Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁରଙ୍କ ଘୋଷଣା ପତ୍ର

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସ ନେତା ଶଶି ଥରୁର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଯୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି । କେରଳ, ତାମିଲନାଡୁ ସମେତ ଅନ୍ୟରାଜ୍ୟ ଗସ୍ତ କରି କର୍ମକର୍ତ୍ତାଙ୍କଠାରୁ ତାଙ୍କ ସମର୍ଥନ ମାଗି ସାରିଛନ୍ତି । ଅନ୍ୟପଟେ ଥରୁର ଅଧ୍ୟକ୍ଷ ପଦ ଦୌଡରୁ ବାହାରି ଯାଇ ପାରନ୍ତି ବୋଲି ବି ଶୁଣିବାକୁ ମିଳୁଛି । ଇତିମଧ୍ୟରେ ସେ ନିର୍ବାଚନ ଘୋଷଣାପତ୍ର ଜାରି କରିଛନ୍ତି । ଯେଉଁଥିରେ ସେ ଯୁବବର୍ଗ, ମହିଳା ଓ ଦଳର କର୍ମୀଙ୍କୁ ସଶକ୍ତ କରିବାକୁ ଧ୍ୟାନଦେବେ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିି(ଭାଜପା) ସହ ଲଢିବାକୁ ରାଜନୈତିକ ସ୍ତରରେ ସଶକ୍ତ କରିବ । ଏହାସହ ସେ କହିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସେ ସମ୍ମାନ କରନ୍ତି । ଏହି ମୁକାବିଲା କେବଳ ଭାଜପାକୁ ସାମ୍ନା କରିବାକୁ ।
ଥରୁର କହିଛନ୍ତି ଆମେ ଦଳର କାର୍ଯ୍ୟରେ ସୁଧାର ଆଣିବା ଜରୁରୀ । ଆମକୁ ଯୁବବର୍ଗଙ୍କୁ ଦଳରେ ସାମିଲ କରି ସେମାନଙ୍କୁ ପ୍ରକୃତ ଅଧିକାର ଦେବା ଆବଶ୍ୟକ । ଏହାସହ ଯେଉଁକର୍ମୀ ପରିଶ୍ରମି ଓ ଲମ୍ବା ସମୟ ପର୍ଯ୍ୟନ୍ତ କାର୍ଯ୍ୟକରିବେ ସେମାନଙ୍କୁ ଅଧିକ ସମ୍ମାନ ଦେବା ଦରକାର । ପୁଣି ବୁଥ ସ୍ତରରେ ପାର୍ଟି କାର୍ଯ୍ୟକରିବା ସହ ମହାସଚିବଙ୍କୁ ଠିକ ଭାବେ ଉପଯୋଗ କରିବା ଦରକାର । ଥରୁରଙ୍କ ଘୋଷଣା ପତ୍ରରେ ୧୦ଟି ପଏଣ୍ଟ ଉପରେ ଧ୍ୟାନ ଦିଆଯାଇଛି । ଏହା ପୂର୍ବରୁ ଘୋଷଣାପତ୍ରରେ ଥିବା ଭାରତର ମାନଚିତ୍ରକୁ ନେଇ ବିବାଦ ଉପୁଜିବା ପରେ ଥରୁର ଏହାବୁ ବଦଳାଇ ଦ୍ୱିତୀୟ ମାନଚିତ୍ର ଲଗାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ଶୀଘ୍ର ହୋଇ ପାରିବନି ଶୁଣାଣି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ ଉପରେ ଶୀଘ୍ର ଶୁଣାଣି ହୋଇ ପାରିବନି ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏସମ୍ପର୍କିତ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି...

ଚାଇନା ଶାନ୍ତି ଚୁକ୍ତିନାମା ଉଲ୍ଲଂଘନ କରିଛି-ପାକିସ୍ତାନରେ ଚାଲିଛି ଆତଙ୍କବାଦୀ ଶିବିର: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୩।୧ : ଅଷ୍ଟ୍ରିଆ ଗସ୍ତରେ ଥିବା ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ସିଧାସଳଖ ଚାଇନ ଏବଂ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଉଭୟ ଦେଶ ଉଦ୍ଦେଶ୍ୟସେ କହିଛନ୍ତି...

ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି

ନୂଆଦିଲ୍ଲୀ,୮।୧୨: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ...

ଶ୍ରଦ୍ଧା ହତ୍ୟାକାଣ୍ଡର ଯାଞ୍ଚ କରିବ ଏସ୍‌ଆଇଟି: ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକରଙ୍କ ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ପୂର୍ବରୁ ଏକ ଏସ୍‌ଆଇଟି...

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।...

ରାଜ୍ୟ ସଭାରୁ ୬ ଟିଏମ୍‌ସି ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ବୁଧବାର ଦିନ ଉଭୟ ଗୃହରେ କାର୍ଯ୍ୟ...

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ...

କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା

ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ...

Advertisement
Archives

Model This Week