Posted inଜାତୀୟ

ପିଏଫଆଇ ଏଜେଣ୍ଡା ଉପରେ କାର୍ଯ୍ୟ କରୁଛି କଂଗ୍ରେସ: ଶାହା…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଭାଜପା ଓ କଂଗ୍ରେସର ବରିଷ୍ଠ ନେତାମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ର ଏଜେଣ୍ଡା ଉପରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି।

କଂଗ୍ରେସ ଆପତ୍ତିଜନକ ରାଜନୀତି କରୁଛି। ଦଳ ସ୍ବାଧୀନତା ସଂଗ୍ରାମୀ ତଥା ହିନ୍ଦୁତ୍ୱ ଭାବନାଧାରୀ ଭି.ଡି ସାବରକର ତଥା ପ୍ରଭୁ ହନୁମାନଙ୍କୁ ଅପମାନିତ କରିଛି। ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଦଳ ବିଭାଜନ ରାଜନୀତି କରୁଛି। ସର୍ବପ୍ରଥମେ, ଦଳ ଚାରି ପ୍ରତିଶତ ମୁସଲମାନ ସଂରକ୍ଷଣ ପ୍ରଦାନ କରିଥିଲା। ଦଳ ଜାଣିଥିଲା ଭାରତୀୟ ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣ ପ୍ରଦାନ କରେ ନାହିଁ। କିନ୍ତୁ ଏହି ଅସାମ୍ବିଧାନିକ ମୁସଲିମ ସଂରକ୍ଷଣକୁ ରଦ୍ଦ କରି ଭାଜପା ଲିଙ୍ଗାୟତ ଏବଂ ଭୋକାଲିଗାସ ପାଇଁ କୋଟା ଦୁଇ ପ୍ରତିଶତ ବୃଦ୍ଧି କରିଛି।

ବେଲଗାଭି ଜିଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ମୁସଲମାନ ସଂରକ୍ଷଣକୁ ଫେରାଇ ଆଣିବ ଏବଂ ଚାରି ପ୍ରତିଶତ ପରିବର୍ତ୍ତେ ସଂରକ୍ଷଣକୁ ୬ ପ୍ରତିଶତକୁ ନେଇଯିବେ ପ୍ରତିଶ୍ରୁତି ଦେଇଛି। ତେଣୁ ଭୋଟର ଏହାର ଉଚିତ ଜବାବ ଦେବା ଜରୁରୀ।

ଭାଜପା ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ ନାହିଁ। ଯିଏ ଜାତୀୟ ବିରୋଧୀ କାର୍ଯ୍ୟ କରିବ ସେ ଜେଲକୁ ଯିବ। ୭୦ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଅନୁମତି ନ ଦେଇ ପ୍ରଭୁ ରାମଙ୍କୁ ତାଲା ପକାଇ କଂଗ୍ରେସ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ରାମ ମନ୍ଦିର ପାଇଁ ମୂଳଦୁଆ ପକାଇଥିଲେ। କଂଗ୍ରେସର ଜଣେ ବରିଷ୍ଠ ନେତା ପଚାରିଥିଲେ ବଜରଙ୍ଗବାଲିଙ୍କ ଜନ୍ମ ତାରିଖ କ’ଣ, ଆପଣଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ଅଛି କି? ତାଙ୍କର ଜନ୍ମ ତାରିଖ ସାରା ଦେଶ ଜାଣେ। ଏହା ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ। କଂଗ୍ରେସ କେବଳ ତୁଷ୍ଟିକରଣ ରାଜନୀତି କରିଥାଏ ବୋଲି ଶାହା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର...

ରାହୁଲ ଗାନ୍ଧୀ ବନାମ ପ୍ରତାପ ସିଂ, ରାଏବରେଲିରେ କିଏ, କାହା ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ,୩।୫: ଶୁକ୍ରବାର କଂଗ୍ରେସ ରାଏବରେଲି ଏବଂ ଆମେଠି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ଏବଂ କିଶୋରୀ ଲାଲ ଶର୍ମା ଆମେଠିରୁ ନିର୍ବାଚନ...

୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..

ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ...

ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଶେଷରେ କାହିଁକି ହଟିଲେ ପ୍ରିୟଙ୍କା ଗାନ୍ଧୀ: ଭାଇଙ୍କ ପାଇଁ ନା ଅନ୍ୟ କିଛି

ନୂଆଦିଲ୍ଲୀ,୩।୫: ରାଏବରେଲି ଏବଂ ଆମେଠିରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଠିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରିୟଙ୍କା ଗାନ୍ଧୀ...

କିଏ ସେହି କେ.ଏଲ୍‌ ଶର୍ମା, ଯାହାଙ୍କୁ ଆମେଠିରୁ ଟିକେଟ୍‌ ଦେଲା କଂଗ୍ରେସ

ଲକ୍ଷ୍ନୌ,୩ା୫: କଂଗ୍ରେସ କମିଟି (ଏଆଇସିସି) ଆମେଠି ଏବଂ ରାଏବରେଲି ଆସନରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଶୁକ୍ରବାର ସ୍ପଷ୍ଟ କରିଛି। କଂଗ୍ରେସ ଆମେଠି ବଦଳରେ ରାଏବରେଲି...

ଓଡ଼ିଶା ଆସିବେନି ରାହୁଲ

ନୂଆଦିଲ୍ଲୀ,୩ା୫: ଶୁକ୍ରବାର ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଆଜି ରାହୁଲ ରାୟଗଡ଼ା ଗସ୍ତରେ ଆସି ଏକ ସମାବେଶରେ ସମ୍ବୋଧିତ କରିଥାନ୍ତେ। ମାତ୍ର ଏହି...

ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri