ପିପିଲି ଉପନିର୍ବାଚନ ଲାଗି କଂଗ୍ରେସର ସଜବାଜ: ଆଗେ ସଙ୍ଗଠନ ସଜଡା, ପରେ ପ୍ରାର୍ଥୀ ଖୋଜା

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲରେ ପରାଜିତ ହେବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନିମନ୍ତେ ବର୍ତ୍ତମାନ ଠାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶେଷକରି ଏବେଠାରୁ ପ୍ରାର୍ଥୀ ଚୟନ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଉକ୍ତ ନିର୍ବାଚନମଣ୍ଡଳୀରେ ପ୍ରଥମେ ନିଜ ସଙ୍ଗଠନ ସଜାଡିବା ପରେ ଯାଇ ଦଳ ପକ୍ଷରୁ ବାକି କାମ କରାଯିବ ବୋଲି ଜଣାପଡିଛି। ଏ ନେଇ ଶୁକ୍ରବାର କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରେ ଗଣମାଧ୍ୟମକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ପିପିଲିରେ ବ୍ଲକ, ଏନ୍‌ଏସି ଓ ପଞ୍ଚାୟତ କଂଗ୍ରେସ କମିଟି ନାହିଁ। ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଏହା ଗଠନ କରାଯିବ। ସେଠାରେ ଦଳକୁ ନିଶ୍ଚୟ ଯୋଗ୍ୟ ପ୍ରାର୍ଥୀ ମିଳିବେ ବୋଲି ନିରଞ୍ଜନ କହିଛନ୍ତି। ବୈଠକରେ ଉପସ୍ଥିତ ଥିବା ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, ପ୍ରାର୍ଥୀ ଚୟନ ଲାଗି ଦଳ ତରଫରୁ ଏକ କମିଟି ଗଠନ ହେବ। ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତିଙ୍କ ସମେତ ଶିବାନନ୍ଦ ରାୟ ଏବଂ ବିପିନ ଦାଶ ପ୍ରମୁଖ ୮ ଜଣଙ୍କୁ କମିଟି ସଦସ୍ୟ ରଖାଯିବ। ପ୍ରଥମ ୭ ଦିନରେ ବ୍ଲକ, ଏନ୍‌ଏସି ଓ ପଞ୍ଚାୟତ କମିଟି ଗଠନ ହେବ। ଏହାର ୨୦ ଦିନ ମଧ୍ୟରେ ପ୍ରାର୍ଥୀ ଚୟନ ଲାଗି କମିଟି ରିପୋର୍ଟ ପ୍ରଦାନ କରିବ। ପିସିସି ସଭାପତି ଏହାପରେ ପ୍ରାର୍ଥୀ ସ୍ଥିର କରିବେ। ଅନ୍ୟପଟେ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ରାଜ୍ୟରେ କଂଗ୍ରେସ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ବାଲେଶ୍ୱର ଓ ତିର୍ତ୍ତୋଲ ବିଫଳତା ନେଇ ଏ ପର୍ଯ୍ୟନ୍ତ ସମୀକ୍ଷା କରାଗଲା ନାହିଁ। ସେକଥା ଭୁଲି ଦଳ ପିପିଲିରେ ସଙ୍ଗଠନ ସଜାଡିବାକୁ ବାହାରିଛି। ବାହାଘର ବେଳେ ବାଇଗଣ ରୁଆ ଭଲି କାମ କରାଯାଉଛି। ଏଥିରୁ ଫଳ କ’ଣ ଆସିବ ତାହା ସମସ୍ତଙ୍କୁ ଜଣା ଅଛି। ବର୍ତ୍ତମାନ ଯଦି ଦଳ ସାଙ୍ଗଠନିକ କାମ କରିବ ତେବେ ନିର୍ବାଚନ କେବେ ଲଢିବ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri