ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ ୧୪ ତାରିଖ ଯାଏ ପ୍ରାର୍ଥତ୍ପତ୍ର ଦାଖଲ ହେବ। ହେଲେ ଏ ଯାଏ ସବୁ ଆସନରେ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ଶେଷ ହୋଇ ନ ଥିଲେ ହେଁ ପ୍ରାୟ ସବୁଠି ବିଦ୍ରୋହ ପରିଲକ୍ଷିତ ହୋଇଛି। ବିଶେଷକରି ବିଜେଡି ଓ ଭାଜପାରେ ଦଳୀୟ ନେତାଙ୍କ ମଧ୍ୟରେ ବିଦ୍ରୋହ ସବୁଠୁ ଅଧିକ। ଶନିବାର ବଡ଼ଚଣା ଆସନ ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ବିଦ୍ରୋହ ଦେଖାଦେଇଛି। ଏହି ଦୃଷ୍ଟିରୁ କୋରେଇ ଓ ବରୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ବିଳମ୍ବ କରୁଛି। ସେହିପରି ବିଞ୍ଝାରପୁର, କୋରେଇ ଓ ଧର୍ମଶାଳାରେ ଭାଜପାର ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ପ୍ରାର୍ଥୀମାନେ ବିଦ୍ରୋହ ଜାରି ରଖିଛନ୍ତି। ବରୀରେ ବିଜେଡି ଏବଂ ଭାଜପାରେ ବହୁ ଆଶାୟୀ ରହିଥିବାରୁ ଉଭୟ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏହାକୁ ନେଇ ଉଭୟ ଦଳ ଛକାଛକି ହୋଇ ରହିଛନ୍ତି। ଏଠାରେ ଉଭୟ ଦଳ ଯାହାକୁ ପ୍ରାର୍ଥୀ କରିବେ ଅନ୍ୟ ଆଶାୟୀ ବିଦ୍ରୋହୀ ହେବା ପ୍ରାୟ ନିଶ୍ଚିତ। ଫଳରେ ଭାଜପା ଓ ବିଜେଡି ପାଇଁ ପ୍ରାର୍ଥୀ ଘୋଷଣା କରିବା ଚିନ୍ତାର ବିଷୟ ହୋଇଛି। କାରଣ ବିଦ୍ରୋହୀଙ୍କ ରଣନୀତି ଉପରେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ ବୋଲି ବିବେଚନା କରାଯାଉଛି।
କୋରେଇ ଓ ବରୀରେ ବିଜେଡି ଏବଂ ବରୀରେ ଭାଜପାର ନେତାମାନେ ଟିକେଟ ଦୌଡ଼ରେ ରହିଥିବାବେଳେ କେତେଜଣ ନୀରବି ରହି ନିଜ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି। କୋରେଇ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀହେବା ପାଇଁ ନେତାଙ୍କ ଲମ୍ବା ତାଲିକା ରହିଛି। ହେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ(ବବି) ଚଳିତ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କର ଯାଜପୁର ଓ କୋରେଇ ନିର୍ବାଚନମଣ୍ଡଳୀ ଉପରେ ଦୃଷ୍ଟି ରହିଥିବା ଆଲୋଚନା ହେଉଛି। ଯାଜପୁର ଆସନରେ ଜଣେ ମହିଳା ନେତ୍ରୀଙ୍କୁ ଛିଡ଼ା କରାଇ ଏବଂ କୋରେଇରେ ଜଣେ ସମ୍ପର୍କୀୟଙ୍କୁ ପ୍ରାର୍ଥୀ କରାଇ ବବି ଉଭୟ ଆସନକୁ ଦଖଲ କରିବାକୁ ଯୋଜନା କରୁଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ଯାଜପୁର ସହରକୁ ଛାଡିଦେଲେ ଗ୍ରାମାଞ୍ଚଳର ସେତେଟା ବିକାଶ ହୋଇ ନ ଥିବାରୁ ଲୋକଙ୍କ ସମର୍ଥନ ଭୟ ମଧ୍ୟ ରହିଛି ବୋଲି କେତେକେ ମତପ୍ରକାଶ କରୁଛନ୍ତି। ତେଣୁ ତାଙ୍କ ସମ୍ପର୍କୀୟମାନେ କୋରେଇର କେତେକ ପୁରୁଖା କର୍ମୀଙ୍କୁ ଭେଟି ଭିତିରିଆ ଭାବେ ସ୍ଥିତି ପରଖୁଥିବା ସୂଚନା ମିଳିଛି। ତେବେ ବବିଙ୍କ ଏହି ଗୋଟିଚାଳନାକୁ କୋରେଇ ବିଧାୟକ ଅଶୋକ ବଳଙ୍କ ସମର୍ଥକମାନେ ଗ୍ରହଣ କରିପାରୁନାହାନ୍ତି। ଏଠାରେ ନେତା ପରିବର୍ତ୍ତନ ହେଲେ ଆଦୌ ଗ୍ରହଣ କରିବେ ନାହିଁ ବୋଲି କେତେଜଣ ଖୋଲାଖୋଲି କହି ବୁଲୁଛନ୍ତି। ସେହିପରି ଏଠାରେ ଆକାଶ ଦାସନାୟକଙ୍କୁ ଭାଜପା ଟିକେଟ ମିଳିବା ପରେ ଦଳର ବିଦ୍ରୋହୀମାନେ ଏକାଠି ହେଉଥିବା ସୂଚନା ମିଳିଛି। ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ଓ ଆଲେକଜାଣ୍ଡାର ଦାସ ଆକାଶଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତିି। ଏହାବାଦ୍‌ ବିଶ୍ୱଜିତ୍‌ ବିଜେଡିରେ ମିଶିବା ନେଇ ମଧ୍ୟ ଆଲୋଚନା ହେଉଛି। କଂଗ୍ରେସରେ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡ଼ାଙ୍କୁ କୋରେଇ ଆସନରେ ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଦ୍ୟାଧର ମହାନ୍ତି ଓ ତାଙ୍କ ସମର୍ଥକମାନେ ଏଥର କାହାରିକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରି ସାରିଛନ୍ତି।
ସେହିପରି ବଡଚଣା ନିର୍ବାଚନମଣ୍ଡଳୀରେ ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସରୁ ବିଜେଡିରେ ମିଶିଥିବା ରାଜନାରାୟଣ ମହାପାତ୍ର ପ୍ରମୁଖ ସମର୍ଥକମାନେ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ବିରୋଧ କରୁଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ଭାଜପାରୁ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିବା ପରେ ଆଶାୟୀ ହିମାଂଶୁ ଶେଖର ସାହୁ(ଲିକୁ) ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତି। ଏହି କାରଣରୁ ଭାଜପାର ପ୍ରାୟ ୩୦ ହଜାର କର୍ମୀ ଦଳ ଛାଡି ଲିକୁଙ୍କୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି। ପୂର୍ବରୁ ଲିକୁଙ୍କ ସମର୍ଥକମାନେ ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଏନେଇ ଏକାଧିକ ଥର ବିରୋଧ ପ୍ରଦର୍ଶନ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri