ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା କରିଛି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟର ଖୁସିର ଲହରି ଖେଳିଯାଇଛି। ତେବେ କୌଣସି ଦଳ ଆଜି ପର୍ଯ୍ୟନ୍ତ ପୁରୁଷୋତ୍ତମପୁରବାସୀଙ୍କୁ ବିଧାୟକ କି ଏମ୍‌ପି ପ୍ରାର୍ଥୀ ଭାବେ ମୋହର ମାରି ନ ଥିଲେ। ପ୍ରଥମଥର ପାଇଁ କଂଗ୍ରେସ ପୁରୁଷୋତ୍ତମପୁରର ଯୁବନେତା ଚିତ୍ରସେନଙ୍କୁ ଦଳ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଛି। ଖାଲି ସେତିକି ନୁହେଁ, ପୁରୁଷୋତ୍ତମପୁରରେ ବହୁ ପୁରୁଖା ନେତା ଥିଲେ ମଧ୍ୟ ବିଜେଡି କି ଭାଜପା କୌଣସି ଦଳ ସେମାନଙ୍କୁ ଗୁରୁତ୍ୱ ଦେଇ ନଥିଲା ବେଳେ କୌଣସି ପଦପଦବୀରେ ମଧ୍ୟ ଥଇଥାନ କରିନାହାନ୍ତି। ଡେରି ହେଲେ ମଧ୍ୟ ପୁରୁଷୋତ୍ତମପୁରବାସୀଙ୍କ ଦାବିକୁ କଂଗ୍ରେସ ଗ୍ରହଣ କରିଛି। ଏନଏସି ୱାର୍ଡନଂ ୪ ନନ୍ଦିକ ସାହିର ଯୁବନେତା ଚିତ୍ରସେନଙ୍କୁ ଟିକେଟ ଦେଇ ବିଧାୟକ ପ୍ରାର୍ଥୀ ଭାବରେ ରବିବାର ଓଡିଆ ନବବର୍ଷରେ ଘୋଷଣା କରିଛନ୍ତି। ଫଳରେ ଦଳଗତ ନିର୍ବିଶେଷରେ ପୁରୁଷୋତ୍ତମପୁର ଅଞ୍ଚଳରୁ ବହୁ ପରିମାଣରେ ଭୋଟ କଂଗ୍ରେସ ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିନାଥ ଶବରଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା, ନୂଆ ଦାୟିତ୍ୱ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

କୋକସରା,୮।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା, ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲା ପାଇଁ ଏସଟି ମୋର୍ଚ୍ଚା ଜିଲା ସଭାପତିଙ୍କ…

କିଏ ହେବେ କେରଳର ନୂଆ ମୁଖ୍ୟମନ୍ତ୍ରୀ? ସାମ୍ନାକୁ ଆସିଲା ନାମ; ମୁକୁଲ ୱାସନିକଙ୍କ ହାତରେ ଥିବା ବିଧାୟକଙ୍କ ସମର୍ଥନ ପତ୍ରର ଫଟୋ ଭାଇରାଲ

ଥିରୁଭାନନ୍ତପୁରମ,୮।୫: ଏଆଇସିସି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହିତ ଅନୁଷ୍ଠିତ ଏକକ ବୈଠକରେ, କେପିସିସି ସଭାପତି ସନି ଯୋସେଫଙ୍କ ସମେତ ୬୩ ଜଣ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୪୭…

IPL Record: ପରାଜୟ ପରେ ବି ଇତିହାସ ରଚିଲା RCB, ଭାଙ୍ଗିଲା CSKର ବଡ଼ ରେକର୍ଡ

ନୂଆଦିଲ୍ଲୀ,୮।୫: ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ହାତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୯ ରନରେ ପରାଜୟ ବରଣ କରିଥିଲା। ଏହି ବର୍ଷା ପ୍ରଭାବିତ…

ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ: ଅଗ୍ନିଶମ ବାହିନୀର ପହଞ୍ଚିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ…

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର କାଣିଗୁମା ନିକଟରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ…

କାର୍ଯ୍ୟରତ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ,ଏହି ଦାବି କରିବା ପରେ…

ଦେବଗଡ,୮ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଳକ ଅନ୍ତର୍ଗତ ଆମ୍ବକଟା ସ୍ଥିତ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଗ୍ରିଡରେ ଗତ ଏପ୍ରିଲ ୨୯ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ତେଜିଲା ଦାବି: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କର୍ଲାମୁଣ୍ଡା,୮/୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ପଞ୍ଚାୟତ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି।…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri