ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ ୧୪ ତାରିଖ ଯାଏ ପ୍ରାର୍ଥତ୍ପତ୍ର ଦାଖଲ ହେବ। ହେଲେ ଏ ଯାଏ ସବୁ ଆସନରେ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ଶେଷ ହୋଇ ନ ଥିଲେ ହେଁ ପ୍ରାୟ ସବୁଠି ବିଦ୍ରୋହ ପରିଲକ୍ଷିତ ହୋଇଛି। ବିଶେଷକରି ବିଜେଡି ଓ ଭାଜପାରେ ଦଳୀୟ ନେତାଙ୍କ ମଧ୍ୟରେ ବିଦ୍ରୋହ ସବୁଠୁ ଅଧିକ। ଶନିବାର ବଡ଼ଚଣା ଆସନ ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ବିଦ୍ରୋହ ଦେଖାଦେଇଛି। ଏହି ଦୃଷ୍ଟିରୁ କୋରେଇ ଓ ବରୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ବିଳମ୍ବ କରୁଛି। ସେହିପରି ବିଞ୍ଝାରପୁର, କୋରେଇ ଓ ଧର୍ମଶାଳାରେ ଭାଜପାର ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ପ୍ରାର୍ଥୀମାନେ ବିଦ୍ରୋହ ଜାରି ରଖିଛନ୍ତି। ବରୀରେ ବିଜେଡି ଏବଂ ଭାଜପାରେ ବହୁ ଆଶାୟୀ ରହିଥିବାରୁ ଉଭୟ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏହାକୁ ନେଇ ଉଭୟ ଦଳ ଛକାଛକି ହୋଇ ରହିଛନ୍ତି। ଏଠାରେ ଉଭୟ ଦଳ ଯାହାକୁ ପ୍ରାର୍ଥୀ କରିବେ ଅନ୍ୟ ଆଶାୟୀ ବିଦ୍ରୋହୀ ହେବା ପ୍ରାୟ ନିଶ୍ଚିତ। ଫଳରେ ଭାଜପା ଓ ବିଜେଡି ପାଇଁ ପ୍ରାର୍ଥୀ ଘୋଷଣା କରିବା ଚିନ୍ତାର ବିଷୟ ହୋଇଛି। କାରଣ ବିଦ୍ରୋହୀଙ୍କ ରଣନୀତି ଉପରେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ ବୋଲି ବିବେଚନା କରାଯାଉଛି।
କୋରେଇ ଓ ବରୀରେ ବିଜେଡି ଏବଂ ବରୀରେ ଭାଜପାର ନେତାମାନେ ଟିକେଟ ଦୌଡ଼ରେ ରହିଥିବାବେଳେ କେତେଜଣ ନୀରବି ରହି ନିଜ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି। କୋରେଇ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀହେବା ପାଇଁ ନେତାଙ୍କ ଲମ୍ବା ତାଲିକା ରହିଛି। ହେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ(ବବି) ଚଳିତ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କର ଯାଜପୁର ଓ କୋରେଇ ନିର୍ବାଚନମଣ୍ଡଳୀ ଉପରେ ଦୃଷ୍ଟି ରହିଥିବା ଆଲୋଚନା ହେଉଛି। ଯାଜପୁର ଆସନରେ ଜଣେ ମହିଳା ନେତ୍ରୀଙ୍କୁ ଛିଡ଼ା କରାଇ ଏବଂ କୋରେଇରେ ଜଣେ ସମ୍ପର୍କୀୟଙ୍କୁ ପ୍ରାର୍ଥୀ କରାଇ ବବି ଉଭୟ ଆସନକୁ ଦଖଲ କରିବାକୁ ଯୋଜନା କରୁଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ଯାଜପୁର ସହରକୁ ଛାଡିଦେଲେ ଗ୍ରାମାଞ୍ଚଳର ସେତେଟା ବିକାଶ ହୋଇ ନ ଥିବାରୁ ଲୋକଙ୍କ ସମର୍ଥନ ଭୟ ମଧ୍ୟ ରହିଛି ବୋଲି କେତେକେ ମତପ୍ରକାଶ କରୁଛନ୍ତି। ତେଣୁ ତାଙ୍କ ସମ୍ପର୍କୀୟମାନେ କୋରେଇର କେତେକ ପୁରୁଖା କର୍ମୀଙ୍କୁ ଭେଟି ଭିତିରିଆ ଭାବେ ସ୍ଥିତି ପରଖୁଥିବା ସୂଚନା ମିଳିଛି। ତେବେ ବବିଙ୍କ ଏହି ଗୋଟିଚାଳନାକୁ କୋରେଇ ବିଧାୟକ ଅଶୋକ ବଳଙ୍କ ସମର୍ଥକମାନେ ଗ୍ରହଣ କରିପାରୁନାହାନ୍ତି। ଏଠାରେ ନେତା ପରିବର୍ତ୍ତନ ହେଲେ ଆଦୌ ଗ୍ରହଣ କରିବେ ନାହିଁ ବୋଲି କେତେଜଣ ଖୋଲାଖୋଲି କହି ବୁଲୁଛନ୍ତି। ସେହିପରି ଏଠାରେ ଆକାଶ ଦାସନାୟକଙ୍କୁ ଭାଜପା ଟିକେଟ ମିଳିବା ପରେ ଦଳର ବିଦ୍ରୋହୀମାନେ ଏକାଠି ହେଉଥିବା ସୂଚନା ମିଳିଛି। ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ଓ ଆଲେକଜାଣ୍ଡାର ଦାସ ଆକାଶଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତିି। ଏହାବାଦ୍‌ ବିଶ୍ୱଜିତ୍‌ ବିଜେଡିରେ ମିଶିବା ନେଇ ମଧ୍ୟ ଆଲୋଚନା ହେଉଛି। କଂଗ୍ରେସରେ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡ଼ାଙ୍କୁ କୋରେଇ ଆସନରେ ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଦ୍ୟାଧର ମହାନ୍ତି ଓ ତାଙ୍କ ସମର୍ଥକମାନେ ଏଥର କାହାରିକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରି ସାରିଛନ୍ତି।
ସେହିପରି ବଡଚଣା ନିର୍ବାଚନମଣ୍ଡଳୀରେ ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସରୁ ବିଜେଡିରେ ମିଶିଥିବା ରାଜନାରାୟଣ ମହାପାତ୍ର ପ୍ରମୁଖ ସମର୍ଥକମାନେ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ବିରୋଧ କରୁଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ଭାଜପାରୁ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିବା ପରେ ଆଶାୟୀ ହିମାଂଶୁ ଶେଖର ସାହୁ(ଲିକୁ) ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତି। ଏହି କାରଣରୁ ଭାଜପାର ପ୍ରାୟ ୩୦ ହଜାର କର୍ମୀ ଦଳ ଛାଡି ଲିକୁଙ୍କୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି। ପୂର୍ବରୁ ଲିକୁଙ୍କ ସମର୍ଥକମାନେ ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଏନେଇ ଏକାଧିକ ଥର ବିରୋଧ ପ୍ରଦର୍ଶନ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?