ଆଜିଠୁ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟି(ଏଆଇସିସି)ର ନିର୍ଦ୍ଦେଶାନୁସାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲାରେ ୭୫ କି.ମି. ପର୍ଯ୍ୟନ୍ତ ପଦଯାତ୍ରା କରିବ। ସୋମବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ବାଧୀନତା ପ୍ରାପ୍ତି ପାଇଁ ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ବମ୍ବେ ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଗଲା। ‘କର ବା ମର’ ନିଷ୍ପତ୍ତିିକୁ ଗ୍ରହଣ କରି ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ୍‌, ମୌଲାନା ଅବୁଲ କଲାମ ଆଜାଦ, ମହମ୍ମଦ ଅଲ୍ଲୀ ଜିନ୍ନା, ଅଶୋକ ମେହେଟ୍ଟା, ଚକ୍ରବର୍ତ୍ତୀ ରାଜଗୋପାଳ ଆଚାରୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ବହୁ ତୁଙ୍ଗନେତା ତଥା ଭାରତବର୍ଷର ଆବାଳବୃଦ୍ଧବନିତା ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ। ସ୍ବାଧୀନତା ପରେ ପରେ ଦେଶରେ ଗୋଟିଏ ଛୁଞ୍ଚତ୍ କାରଖାନା ମଧ୍ୟ ନ ଥିଲା। କିନ୍ତୁ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଯୋଗୁ ଭାରତବର୍ଷର ବହୁମୁଖୀ ନଦୀବନ୍ଧ ଯୋଜନା କରାଯାଇଥିଲା। ୧୯୫୦ରେ ଆଇଆଇଟି ଏବଂ ୧୯୫୬ରେ ଏମ୍‌ସ, ୧୯୬୧ରେ ଆଇଆଇଏମ୍‌ ପ୍ରତିଷ୍ଠା କରାଯାଇଥିଲା। ସେହିଭଳି ୧୯୬୪ରେ ଭେଲ ପ୍ରତିଷ୍ଠା, ୧୯୭୪ରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ୧୯୬୯ରେ ଇସ୍ରୋ, ୧୯୫୮ରେ ଡିଆର୍‌ଡିଓ, ୧୯୬୩ରେ ଥୁମ୍ବା ରକେଟ ଲଞ୍ଚତ୍ଂ ପ୍ରତିଷ୍ଠା କରାଯାଇଥିଲା। ଖାଦ୍ୟଶସ୍ୟ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ସବୁଜ ବିପ୍ଳବର ଆହ୍ବାନ ଦିଆଯାଇଥିଲା। ଦୁଗ୍ଧକ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ଶ୍ୱେତ ବିପ୍ଳବର ଡାକରା ଦିଆଯାଇଥିଲା। ମାତ୍ର ଗତ ୮ ବର୍ଷ ଭିତରେ ଜାତୀୟ ସମ୍ପତ୍ତି ବିକିବା ଛଡ଼ା ଗୋଟିଏ ବି ଜାତୀୟ ସମ୍ପଦ ସୃଷ୍ଟି କରିବାରେ ନଜିର ନାହିଁ। ଠିକ୍‌ ସେହିଭଳି ଦୀର୍ଘ ୨୨ ବର୍ଷର ଶାସନ ଭିତରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି କ୍ଷେତ୍ରରେ ଓଡ଼ିଶା ଆଜି ବହୁପଛରେ।
ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି, ସ୍କୁଲ୍‌ ଅଛି ଶିକ୍ଷକ ନାହାନ୍ତି। ୭୫ ବର୍ଷର ସ୍ବାଧୀନତା ପ୍ରାପ୍ତି ପରେ ଏ ସରକାର ଜନସାଧାରଣଙ୍କ ସ୍ବାର୍ଥରକ୍ଷା କରିବାରେ ବିଫଳ ହୋଇଛନ୍ତି। ଦେଶକୁ ଜାତି, ଧର୍ମ ନାମରେ ଭାଗ ଭାଗ କରାଯାଉଛି। ହିଂସା, ଦ୍ୱେଷ, ଘୃଣାର ମଞ୍ଜି ପୋତାଯାଉଛି। ଏଭଳି ଭାରତବର୍ଷର ସ୍ବପ୍ନ ଆମ ମହାମନୀଷୀମାନେ ଦେଖି ନ ଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନିତ କରାଯାଉଛି। ତାଙ୍କ ଫଟୋଚିତ୍ର ରଖି ତା’ଉପରକୁ ଗୁଳି ବର୍ଷଣ କରୁଛନ୍ତି। ତ୍ରିରଙ୍ଗା ଆମ ହୃଦୟରେ ରହିଛି ଏବଂ ତ୍ରିରଙ୍ଗା ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି। ତ୍ରିରଙ୍ଗା ଆମର ଜାତୀୟ ପତାକା। ଆମେ ସବୁଦିନ ଏହାକୁ ଉଡ଼ାଉଛୁ। କିନ୍ତୁ ୧୯୪୭ ମସିହାଠାରୁ ଦୀର୍ଘ ୫୨ ବର୍ଷ ଧରି ଆରଏସ୍‌ଏସ୍‌ ଜାତୀୟ ପତାକାକୁ କେବେହେଲେ ନିଜ କାର୍ଯ୍ୟାଳୟରେ ଉଡ଼ାଇ ନାହିଁ। ଜାତୀୟ ସଙ୍ଗୀତକୁ ମଧ୍ୟ କେବେ ଗାନ କରନ୍ତିନାହିଁ। ଏମାନଙ୍କ ପାଖରୁ ଜାତୀୟତାବାଦ୍‌ ଶିଖିବାର କିଛି ଆବଶ୍ୟକତା ନାହିଁ ବୋଲି ପିସିସି ସଭାପତି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ଜି. ରୁଦ୍ର ରାଜୁ, ପିସିସି ମିଡିଆ ସେଲ୍‌ ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri