Posted inଜାତୀୟ

ପିଏଫଆଇ ଏଜେଣ୍ଡା ଉପରେ କାର୍ଯ୍ୟ କରୁଛି କଂଗ୍ରେସ: ଶାହା…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଭାଜପା ଓ କଂଗ୍ରେସର ବରିଷ୍ଠ ନେତାମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ର ଏଜେଣ୍ଡା ଉପରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି।

କଂଗ୍ରେସ ଆପତ୍ତିଜନକ ରାଜନୀତି କରୁଛି। ଦଳ ସ୍ବାଧୀନତା ସଂଗ୍ରାମୀ ତଥା ହିନ୍ଦୁତ୍ୱ ଭାବନାଧାରୀ ଭି.ଡି ସାବରକର ତଥା ପ୍ରଭୁ ହନୁମାନଙ୍କୁ ଅପମାନିତ କରିଛି। ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଦଳ ବିଭାଜନ ରାଜନୀତି କରୁଛି। ସର୍ବପ୍ରଥମେ, ଦଳ ଚାରି ପ୍ରତିଶତ ମୁସଲମାନ ସଂରକ୍ଷଣ ପ୍ରଦାନ କରିଥିଲା। ଦଳ ଜାଣିଥିଲା ଭାରତୀୟ ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣ ପ୍ରଦାନ କରେ ନାହିଁ। କିନ୍ତୁ ଏହି ଅସାମ୍ବିଧାନିକ ମୁସଲିମ ସଂରକ୍ଷଣକୁ ରଦ୍ଦ କରି ଭାଜପା ଲିଙ୍ଗାୟତ ଏବଂ ଭୋକାଲିଗାସ ପାଇଁ କୋଟା ଦୁଇ ପ୍ରତିଶତ ବୃଦ୍ଧି କରିଛି।

ବେଲଗାଭି ଜିଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ମୁସଲମାନ ସଂରକ୍ଷଣକୁ ଫେରାଇ ଆଣିବ ଏବଂ ଚାରି ପ୍ରତିଶତ ପରିବର୍ତ୍ତେ ସଂରକ୍ଷଣକୁ ୬ ପ୍ରତିଶତକୁ ନେଇଯିବେ ପ୍ରତିଶ୍ରୁତି ଦେଇଛି। ତେଣୁ ଭୋଟର ଏହାର ଉଚିତ ଜବାବ ଦେବା ଜରୁରୀ।

ଭାଜପା ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ ନାହିଁ। ଯିଏ ଜାତୀୟ ବିରୋଧୀ କାର୍ଯ୍ୟ କରିବ ସେ ଜେଲକୁ ଯିବ। ୭୦ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଅନୁମତି ନ ଦେଇ ପ୍ରଭୁ ରାମଙ୍କୁ ତାଲା ପକାଇ କଂଗ୍ରେସ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ରାମ ମନ୍ଦିର ପାଇଁ ମୂଳଦୁଆ ପକାଇଥିଲେ। କଂଗ୍ରେସର ଜଣେ ବରିଷ୍ଠ ନେତା ପଚାରିଥିଲେ ବଜରଙ୍ଗବାଲିଙ୍କ ଜନ୍ମ ତାରିଖ କ’ଣ, ଆପଣଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ଅଛି କି? ତାଙ୍କର ଜନ୍ମ ତାରିଖ ସାରା ଦେଶ ଜାଣେ। ଏହା ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ। କଂଗ୍ରେସ କେବଳ ତୁଷ୍ଟିକରଣ ରାଜନୀତି କରିଥାଏ ବୋଲି ଶାହା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?