ଢିଙ୍କିଆ ଗ୍ରାମବାସୀଙ୍କୁ ପୋଲିସର ଲାଠିମାଡ଼କୁ କଂଗ୍ରେସର ନିନ୍ଦା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଢିଙ୍କିଆରେ ଜିନ୍ଦଲର ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠାକୁ ଗ୍ରାମବାସୀ ବିରୋଧ କରି ଆସୁଥିବାବେଳେ ଶୁକ୍ରବାର ପୁଣି ପୋଲିସ ସହ ମୁହଁାମୁହିଁ ହୋଇଛନ୍ତି। ପୋଲିସ ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ଲାଠିମାଡ଼ ସହ ବର୍ବରୋଚିତ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି। ମହାପାତ୍ର କହିଛନ୍ତି, ଢିଙ୍କିଆ ଚାରିଦେଶ ଯଥା ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ପଞ୍ଚାୟତ ଏକ ଭାଇଚାରାର ଅଞ୍ଚଳ। ୨୦୦୫ରେ ରାଜ୍ୟ ସରକାର ଏଠାରେ ଷ୍ଟିଲ୍‌ ପ୍ଲାଷ୍ଟ କରିବାକୁ ପୋସ୍କୋ କମ୍ପାନୀକୁ ଅନୁମତି ଦେଇଥିଲେ। ତେବେ ପ୍ରବଳ ଜନବିରୋଧ ଯୋଗୁ ୨୦୧୩ରେ ଏହି କମ୍ପାନୀ ଫେରିଯିବା ପାଇଁ ବାଧ୍ୟ ହୋଇଥିଲା। ପୁନଶ୍ଚ ରାଜ୍ୟ ସରକାର ୨୦୧୯ରେ ଜିନ୍ଦଲ କମ୍ପାନୀକୁ ଏଠାରେ ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ନିମନ୍ତେ ଅନୁମତି ଦେଇଛନ୍ତି। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ବିରୋଧ ଓ ଆନ୍ଦୋଳନ ଜାରି ରଖିଛନ୍ତି। ଦୀର୍ଘ ୧୩ ଦିନ ହେଲା ପୋଲିସର ଘେରାବନ୍ଦୀରେ ଥିବା ଢିଙ୍କିଆ ଗ୍ରାମବାସୀ ଆଜି ପୋଲିସର ଲାଠି ମାଡ଼ରେ ଗାଁ ଦାଣ୍ଡରେ ପଡ଼ି ଛଟପଟ ହେଉଛନ୍ତି ବୋଲି ମହାପାତ୍ର କହିଛନ୍ତି। ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁସାରେ ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ୬୦ବର୍ଷରୁ ଅଧିକ ସମୟ ବସବାସ କରୁଥିଲେ ସେ ଉକ୍ତ ଜମିର ମାଲିକାନା ପାଇବାର ବ୍ୟବସ୍ଥା ରହିଛି। କିନ୍ତୁ ଏଠାରେ ଦୀର୍ଘ ୨୦୦ବର୍ଷ ଧରି ଗୋଟିଏ ସ୍ଥାନରେ ବସବାସ କରୁଥିବା ଅଧିବାସୀଙ୍କୁ ସରକାର କିପରି ଉଚ୍ଛେଦ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର ଅଧିବାସୀଙ୍କୁ ନିଜର ଭାବି ସେଠାରେ କମ୍ପାନୀ ପ୍ରତିଷ୍ଠା ବଦଳରେ ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।
ଅନ୍ୟପକ୍ଷରେ ଭାଜପା ମଧ୍ୟ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛି। ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ। ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା ମଧ୍ୟମରେ ସହମତିରେ ଏହାର ସମାଧାନ କରାଯାଉ। ସରକାର ବଳ ପ୍ରୟୋଗ କରି ଶିଳ୍ପ ପ୍ରତିଷ୍ଠା କରିପାରିବେ ନାହିଁ। ଏହାର ପରିଣାମ ରାଜ୍ୟ ସରକାର ଅତୀତରେ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?