ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ: ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ସମ୍ବଲପୁର, ୨।୧୧ (ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (ଏସ୍‌ଏଲ୍‌ଏଓ) ଅଜୟ କୁମାର ଗଡ଼ନାଏକ। ରେଳପଥ ଦୋହରୀକରଣ ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଅର୍ଥ ମଞ୍ଜୁରୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଜମି ମାଲିକଙ୍କର ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର କରିବା ଏବଂ ଆଗାମୀ ତୃତୀୟ ରେଳଲାଇନ୍ ପ୍ରକଳ୍ପ ପାଇଁ ଅନୁକୂଳ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଏସ୍‌ଏଲ୍‌ଏଓ ଗଡ଼ନାଏକ ମୋଟ ୫,୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିମଧ୍ୟରୁ ସେ ଗତ ଅକ୍ଟୋବର ୨୭ ତାରିଖରେ ୨ ଲକ୍ଷ ଟଙ୍କା ଅଗ୍ରିମ ଭାବେ ନେଇସାରିଥିଲେ। ସୋମବାର ଅବଶିଷ୍ଟ ୩,୧୦,୦୦୦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।

ଅଭିଯୋଗକାରୀଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଜାଲ ବିଛାଯାଇଥିଲା। ସୋମବାର ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତଙ୍କଠାରୁ ୩,୧୦,୦୦୦ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ପି.ଏସ୍. କେସ୍ ନଂ. ୨୦/୨୦୨୬ ରୁଜୁ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଏକକାଳୀନ ଚଢ଼ାଉ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ…

୫୦ ଦିନ ପର୍ଯ୍ୟନ୍ତ ବ୍ଲୁ ଜର୍ସିରେ ନଜର ଆସିବେନି ବୈଭବ ସୂର୍ଯ୍ୟବଂଶୀ: ମିଳିଲା ବଡ଼ ଦାୟିତ୍ୱ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨।୧୧: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ଡିସେମ୍ବରରୁ ପରବର୍ତ୍ତୀ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏଭଳି ସ୍ଥିତିରେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ବୈଭବ…

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ୍‌, ଜଣେ ମୃତ ଓ ଜଣେ ଗୁରୁତର

ରିଆମାଳ, ୨/୧୧ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଅଧୀନ ସଂଘାପଶି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା…

ବିଶ୍ୱାସୀ ପ୍ରାଣୀ ପ୍ରତି ବିଶ୍ୱାସଘାତ: ୧୫ ଦିନ ହେଲା ଭୋକ ଉପାସରେ ପଡ଼ିରହିଛି ଜର୍ମାନ ସେଫାର୍ଡ, ମାଲିକଙ୍କ ବାଟ ଚାହିଁ ଝାଟିମାଟି କୁଡ଼ିଆରେ…

ବଡ଼ଗାଁ, ୨/୧୧ (ଅଶୋକ ଷଡ଼ଙ୍ଗୀ): ପ୍ରାଣୀଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ସାମ୍ନାକୁ ଆସୁଛି। ଏଭଳି କାର୍ଯ୍ୟ ଆଇନ ଅନୁଯାୟୀ ଅପରାଧ। କୁକୁର ଏକ ବିଶ୍ୱସ୍ତ ଓ…

୨ ଅଧିନାୟକ, ୨ଟି ଟିମ! ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ କେମିତି ରହିଛି ଟିମ ଇଣ୍ଡିଆର ଦଳ, ଦେଖନ୍ତୁ …

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଛି। ଟିମ ଇଣ୍ଡିଆ ଟି-୨୦ ସିରିଜକୁ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜେଲ୍‌ ଯାଇଛନ୍ତି। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ୟାଲେଣ୍ଟକୁ କରାଯାଉଛି ବରବାଦ୍‌: ସାଂଘାତିକ ଅଭିଯୋଗ ଆଣିଲେ ପ୍ରସିଦ୍ଧ କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୧:ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ଖେଳିବାର ସୁଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?