Posted inରାଜ୍ୟ

ବିଜେଡି-ଭାଜପା ସମ୍ପର୍କ ନେଇ କଂଗ୍ରେସର ଟାର୍ଗେଟ: ଭାଜପା କହିଲା-‘କଂଗ୍ରେସ ପ୍ରଥମେ ନିଜ କଥା ବୁଝୁ’

ଭୁବନେଶ୍ୱର,୫।୨(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଆଇଆଇଏମ୍‌ର ନୂତନ ବିଲ୍ଡିଂର ଲୋକାର୍ପଣ ଉତ୍ସବରେ ଯୋଗଦେବା ସହ ରେମେଡ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ହେଲେ ତାଙ୍କ ଓଡ଼ିଶା ଗସ୍ତ ସମୟରେ ସେ କେନ୍ଦ୍ରରେ ଉପା ସରକାର ଶାସନ କ୍ଷମତାରେ ଥିବା ସମୟରେ କ’ଣ କରିଛି ଏବଂ ଗତ ସାଢେ ୯ ବର୍ଷ ମଧ୍ୟରେ କେନ୍ଦ୍ର ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଓଡ଼ିଶାକୁ କ’ଣ ଦେଇଛି ତା’ର ତୁଳନାତ୍ମକ ଚିତ୍ର ଭାଷଣ ମାଧ୍ୟମରେ ରଖିଥିଲେ। ହେଲେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି ବିରୋଧରେ ମୋଦି ତାଙ୍କ ଭାଷଣରେ ସେଭଳି କିଛି କଡ଼ା ଆଭିମୁଖ୍ୟ ନ ରଖିବା ନେଇ ବର୍ଷିଛି କଂଗ୍ରେସ। ଉଭୟ ବିଜେଡି ଏବଂ ଭାଜପା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ପ୍ରମାଣ କରିଦେଇ ଗଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ହେଲେ ବିଜେଡି ଏବଂ ଭାଜପା ନେତା ପାଲଟା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିଜେଡି ଓ ଭାଜପା ଉଭୟ ଦଳ ଏକାଠି ଅଛନ୍ତି। କେବଳ ଲୋକଦେଖାଣିଆ ଭାବେ ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଉଛନ୍ତି। ସମ୍ବଲପୁର କାର୍ଯ୍ୟକ୍ରମ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଏମାନେ ଆଗକୁ ରାଜ୍ୟରେ ଆବଶ୍ୟକ ପଡ଼ିଲେ ଏକାଠି ସରକାର କରିବେ। ଜଣେ ନେତାଙ୍କୁ ଜିତାଇବା ଲାଗି ଏହି ସଭାର ଆୟୋଜନ ହେବା ଭଳି ମନେ ହେଲା ବୋଲି ସାଲୁଜା କହିଛନ୍ତି।

ୱିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ନେତା ମୋହନ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି ତାଙ୍କ ସରକାର ଗତ ସାଢେ ୯ ବର୍ଷରେ କ’ଣ ବିକାଶମୂଳକ କାର୍ଯ୍ୟ କରିଛି ତା’ର ହିସାବ ଦେଇକି ଗଲେ। ଆଗକୁ ଯେଉଁ ବିକାଶମୂଳକ କାର୍ଯ୍ୟ ହେବ ସେଥିରେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ଆମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ସବୁ ଗରିବ ଭଉଣୀ, ଭାଇମାନଙ୍କ ନେତୃତ୍ୱ ନେବା କଥା କହିଗଲେ। ସେ ଯେତେବେଳେ ବିକାଶର କଥା କହୁଛନ୍ତି ସେ ସେହି କଥାରୁ କେହି ରାଜନୀତି କରିବା ଯଥାଚିତ୍‌ ନୁହେଁ। କଂଗ୍ରେସ ପ୍ରଥମେ ନିଜ ଆଭ୍ୟନ୍ତରୀଣ କଥା ବୁଝୁ ତା’ପରେ ରାଜନୀତି କରିବ ବୋଲି ମୋହନ କହିଛନ୍ତି।

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ତା’ର ନିଜ ଏଜେଣ୍ଡାରେ ଚାଲିଛି। ଭାଜପା ନିଜ ହିସାବରେ ଚାଲିଛି। ଓଡ଼ିଶାର ବିକାଶ ବିଜେଡିର ମୁଖ୍ୟ ଲକ୍ଷ୍ୟ। ସେଇ ଲକ୍ଷ୍ୟ ନେଇ ବିଜେଡି ଚାଲିଛି। କଂଗ୍ରେସର ଏଭଳି ଅହେତୁକ ମନ୍ତବ୍ୟ ବିଜେଡି ଗତିପଥକୁ ରୋକିପାରିବ ନାହିଁ। ରାଜ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଗଢ଼ିବ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?