Posted inଜାତୀୟ

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ

ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି । ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି । ଦଳର ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏଥିରେ ଉପସ୍ଥିତ ରହିବେ । ୧୩ ମେ’ରେ ଆରମ୍ଭ ହେବାକୁ ଯାଉଥିବା ଏହି ଚିନ୍ତନ ଶିବିରରେ କଂଗ୍ରେସର ୪୩୦ ପ୍ରତିନିଧି ସାମିଲ ହେବେ । ଏହି ଚିନ୍ତନ ଶିବିରରେ ସଙ୍ଗଠନକୁ ମଜଭୁତ କରିବାକୁ ନେଇ ଚର୍ଚ୍ଚା ହେବ ।

ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନ ଉଦୟପୁରରେ ହେଉଥିବା ଏହି ଚିନ୍ତନ ଶିବିରରେ କଂଗ୍ରେସ ଗୋଟିଏ ପରିବାର ଗୋଟିଏ ଟିକେଟ, ଜଣେ ବ୍ୟକ୍ତି ଗୋଟିଏ ପଦ, ପଛୁଆ, ଦୁର୍ବଳ ବର୍ଗଙ୍କୁ ପ୍ରତିନିଧିତ୍ୱ ଭଳି ବଡ ନିଷ୍ପତ୍ତି ନିଆଯାଇପାରେ । ଏହି ଶିବରରେ ଦଳର ଅଧ୍ୟକ୍ଷ ପଦକୁ ନେଇ କୌଣସି ଚର୍ଚ୍ଚା କରାଯିବ ନାହିଁ । ଏହାସହ ଦଳର ଅସନ୍ତୁଷ୍ଟ ନେତା ଆଶା କରିଛନ୍ତି ଯେ ଏହି ଶିବରରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦଳ କଡା ନିଷ୍ପତ୍ତି ନେଇପାରେ ।
ଏହି ଚିନ୍ତନ ଶିବିରକୁ ନେଇ କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି, ଯେଉଁ କଥା ଆମେ କହୁଥିଲୁ, ଆଶା କରାଯାଉଛି ଏହାର କୌଣସି ନିଷ୍ପତ୍ତି ଚିନ୍ତନ ଶିବିରରେ ନିଆଯାଇପାରେ । ୧୯ ବର୍ଷ ପରେ କଂଗ୍ରେସ ଏଭଳି ଚିନ୍ତନ ଶିବିର କରିଛି ଏହା ଏକ ଭଲ ନିଷ୍ପତ୍ତି । ସମସ୍ତ ବ୍ୟକ୍ତିଙ୍କୁ ନିଜ ନିଜର ମତ ବିନା କୌଣସି ବାଧାରେ ଉପସ୍ଥାପନ କରିବାର ସୁଯୋଗ ମିଳିବା ଦରକାର । ଆଶା କରାଯାଉଛି ଚିନ୍ତନ ଶିବିରରେ ସମସ୍ତ କଥାକୁ ଶୁଣାଯିବ ଯେଉଁଥିରେ ୨୦୨୪ରେ କଂଗ୍ରେସ ମଜଭୁତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା କାର୍‌: ଜଣେ ଯବାନଙ୍କ ସମେତ ଚାଲିଗଲା ୯ ଜୀବନ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ଗାଣ୍ଡେରବାଲ ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଘାଟିକୁ କାର୍‌ ଓଲଟି ପଡିବାରୁ ଜଣେ ଯବାନଙ୍କ ସମେତ...

‘ନିଜ ଲୋକ ମୋ ସହ କଲେ ବିଶ୍ୱାସଘାତକତା’

ମୁମ୍ବାଇ,୨୯।୬: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଅବସ୍ଥାରେ ରହିଛି। ହେଲେ ଏହି ସଙ୍କଟ ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ...

‘ଏଏପି ଛାଡ଼ି ଭାଜପା ଆସ, ସବୁ ସିବିଆଇ-ଇଡି କେସ୍‌ ହୋଇଯିବ ବନ୍ଦ’

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉକୁ ନେଇ ରାଜନୀତି ଜୋର ଧରିଛି। ସୋମବାର ସିସୋଡିଆ ଏକ...

ଯୋଗୀ ସରକାରଙ୍କ ଯୋଜନା, ୨ ବର୍ଷରେ ୫୦ ମାଫିଆ-୧୨୦୦ କୋଟି ସମ୍ପତି ଜବତ ଲକ୍ଷ୍ୟ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ...

ଅକ୍ସିଜେନ ନ ଥିବା ହସ୍ପିଟାଲର ତାଲିକା ପ୍ରକାଶ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ୨୨।୪: ଦିଲ୍ଲୀରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀର ୬ଟି ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଷ୍ଟକ ନ ଥିବା ଦିଲ୍ଲୀ ସରକାରଙ୍କ...

ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି...

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ...

କଶ୍ମୀର ଭାରତର; ପାକିସ୍ତାନ ସହିତ ଏବେ ପିଓକେ ନେଇ ହେବ କଥାବାର୍ତ୍ତା: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ, ୨୮।୮: କଶ୍ମୀର ଭାରତର। ଏହାକୁ ନେଇ ପାକିସ୍ତାନ କୌଣସି ମନ୍ତବ୍ୟ ଦେବା କିମ୍ବା ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ସେହିପରି କଶ୍ମୀର ସମସ୍ୟା ଭାରତର...

Advertisement
Archives

Model This Week