସକୁ ଦୁର୍ବଳ କରିବାକୁ ଚାଲିଛି ଷଡ଼ଯନ୍ତ୍ର’

ଭଦ୍ରକ,୩୧।୩(ସନାତନ ରାଉତ): ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ପ୍ରୟୋଗ କରି ଭାରତର ସବୁଠାରୁ ପୁରୁଣା ଦଳ କଂଗ୍ରେସକୁ ଦୁର୍ବଳ କରିବାକୁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ କହିଛନ୍ତି।

ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆହୂତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ୨୦୧୮ ରୁ ୨୦୨୪ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ବିଭିନ୍ନ ରାଜନୈତିକ ଦଳ ମୋଟ ୧୬ ହଜାର ୫୧୮ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ କେବଳ ଭାଜପା ୮ ହଜାର ୨୫୨ କୋଟି ଟଙ୍କା ପାଇଛି। କଂଗ୍ରେସ ମାତ୍ର ୧ ହଜାର ୯୫୦ କୋଟି ଟଙ୍କା ପାଇଥିବା ବେଳେ କେନ୍ଦ୍ରୀୟ ସଂସ୍ଥା ଇନ୍‌କମ୍‌ ଟ୍ୟାକ୍ସ ଲଗାଇ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ସିଜ୍‌ କରି ଦିଆଯାଇଛି।

ନିର୍ବାଚନ ସମୟରେ ଆକ୍ରୋଶମୂଳକ ଭାବେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଓ ନିର୍ବାଚନ ଲଢ଼ି ନ ପାରିବା ଲାଗି ଏପରି ଷଡ଼ଯନ୍ତ୍ର କରାଯାଇଥିବା ସେ ଆରୋପ ଲଗାଇଛନ୍ତି। କଂଗ୍ରେସ ଦୁର୍ବଳ ହୋଇଗଲେ ଭାଜପାର ଏକଛତ୍ରବାଦ ଦେଶରେ ବୃଦ୍ଧି ପାଇବ। ସେମାନଙ୍କର ଏହି ଅଗଣତାନ୍ତ୍ରିକ ପ୍ରୟାସକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। କଂଗ୍ରେସର ଜିଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ନାରୀନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ସ୍ବସ୍ତିକା ପଣ୍ଡା, ବିଧାନସଭା ଯୁବ ସଭାପତି ଇଲିୟାସ ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ରାଜଧାନୀରେ ହାଇଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସାରା ରାଜଧାନୀରେ ହାଇଆଲର୍ଟ ଜାରି କରିଛି। ସ୍ପେଶାଲ ସେଲ, କ୍ରାଇମ ବ୍ରାଞ୍ଚ, ରେଳବାଇ…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

ତ୍ରିରଙ୍ଗା ଧରିଲେ ମୋଦି: ପାଦରେ ଚାଲି ଚାଲି ସଂସଦ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୧।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ଏମ୍‌ପିଙ୍କ ସମାବେଶରେ ଭାଷଣ ଦେବା ପୂର୍ବରୁ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ‘ବନ୍ଦେ ମାତରମ’ ଧ୍ୱନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri