ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ

ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପେଣ୍ଟାଗନ୍‌ର ୧୦ ଜଣ ପୂର୍ବତନ ମୁଖ୍ୟ ସତର୍କ କରାଇଦେଇନ୍ତି। ସାମରିକ ହସ୍ତକ୍ଷେପ ଯୋଗୁ ଆମେରିକା ବିପଜ୍ଜନକ, ଅରାଜକ ଓ ଅସାମ୍ବିଧାନିକ ଅଞ୍ଚଳରେ ପରିଣତ ହେବ ବୋଲି ଏହି ପୂର୍ବତନ ପ୍ରତିରକ୍ଷା ସଚିବମାନେ କହିଛନ୍ତି। ରବିବାର ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଏକ ମତାମତ ଲେଖାରେ ଏହି ସଚିବମାନେ ସ୍ବାକ୍ଷର କରିଛନ୍ତି। ଟ୍ରମ୍ପ୍‌ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ସ୍ବରୂପ ଜାନୁୟାରୀ ୨୦ରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ଭୋଟ ଗଣନା ତଥା ଏହାକୁ ଚ୍ୟାଲେଞ୍ଜ କରିବାର ବିଫଳତାରୁୁ ଫଳାଫଳ ସ୍ପଷ୍ଟ ବୋଲି ପୂର୍ବତନ ପ୍ରତିରକ୍ଷା ସଚିବମାନେ ଲେଖିଥିବାବେଳେ ସେଥିରେ ଟ୍ରମ୍ପ୍‌ଙ୍କ ନାଁ ଉଲ୍ଲେଖ କରିନାହାନ୍ତି। ଫଳାଫଳକୁ ନେଇ ପ୍ରଶ୍ନ ଉଠାଇବାର ସମୟ ଅତିକ୍ରାନ୍ତ ହୋଇଯାଇଛି। ଫଳାଫଳ ବଦଳାଇବା ପାଇଁ ସୈନ୍ୟବାହିନୀର ଉପଯୋଗ ନ କରିବାକୁ ପୂର୍ବତନ ପେଣ୍ଟାଗନ ମୁଖ୍ୟମାନେ କହିଛନ୍ତି। ଯେଉଁ ଅଧିକାରୀମାନେ ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦେଉଛନ୍ତି, ପରିଣତି ପାଇଁ ସେମାନେ ଦାୟୀ ରହିବେ ବୋଲି ଉକ୍ତ ଲେଖାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋରିସ ଜନସନଙ୍କ ଇସ୍ତଫା ଯୋଗୁ ଅଡୁଆରେ ପ୍ରଧାନମନ୍ତ୍ରୀ ସୁନକଙ୍କ ପାର୍ଟି, ଘାରିଛି ଉପନିର୍ବାଚନରେ ପରାଜୟର ଭୟ

ଲଣ୍ଡନ,୧୧।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପାର୍ଟିଗେଟ ମାମଲାରେ ସଂସଦ ପଦରୁ ଇସ୍ତଫା ଦେଇଦେଇଛନ୍ତି। ତାଙ୍କର ଇସ୍ତଫା ସଂସଦୀୟ ସମିତିର ସେହି ବୟାନ ପରେ...

ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ସତର୍କ କଲା ଡବ୍ଲ୍ୟୁଏଚ୍‌ଓ: ଆସିପାରେ ଆଉ ଏକ ଲହର

ଜେନେଭା୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ସତର୍କ କରାଇଛନ୍ତି। କିଛି ଦେଶରେ...

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ: ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଏହା କହିଛନ୍ତି। ତାଙ୍କୁ...

ବାଇଡେନଙ୍କ ଛାତିରୁ ବାହାରିଥିବା ଘା’ କ୍ୟାନସର ସେଲ ଥିଲା: ହ୍ୱାଇଟ ହାଉସ ଡାକ୍ତର

ୱାଶିଂଟନ,୪ ।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ରକୁ ନେଇ ହ୍ୱାଇଟ ହାଉସର ଡାକ୍ତର ଏକ ବଡ ଅପଡେଟ ସାମ୍ନାକୁ ଆଣିଛନ୍ତି । ହ୍ୱାଇଟ ହାଉସର...

ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍‌

ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍‌ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍‌ରେ...

ପାକିସ୍ତାନ ଉପରେ ଆଉ ଏକ ସଙ୍କଟ, ଚାଇନା ମାଗିଲାଣି ୫୫.୬ ମିଲିୟନ ଆମେରିକୀୟ ଡଲାର ବାକି ଋଣ

ଇସଲାମାବାଦ,୨ ।୪: ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଯେମିତି ମାଡି ଆସୁଛି । ଏବେ ‘ଲାହୋର ଅରେଞ୍ଜ ଲାଇନ ପରିଯୋଜନା’ ସମ୍ବନ୍ଧିତ ୫୫.୬...

ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୦: ଶତାଧିକ ବିଲିଓନେୟାର, ୩୦ ବିଶ୍ୱନେତା ଓ ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଏବଂ ସମ୍ପତ୍ତିକୁ ନେଇ ଲକ୍ଷ ଲକ୍ଷ ଦସ୍ତାବିଜ ପାଣ୍ଡୋରା ପେପର୍ସ...

ପିତାଙ୍କ ଜୟନ୍ତିରେ ହଜାର ହଜାର ଲୋକଙ୍କୁ ଥଣ୍ଡାରେ ଠିଆ କରାଇଲେ କିମ୍‌

ପ୍ୟୋଙ୍ଗୟାଙ୍ଗ,୧୮ ।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି । କିମ୍ ତାଙ୍କ ପିତା କିମ୍...

Advertisement
Archives

Model This Week