Posted inଜାତୀୟ

ଆଦାନୀ ପ୍ରସଙ୍ଗ: ସରକାରଙ୍କୁ ପ୍ରତିଦିନ ୩ ପ୍ରଶ୍ନ ପଚାରିବ କଂଗ୍ରେସ

ନୂଆଦିଲ୍ଲୀ,୫।୨ :ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ର ଜାଲିଆତିକୁ ପଦାରେ ପକାଇବା ପରେ ଏହି ଗ୍ରୁପ୍‌ କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇଚାଲିଛି। ଏହି ପ୍ରସଙ୍ଗରେ କଂଗ୍ରେସ ରବିବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୈନିକ ୩ଟି ପ୍ରଶ୍ନ ପଚାରିବ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଭାରତରୁ ବିଦେଶକୁ ଯାଉଥିବା ଏବଂ ସେଠାରୁ ଦେଶକୁ ଆସୁଥିବା କଳାଧନ ଉପରେ ନଜର ରଖିବା ଲାଗି ଏକାଧିକ ତଦନ୍ତକାରୀ ଗ୍ରୁପ୍‌କୁ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ନିର୍ଦ୍ଦେଶ ଦେଇଥିବା ୨୦୧୬ ଏପ୍ରିଲ ୪ରେ ପାନାମା ପେପର ଲିକ୍‌ ଘଟଣାର ଜବାବରେ ଅର୍ଥ ମନ୍ତ୍ରଣାଳୟ କହିଥିଲା। ୨୦୧୬ ସେପ୍ଟେମ୍ବର ୫ରେ ଚାଇନାରେ ହଙ୍ଗଝୋଉରେ ଜି୨୦ ସମିଟ୍‌ରେ ଆର୍ଥତ୍କ ଅପରାଧୀଙ୍କ ନିରାପଦ ଭୂସ୍ବର୍ଗକୁ ଧ୍ୱଂସ କରାଯିବା ଆବଶ୍ୟକ ବୋଲି ମୋଦି କହିଥିଲେ। ସେମାନଙ୍କୁ ଚିହ୍ନଟ କରିବା ଏବଂ ମନିଲଣ୍ଡରମାନଙ୍କୁ ପ୍ରତ୍ୟର୍ପଣ କରିଆଣି କାର୍ଯ୍ୟାନୁଷ୍ଠାନ କରିବା ସହ ଦୁର୍ନୀତିକୁ ଲୁଚାଉଥବା ଅତ୍ୟଧିକ ବ୍ୟାଙ୍କ ଗୋପନୀୟତା ଏବଂ ଜଟିଳ ଅନ୍ତର୍ଜାତୀୟ ନିୟମାବଳୀକୁ ରଦ୍ଦ କରିବା ପାଇଁ ମୋଦି ଆହ୍ବାନ ଦେଇଥିଲେ। ଏବେ ‘ଆମେ ଆଦାନୀଙ୍କର କିଏ’ ବୋଲି କହି ମୋଦି ସରକାର ଉପରୋକ୍ତ ପ୍ରଶ୍ନକୁ ଏଡ଼ାଇଯାଇପାରିବେ ନାହିଁ ବୋଲି ଜୟରାମ କହିଛନ୍ତି।
ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗକୁ ନେଇ ବିରୋଧୀ ଦଳ କଂଗ୍ରେସ କେନ୍ଦ୍ର ସରକାରଙ୍କ ରବିବାର କଡ଼ା ସମାଲୋଚନା କରିଛି। ଏହି ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କ ନୀରବତାରୁ ଗୋପନ ବୁଝାମଣାର ଗନ୍ଧ ଆସୁଛି ବୋଲି କଂଗ୍ରେସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri