Posted inଜାତୀୟ

କଂଗ୍ରେସର ରାହୁଲ ୟାନ ୨୦ ବର୍ଷ ହେଲା ହୋଇ ପାରୁ ନି ଲଞ୍ଚ୍‌: ରାଜନାଥ…

ଭୋପାଳ,୫।୯ : ଜନ ଆର୍ଶୀବାଦ ଯାତ୍ରାର ଶୁଭାରମ୍ଭ ପାଇଁ ମଧ୍ୟପ୍ରଦେଶର ନେମୁଚରେ ପହଞ୍ଚିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ତଥା ସମସ୍ତ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଆଜି ଭାରତ ଚନ୍ଦ୍ରରେ ପହଞ୍ଚିଛି, ମଙ୍ଗଳ ଗ୍ରହରେ ଯାତ୍ରା କରୁଛି, ଆମେ ସୂର୍ଯ୍ୟଙ୍କ ନିକଟତର ହେଉଛୁ। ଆଜି ଏହାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି।

ଆମେ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚୁଛୁ କିନ୍ତୁ କଂଗ୍ରେସର ରାହୁଲ ୟାନ ଆଜି ପର୍ଯ୍ୟନ୍ତ ୨୦ ବର୍ଷ ଧରି ଲଞ୍ଚ୍‌ ହୋଇ ପାରି ନାହିଁ। କଂଗ୍ରେସ ବୁଝିଛି ସେମାନେ ଏକୁଟିଆ ଭାଜପାକୁ ପରାସ୍ତ କରିପାରିବେ ନାହିଁ। ତେଣୁ ସେମାନେ ଅନେକ ଦଳକୁ ଏକତ୍ର କରି ଏକ ଗୋଷ୍ଠୀ ଗଠନ କରି ଏହାର ନାମ ଇଣ୍ଡିଆ ରଖିଛନ୍ତି।

ସେମାନେ ହୃଦୟଙ୍ଗମ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକୁଟିଆ ପରାସ୍ତ କରିପାରିବେ ନାହିଁ। କିନ୍ତୁ ଆପଣ ମାନଙ୍କୁ ଏହା ସ୍ଥିର କରିବାକୁ ପଡ଼ିବ ଭାରତ ପସନ୍ଦ ଆସୁଛି କି ଇଣ୍ଡିଆ। ସାଇନିଂ ଇଣ୍ଡିଆର ସ୍ଲୋଗାନ ଦେଇ ଆମେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ହାରିଥିଲୁ। କଂଗ୍ରେସ ମଧ୍ୟ ସମାନ ଦଶାର ସମ୍ମୁଖୀନ ହେବ।

ଏହା ସହିତ ସେ ଷ୍ଟାଲିନଙ୍କ ପୁଅ ହିନ୍ଦୁ ଧର୍ମ ଉପରେ ଦେଇଥିବା ବିବୃତ୍ତିକୁ ନିନ୍ଦା କରିଛନ୍ତି। ସେମାନେ ସନାତନ ଧର୍ମକୁ ଡେଙ୍ଗୁ ମଶା ଏବଂ କରୋନା ସହିତ ତୁଳନା କରୁଛନ୍ତି। ହିନ୍ଦୁତ୍ୱ ଏବଂ ସଂସ୍କୃତିକୁ ଅପମାନିତ କରିଏହାର ସମାପ୍ତି ବିଷୟରେ କହୁଛନ୍ତି। ଆମେ ସାପକୁ କ୍ଷୀର ପିଇବାକୁ ଦେଇ ଏହାକୁ ବଞ୍ଚାଇବା ପାଇଁ ପ୍ରାର୍ଥନା କରୁ।

ସନାତନରେ ଧର୍ମ କିମ୍ବା ଜାତି ନାମରେ କୌଣସି ଭେଦଭାବ ନାହିଁ, କିନ୍ତୁ ସନାତନଙ୍କ ବିରୋଧରେ କଂଗ୍ରେସ ସହଯୋଗୀ ଦଳର ଜଣେ ନେତା ଦେଇଥିବା ମନ୍ତବ୍ୟ ନେଇ କଂଗ୍ରେସ ନିଜକୁ ଏପରି ସହଯୋଗୀଙ୍କଠାରୁ ପୃଥକ କରିବା ଉଚିତ ନୁହେଁ କି? ଯେଉଁମାନେ ସନାତନକୁ ବିରୋଧ କରନ୍ତି ସେମାନଙ୍କୁ ଭୋଟ ମାଧ୍ୟମରେ ଉପଯୁକ୍ତ ଉତ୍ତର ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri