Posted inଜାତୀୟ

ସେଙ୍ଗୋଲକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଛି ଏହି ସାକ୍ଷାତକାର!

ନୂଆଦିଲ୍ଲୀ,୯।୬:ନୂଆ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ସେଙ୍ଗୋଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ନୂଆ ସଂସଦ ଭବନକୁ ବିରୋଧ କରିବା ସହ ବିରେଧୀ ଏହି ଉତ୍ସବକୁ ବର୍ଜନ କରିଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସଂସଦ ଭବନରେ ସ୍ଥାପନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ମୋଦିଙ୍କ ରାଜ୍ୟଭିଷେକ କହି କଟାକ୍ଷ କରିଥିଲେ। ଭାଜପା ଏନେଇ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦିଆଯାଇଥିବା ସେଙ୍ଗୋଲକୁ କଂଗ୍ରେସ ‘ସୁନାର ବାଡି’ କହି ସଂଗ୍ରହାଳୟରେ ଅନ୍ଧାର କୋଠରୀରେ ଲୁଚାଇ ଦେଇଥିଲା। ସ୍ବାଧୀନତାର ପ୍ରତୀକ ଏହି ରାଜଦଣ୍ଡକୁ ନେହେରୁ ବାଡି ଭାବରେ ବ୍ୟବହାର କରୁଥିଲେ।

ତେବେ ଶୁକ୍ରବାର କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସେଙ୍ଗୋଲକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବ୍ରିଟିଶ୍‌ ଶାସନ କ୍ଷମତା ହସ୍ତାନ୍ତର କରିବା ସମୟରେ ପ୍ରତୀକ ରୁପେ ରାଜଦଣ୍ଡ ସେଙ୍ଗୋଲକୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ପ୍ରଦାନ କରିଥିଲେ। ଏହା ସମ୍ପୂର୍ଣ୍ଣ ରୂପେ ମିଛ।

ଜୟରାମ ଟ୍ବିଟ୍‌ କରି ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଥରୁବାଭଦୁଥରାଇ ଅଧିନସ୍ଥ ମଠ ମହନ୍ତଙ୍କ ସାକ୍ଷାତକାର ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଥରୁବାଭଦୁଥରାଇ ମଠ ମହନ୍ତ ‘ଦି ହିନ୍ଦୁ’କୁ ଦେଇଥିବା ଏହି ସାକ୍ଷାତକାରରେ ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଯାଇଛି। ନେହେରୁଙ୍କୁ ରାଜଦଣ୍ଡ ୁପହାର ଦେବା ସମୟରେ ଲର୍ଡ ମାଉଣ୍ଟବ୍ୟାଟେନ କିମ୍ବା ଚକ୍ରବର୍ତ୍ତୀ ରାଜଗୋପାଳାଚାରି ଉପସ୍ଥିତ ନ ଥିଲେ। ଏହି ରାଜଦଣ୍ଡକୁ ୧୪ ଅଗଷ୍ଟ ୧୯୪୭ରେ ନେହେରୁଙ୍କୁ ତାଙ୍କ ବାସଭବନରେ ହସ୍ତାନ୍ତର କରାଯାଇଥିଲା। ଏହାକୁ ମୁଁ ଦୀର୍ଘଦିନ ଧରି କହି ଆସୁଛି।

ଏଠାରେ କହି ରଖୁଛୁ ଯେ, ‘ଦି ହିନ୍ଦୁ’ର ସାକ୍ଷାତକାରରେ ଥରୁବାଭଦୁଥରାଇ ୨୪ତମ ମଠ ମହନ୍ତ ଶ୍ରୀ ଲା ଶ୍ରୀ ଅମ୍ବାଲାବନା ଦେଶିକା ପରମାଚାର୍ଯ୍ୟ ସ୍ବାମୀଗଲ କହିଛନ୍ତି, ‘ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ମୁଁ ଶୁଣିଛି ଯେ, ଏହି ଘଟଣା ବିଷୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମୁକ୍ତିଲାଭ କରଥିଲା। କିନ୍ତୁ ନେହେରୁଙ୍କୁ ରାଜଦଣ୍ଡ ଦିଆଯାଇଥିଲା ବୋଲି ପ୍ରମାଣ କରିବାକୁ ମଠ ପାଖରେ ଦସ୍ତାବିଜ ଏବଂ ଫଟୋ ରହିଛି। ଏହି ପ୍ରମାଣ ସତ୍ୟ ଅଟେ। ନେହେରୁଙ୍କୁ ସେଙ୍ଗୋଲ ଭେଟି ଦେବା ବିଷୟରେ ଅନେକ ଲୋକ ଅବଗତ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?