Posted inଜାତୀୟ

ବିହାର ରାଜନୀତି: ଜିତନ ରାମ ମାନ୍‌ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ

ପାଟନା,୩।୨: ବିହାରରେ ଏନଡିଏ ସରକାର ଗଠନ ହୋଇଛି। ହେଲେ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ‘ହମ’ ସଂଯୋଜକ ଜିତନ ରାମ ମାନ୍‌ଝୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜିତନ ରାମ ମାନ୍‌ଝୀ ‘ହମ’ ପାଇଁ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି। ଏଥି ସହିତ ଜିତନ ରାମ ମାନ୍‌ଝୀ ବିଷୟରେ ଏକ ବଡ ଖବର ଆସୁଛି। କଂଗ୍ରେସ ମାନ୍‌ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଛି।

କଂଗ୍ରେସର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, ସେ ଏନଡିଏ ସରକାରରେ ଦୁଇଟି ଆସନ ଦାବି କରୁଛନ୍ତି। ଏହା ଉପରେ ଅଖିଳେଶ ପ୍ରସାଦ ସିଂ ଜିତନ ରାମ ମାନ୍‌ଝୀଙ୍କୁ ଏକ ଖୋଲା ଅଫର ଦେଇଛନ୍ତି। ସେ କହିଛନ୍ତି ଯେ ସେ ଆମ ସହିତ ଆସିଲେ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦେବୁ। ଏହି ବିବୃତ୍ତି ପରେ ବିହାର ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଏହି ପ୍ରସଙ୍ଗରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ ସବୁକିଛି ସାର୍ବଜନୀନ କରାଯାଇପାରିବ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଖେଳ ଏବେ ବି ଚାଲିଛି। ସୂଚନାଯୋଗ୍ୟ, ଗ୍ରାଣ୍ଡ ଆଲାଇନ୍ସରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏରେ ଯୋଗ ଦେଇଛନ୍ତି। ଏହି ନୂତନ ସରକାରରେ ଭାଜପାରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ‘ହମ’ ଅଧ୍ୟକ୍ଷ ସନ୍ତୋଷ ସୁମନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ନିର୍ଦଳୀୟ ବିଧାୟକ ସୁମିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଜିତନ ରାମ ମାନ୍‌ଝୀ ଦୁଇଟି ମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଜଣଙ୍କ ଉପରେ ଚଢ଼ିଗଲା ଡମ୍ଫର, ୫ ଜଣଙ୍କ ମୃତ୍ୟୁ

ଉଦୟପୁର, ୧୭।୬: ରାଜସ୍ଥାନର ମାଲୱା ଅନ୍ତର୍ଗତ ଚୋରାଗ୍ରାମ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ପିଣ୍ଡୱାଡ଼ା ରୋଡ଼ର ଡିଭାଇଡର ଉପରେ ଚାଲି...

ଏୟାରପୋର୍ଟରୁ କଟିଗଲା ବିଜୁଳି, ଗରମରେ ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଲାଗି ରହିଛି । ଏହାର ପ୍ରଭାବ ବିମାନ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର...

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର...

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌

କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ...

ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ମିଳିଲା ବ୍ଲେଡ୍‌

ନୂଆଦିଲ୍ଲୀ,୧୭।୬: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ ମିଳିଥିଲା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ଜମ୍ମୁ-କଶ୍ମୀର ପରେ ମଣିପୁରକୁ ନେଇ ଆକ୍ସନ ମୋଡ୍‌ରେ ଶାହା, ଡାକିଲେ ବୈଠକ

ନୂଆଦିଲ୍ଲୀ, ୧୭।୬: ଜମ୍ମୁ-କଶ୍ମୀର ସ୍ଥିତି ସମୀକ୍ଷା ପରେ ଏବେ ମଣିପୁର ଉପରେ ଫୋକସ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଅପରାହ୍ନ ୪ଟା...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri