Posted inଜାତୀୟ

ତୁଟୁନି କଂଗ୍ରେସର କଳି, ରାଗିଗଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ଆଭ୍ୟନ୍ତରୀଣ କଳହ ଏବେବି ଜାରି ରହିଛି । ରାଜ୍ୟ ସଭାରେ ଦଳର ଉପନେତା ଆନନ୍ଦ ଶର୍ମା ରାଗି ଯାଇଥିବା ଜଣାପଡିଛି । ସେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନାରେ ଭାଗ ନେବାକୁ ଚାହୁଁ ନ ଥିଲେ । ଦଳ ନେତାଙ୍କ ସୂଚନା ଅନୁସାରେ ରାଜ୍ୟ ସଭାରେ କଂଗ୍ରେସକୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କହିବାକୁ ୧୦୯ ମିନିଟର ସମୟ ଦିଆଯାଇଥିଲା । ଏଥିରୁ ପାଖାପାଖି ୧ଘଣ୍ଟା ସମୟ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ନେଇ ଯାଇଥିଲେ । ସେଥିପାଇଁ ଆନନ୍ଦ ଶର୍ମା ରାଗି ଯାଇଥିଲେ । ହେଲେ ଏବେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖଡଗେଙ୍କୁ ଅଧ ଘଣ୍ଟାରେ ଭାଷଣ ଶେଷ କରିବାକୁ ସମୟ ଦିଆଯାଇଥିଲା । ସେହିପରି ଆନନ୍ଦ ଶର୍ମା ୨୫ ମିନିଟରେ ତାଙ୍କ ମତ ଦେବାକୁ କୁହାଯାଇଥିଲା । ଏପରି ହେବା ଦ୍ୱାରା ଅନ୍ୟ ଦଳର ଏମପିମାନେ ସେମାନଙ୍କ ମତ ରଖିପାରିବେ । ସଂସଦରେ ରଣନୀତି ସ୍ଥିର କରିବାକୁ ହୋଇଥିବା ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ସଂସଦରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତେ ସମସ୍ତଙ୍କ ଭାଷର ଦେବେ । ଯାହା ଫଳରେ ଅନ୍ୟ ନେତାଙ୍କୁ ସୁଯୋଗ ମିଳିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର...

ସିଜେଆଇ ଥିବାବେଳେ ୪୦ ପିଅନ ରଖିଥିଲେ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ତାଙ୍କର ୭୪ ଦିନିଆ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସରକାରୀ ବାସଭବନରେ ସର୍ବାଧିକ ୪୦ ଜଣ...

ମା’ ହେଲେ ଟେଷ୍ଟ ଟ୍ୟୁବ୍‌ ବେବି

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶ ଲକ୍ଷ୍ନୌ ସହରର ପ୍ରଥମ ଟେଷ୍ଟ ଟ୍ୟୁବ୍‌ ବେବି ପ୍ରାର୍ଥନା ଏବେ ୨୩ ବର୍ଷରେ ପଦାର୍ପଣ କରିବା ସହ ଏକ କନ୍ୟା ସନ୍ତାନର...

ଡିସେମ୍ବର ୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଭାରତୀ-ହର୍ଷ

ମୁମ୍ବାଇ,୨୨ ।୧୧: ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରବିବାର କୋର୍ଟରେ ହାଜର ହୋଇଥିଲେ । ଏବେ ସେମାନଙ୍କୁ...

ସିଏପିଏଫ୍‌ଙ୍କୁ ମିଳିବ ପୁରୁଣା ପେନସନ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ)ରେ ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶ୍ରୀନିବାସ ଶର୍ମା...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଟିଡିପି

ହାଇଦ୍ରାବାଦ,୧୧।୭: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ଯେଉଁଥିପାଇଁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ଯଶୋଓ୍ବନ୍ତ...

ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ

ମୁମ୍ବାଇ,୨ା୭(ପି.ଟି.): ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ...

Advertisement
Archives

Model This Week