Posted inଜାତୀୟ

କଂଗ୍ରେସର କଟାକ୍ଷ, ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ଆଜାଦଙ୍କୁ ପ୍ରାପ୍ତ ହୋଇଛି ଦିବ୍ୟଜ୍ଞାନ…

ନୂଆଦିଲ୍ଲୀ, ୩୦।୮ : କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପରେ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ହିଁ ଆଜାଦ୍‌ଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଛି। ଜମ୍ମୁ-କଶ୍ମୀରରେ ଆଜାଦଙ୍କ ସମର୍ଥନରେ ଦଳ ଛାଡିଥିବା ଅନେକ ନେତାଙ୍କୁ ଗୁରୁତ୍ୱ ନଦେଇ ଦଳର ମୁଖପାତ୍ର ଗୌରବ ବଲ୍ଲଭ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଏହି ଅଞ୍ଚଳରେ ସୁଦୃଢ଼ ରହିଛି ଏବଂ ଲୋକଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ନେଇ ଲଢ଼େଇ ଜାରି ରଖିଛି। କଂଗ୍ରେସ ମୁଖପାତ୍ର ଆଜାଦଙ୍କୁ ଟାର୍ଗେଟ କରି କହିଛନ୍ତି ଯେଉଁମାନେ ଦଳରୁ ଇସ୍ତଫା ଦିଅନ୍ତି, ପାଞ୍ଚ ପୃଷ୍ଠାର ଚିଠି ଲେଖନ୍ତି, ଇଂରାଜୀରେ ଲେଖନ୍ତି, ସେମାନଙ୍କୁ ପ୍ରଶ୍ନ ହେଉଛି ଆପଣଙ୍କୁ ଏଭଳି ଜ୍ଞାନ ୨୦୨୧ ପୂର୍ବରୁ ମିଳିବା ଉଚିତ ଥିଲା। ୨୦୨୧ ପୂର୍ବରୁ ଆପଣଙ୍କ ଆସନ ସୁରକ୍ଷିତ ଥିଲା ଏବଂ ଆପଣଙ୍କ ବଙ୍ଗଳା ସୁରକ୍ଷିତ ଥିଲା। ଯେତେବେଳେ ଆସନରେ ସଙ୍କଟ ଦେଖାଗଲା ମୁଣ୍ଡରେ ଏଭଳି ଜ୍ଞାନର ଉଦୟ ହେଲା ।

ସେ କହିଛନ୍ତି ଯେତେ ବାଧା ଆସୁ ନା କାହିଁକି ସେପ୍ଟେମ୍ବର ୪ ରେ ରାମଲୀଳା ମଇଦାନରେ ଦରଦାମ ବୃଦ୍ଧି ବିରୋଧରେ ଏକଐତିହାସିକ ରାଲି ହେବ ଏବଂ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହେବ। ୧୫୦ ଦିନ ଧରି ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦେଶକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିବେ।

ଏଥିସହ ସେ ଅଭିଯୋଗ କରିଛନ୍ତି ସାଧାରଣ ଜନତାଙ୍କ ପ୍ରସଙ୍ଗରେ ଆଜାଦ କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜ୍ୟ ସଭାରେ ପ୍ରଶ୍ନ କରିପାରି ନାହାନ୍ତି। ତେଣୁ ଏବେ ଏଭଳି ଆରୋପ କଂଗ୍ରେସ ବିରୋଧରେ ଆଜାଦ ଆଣୁଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଫେବୃଆରୀ ୨୦୨୧ ରେ ଶେଷ ହୋଇଥିଲା। ଯାହା ପରେ ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇ ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri