Posted inଜାତୀୟ

ଅମରିନ୍ଦରଙ୍କ ସ୍ତ୍ରୀଙ୍କ କଟାକ୍ଷ: ସିଦ୍ଧୁଙ୍କୁ ବାଳୁଙ୍ଗା ପିଲା ପରି ବ୍ୟବହାର କରିବା ଉଚିତ ନୁହେଁ

ଚଣ୍ଡିଗଡ଼,୨୮।୯: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ପଞ୍ଜାବର ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ ବୋଲି ସିଦ୍ଧୁ କହିଥିବା ବେଳେ ଏବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଏମ୍‌ପି ତଥା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ସ୍ତ୍ରୀ ପ୍ରୀତି କୌର।

ସିଦ୍ଧୁଙ୍କୁ ବାଳୁଙ୍ଗା ପିଲା ପରି ନୁହେଁ ବରଂ ଦଳର ସଭାପତି ଭଳି ଆଚରଣ କରିବାର ଥିଲା। ସିଦ୍ଧୁଙ୍କ ବିଷୟରେ ସମସ୍ତଙ୍କୁ ଜଣା। ସେ ବିଷୟରେ ବେଶି କିଛି କହିବା ଆବଶ୍ୟକ ନହେଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ସିଦ୍ଧୁଙ୍କ ଏହି ପଦକ୍ଷେପ ପଞ୍ଜାବ କଂଗ୍ରେସର ଭବିଷ୍ୟତ ସହ ସାଲିସ ହୋଇଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରୁ କଂଗ୍ରେସକୁ ଆସିଥିଲେ ସିଦ୍ଧୁ। ପ୍ରାୟ ଦୁଇ ମାସ ପୂର୍ବେ ଅର୍ଥାତ ଜୁଲାଇ ୨୩ରେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାକୁ ମାତ୍ର ୭୨ ଦିନ ହୋଇଥିବା ବେଳେ ସେ ଇସ୍ତଫା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର କହିଛନ୍ତି, ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହନ୍ତି ବୋଲି କହିଥିଲି। ଏଥିଯୋଗୁ ତାଙ୍କୁ କୌଣସି କାର୍ଯ୍ୟଭାର ଦେବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ଘରେ ରାତିରେ ଛେଚା ଖାଇଲେ ପ୍ରେମିକ, ସକାଳେ ହେଲେ ଜ୍ୱାଇଁ

ଲକ୍ଷ୍ନୌ,୨୨।୧୧: ଉତ୍ତରପ୍ରଦେଶର ରାମପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିବା ପ୍ରେମିକ ଧରାପଡି ପ୍ରବଳ ଛେଚା ଖାଇବା...

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ...

ସତୈନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୭।୧୧: ଆମ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟରୁ ଝଟ୍‌କା ଲାଗିଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ...

ୟୁଏନ୍‌ଏସ୍‌ସିରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚାଇନାର ଉଦ୍ୟମ

ନୂଆଦିଲ୍ଲୀ,୭ା୮(ପି.ଟି./ଆଇଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗକୁ ଚାଇନା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଉଠାଇବାକୁ ଉଦ୍ୟମ କରୁଥିବାବେଳେ ଭାରତ ଏହାର ସମାଲୋଚନା କରିବା ସହ ବେଜିଂକୁ କଡ଼ା ଚେତାବନୀ ଦେଇଛି।...

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ...

ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଆଜି ସେ ଭାରତରେ...

ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ୪ ଯବାନ ଆହତ

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରରେ ଏକ ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଲ୍ୟୁଟ୍‌ନାଣ୍ଟ୍‌ଙ୍କ ସମେତ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୌରୀ...

ତେଜସ୍ୱୀ-ଚିରାଗଙ୍କ ମେଣ୍ଟ ଦେଖିବାକୁ ଚାହାନ୍ତି ଲାଲୁ

ପାଟନା,୩ ।୮: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର କହିଛନ୍ତି ବିଗତ ଦିନରେ ଲୋକ ଜନଶକ୍ତି ପାର୍ଟିରେ ଯାହା କିଛି ଘଟିଛି...

Advertisement
Archives

Model This Week