ଦିନେ କଳାଧନ ପାଇଁ ଭାଷଣ ଦେଉଥିଲେ, ଏବେ ଆୟକର ପଞ୍ଝାରେ ପଡିଲେ ଧୀରଜ ସାହୁ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସର ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ସହିତ ଘର ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ ପରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାରି ମଧ୍ୟରେ ମୋଦି ସରକାରଙ୍କ ବିମୁଦ୍ରୀକରଣକୁ ଧୀରଜ ସମାଲୋଚନା କରୁଥିବାର ଏକ ପୁରୁଣା ଟୁଇଟ ସାମ୍ନାକୁ ଆସିଛି।

ଯେଉଁଥିରେ ସେ କହିଛନ୍ତି, ”ଦେଶରେ ବିମୁଦ୍ରୀକରଣ ପରେ ମଧ୍ୟ ଏତେ କଳାଧନ ଏବଂ ଦୁର୍ନୀତି ଦେଖି ମନ ବ୍ୟଥିତ ହେଉଛି। ମୁଁ ଜାଣି ପାରୁନାହିଁ ଲୋକମାନେ କେଉଁଠୁ ଏତେ ମାତ୍ରାରେ କଳାଧନ ଆଣି ଜମା କରୁଛନ୍ତି ? ଯଦି ଦେଶରୁ କେହି ଦୁର୍ନୀତି ଶେଷ କରିପାରିବ, ସେ ହେଉଛି କଂଗ୍ରେସ।” ଏହି ପୁରୁଣା ଟୁଇଟକୁ ଶେୟାର କରି ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଲେଖିଛନ୍ତି ଧୀରଜଙ୍କର ଭଲ ହାସ୍ୟଭାବ ରହିଛି।

ସେପଟେ ଭାଜପା ଏହି ପ୍ରସଙ୍ଗରେ କଂଗ୍ରେସକୁ ସ୍ପଷ୍ଟୀକରଣ ମାଗିଛି। ଜବତ ଟଙ୍କାର ପରିମାଣ ୨୦୦ କୋଟି ପାର କରିଛି … କଂଗ୍ରେସ ପିଢ଼ି ପରେ ପିଢ଼ି ଦୁର୍ନୀତି ବିସ୍ତାର କରିବାକୁ ଚେଷ୍ଟା କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତ୍ରୀ ମିନାକ୍ଷୀ ଲେଖୀ କହିଛନ୍ତି। “୨୦୦ କୋଟି ଟଙ୍କା କେବଳ ଜଣେ ରାଜନେତାଙ୍କ ଘରୁ ମିଳୁଥିବା ବେଳେ; ସମଗ୍ର କଂଗ୍ରେସରେ ଥିବା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ପାଇଁ ଏହି ଗଣନା ବାକି ଅଛି। ଯଦି ସମସ୍ତଙ୍କୁ ଏକାଠି କରାଗଲା, ତେବେ କେତେ ନୋଟ୍ ବାହାରକୁ ଆସିବ ବୋଲି କଳ୍ପନା କରନ୍ତୁ।”

ତେବେ ଏହି ମାମଲାରେ କଂଗ୍ରେସ ନିଜକୁ ଦୂରେଇ ନେଇଛି। କଂଗ୍ରେସ କହିଛି ଯେ, ଧୀରଜଙ୍କ ବ୍ୟବସାୟ ସହିତ ଦଳର କୌଣସି ସମ୍ପର୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?