ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ ପୂରଣ ପାଇଁ କଂଗେସର ମଙ୍ଗ ଧରିଛନ୍ତି ନାଉଗାଁ ବ୍ଲକ ଅଞ୍ଚଳର ଯୁବନେତା ନିରଞ୍ଜନ ନାୟକ (ବବୁଲ)। ଅନ୍ୟପଟେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଦଳରେ ଅସନ୍ତୋଷ ବଢ଼ିଛି। କିନ୍ତୁ ସମ୍ବିତଙ୍କ ବାପା ଡ. ଦାମୋଦର ରାଉତଙ୍କ ଦେହାନ୍ତ କାରଣରୁ ବିଜେଡି ତାଙ୍କ ବୋହୂ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ମହିଳା ଏବଂ ଅନୁକମ୍ପାମୂଳକ ଭୋଟକୁ ଆଧାର କରି ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ନିଭାଇବେ ବୋଲି କୁହାଯାଉଛି। ବିଜେଡି ଓ ଭାଜପା ନେତାମାନେ ଅର୍ଥ ବଳରେ କଂଗ୍ରେସ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପାରାଦୀପ ବିଧାନସଭା ଆସନରେ ୨୦୦୯ ଓ ୨୦୧୪ରେ ଡ. ଦାମୋଦର ରାଉତ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ଡ. ରାଉତ ବିଜେଡି ଛାଡି ବାଲିକୁଦା-ଏରସମା ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିଜର ରାଜନୈତିକ ବିଚକ୍ଷଣତା ବଳରେ ପାରାଦୀପ ଆସନରେ ପୁଅ ସମ୍ବିତଙ୍କୁ ବିଜେଡି ଟିକେଟ କରାଇବାରେ ଡ. ରାଉତ ପ୍ରମୁଖ ଭୂମିକା ନିଭାଇଥିଲେ। ସମ୍ବିତ ମଧ୍ୟ ଜିତି ଯାଇଥିଲେ। ବଡ଼କଥା ହେଲା, ସମ୍ବିତଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଅରିନ୍ଦମ ନିକଟରେ ବିଜେଡିରେ ମିଶି ଯାଇଛନ୍ତି। ସେତେବେଳେ ସମ୍ବିତଙ୍କୁ ୬୯,୮୭୧, ଅରିନ୍ଦମଙ୍କୁ ୪୮,୮୭୯ ଓ ଭାଜପା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ୩୫,୦୩୭ ଖଣ୍ଡ ଭୋଟ ମିଳିଥିଲା। ଯେହେତୁ ସମ୍ବିତ ଓ ଅରିନ୍ଦମ ଏବେ ବିଜେଡିରେ ଅଛନ୍ତି, ତେଣୁ ଏହି ଦଳ ଦୃଢ଼ ସ୍ଥିତିରେ ରହିଥିବା ଦୃଶ୍ୟମାନ ହେଉଛି। କିନ୍ତୁ ସମୀକରଣ କିଛି ନୂଆ କହୁଛି। ୨୦୧୯ ନିର୍ବାଚନ ପରଠାରୁ ଅରିନ୍ଦମ ଦଳୀୟ କାର୍ଯ୍ୟକ୍ରମ ଓ କର୍ମୀଙ୍କଠାରୁ ଦୂରେଇ ରହୁଥିଲେ। ତେଣୁ ଅରିନ୍ଦମ ଦଳ ଛାଡ଼ିବା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇ ନ ଥିବା କେତେଜଣ କଂଗ୍ରେସ ନେତା କହୁଛନ୍ତି। ସେହିପରି ଗତ ପ୍ରାୟ ୪ ବର୍ଷ ହେଲା ବିଜେଡିର ସାଙ୍ଗଠନିକ ଦକ୍ଷତା ବୃଦ୍ଧିରେ ଅନ୍ତର୍ଦ୍ୱନ୍ଦ୍ୱ ଅନ୍ତରାୟ ସୃଷ୍ଟି କରିଛି। ଗୋଟିଏ ପଟେ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ, ଅନ୍ୟପଟେ ଅରିନ୍ଦମଙ୍କ ନୀରବତା ଯୋଗୁ ଭାଜପା ନେତା ସମ୍ପଦ ପାରାଦୀପର ଭୋଟରଙ୍କ ନିକଟତର ହେବାର ସୁଯୋଗ ପାଇଛନ୍ତି। ଏବେ ସମ୍ବିତଙ୍କ ସ୍ତ୍ରୀ ଗୀତାଞ୍ଜଳି ବିଜେଡି ଟିକେଟ ପାଇଥିଲେ ସୁଦ୍ଧା ଏହାକୁ ଦଳର ଅସନ୍ତୁଷ୍ଟମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଦାମୋଦର ରାଉତ, ତାଙ୍କ ପୁଅ ୪୦ ବର୍ଷ ଧରି ନିର୍ବାଚନମଣ୍ଡଳୀରେ କ୍ଷମତା ଉପଭୋଗ କରି ଚାଲିଥିବାବେଳେ ଏବେ ବୋହୂଙ୍କୁ ବିଧାୟକ ଟିକେଟ ମିଳିବା ବିଜେଡିର ଅନେକ ନେତାଙ୍କୁ ଅସହ୍ୟ କଷ୍ଟ ଦେଇଛି। ଏଣେ ଅରିନ୍ଦମ କଂଗ୍ରେସ ଛାଡି ବିଜେଡି ଟିକେଟ ପାଇବେ ବୋଲି ଆଶା ରଖି ନିରାଶ ହୋଇଛନ୍ତି। ଯଦିଓ ତାଙ୍କ ସ୍ତ୍ରୀ ମୋନିଦୀପାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି, କିନ୍ତୁ ସେ ଏଥିରେ କେତେ ସନ୍ତୁଷ୍ଟ ତାହା ସମୟ କହିବ। ଏ ପରିସ୍ଥିତିରେ ବିଜେଡି ପ୍ରାର୍ଥୀ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର। ଅପରପକ୍ଷରେ କଂଗ୍ରେସର ନୂଆ ନେତା ବବୁଲ୍‌ ଯେବେଠାରୁ ନିର୍ବାଚନମଣ୍ଡଳୀରେ ଦଳର ମଙ୍ଗ ଧରିଛନ୍ତି, ସେବେଠାରୁ ସେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରି ଚାଲିଛନ୍ତି। ଯେହେତୁ ଆର୍ଥିକସ୍ତରରେ ସେ ଦୁର୍ବଳ ନୁହନ୍ତି, ତେଣୁ ଅନେକ ନେତା ଓ କର୍ମୀ ତାଙ୍କ ସହ ଯୋଡ଼ିହେବାରେ ଅସୁବିଧା ହେଉନାହିଁ। ଶାସକ ବିଜେଡି ଓ ଭାଜପା ପ୍ରାର୍ଥୀଦ୍ୱୟଙ୍କ ପାଇଁ ଅର୍ଥ ବଳ ସାଜିଥିବା ବେଳେ ବବୁଲ ସେମାନଙ୍କୁ କେତେ ପରିମାଣରେ ଟକ୍କର ଦେଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?