Posted inଜାତୀୟ

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ ମୁଖ୍ୟ ଅଭିଯୁକ୍ତ ଦୀପକ ମୀନାଙ୍କୁ ଚିହ୍ନଟ କରିଛି। ସେ ଅଲଓ୍ବାର ଜିଲାର ରାଜଗଡ଼ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ଜୋହରି ଲାଲ ମୀନାଙ୍କ ନୁଅ। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିବେକ ଶର୍ମାଙ୍କ ନାମରେ ବଳପୂର୍ବକ ଟଙ୍କା ହଡପ କରିବା ମାମଲା ରୁଜୁ କରାଯାଇଛି। ସେ ଗଣବଳାତ୍କାର ଭିଡିଓ ଭାଇରାଲ ଧମକ ଦେଇ ପୀଡ଼ିତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଏବଂ ସୁନାଅଳଙ୍କାର ନେଇଥିଲେ। ତାଙ୍କ ସମେତ ୫ ଅଭିଯୁକ୍ତଙ୍କ ନାମରେ ଗଣ ବଳାତ୍କାର ଏବଂ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ଏଚ୍‌ଓ ନାଥୁ ଲାଲ କହିଛନ୍ତି।

ଘଟଣାଟି ଫେବୃୟାରୀରେ ଘଟିଥିଲା। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମାହଓ୍ବା-ମାଣ୍ଡାଓ୍ବାର ରୋଡ୍‌ସ୍ଥିତ ଏକ ହୋଟେଲକୁ ନେଇ ଅପରାଧ ଘଟାଇଥିଲେ। ସେମାନେ ଅପରାଧର ଭିଡିଓ କରିବା ସହ ଭାଇରାଲ କରିବାକୁ ଧମକ ଦେଉଥିଲେ। ତେବେ ଘରୁ ଟଙ୍କା ଏବଂ ଅଳଙ୍କାର ନିଖୋଜ ହେବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଚୋରି ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ବିବେକ ଶର୍ମାଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ଏହାପରେ ପୀଡ଼ିତା ବଳାତ୍କାର ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ ବୋଲି ଏସ୍‌ଏଚ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବଡ଼ ଘୋଷଣା: ଶ୍ରୀଅନ୍ନ ପାଇଁ ୨୦ ଲକ୍ଷ କୋଟି ଋଣ-୮୧ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀକୁ ସହାୟତା…

ନୂଆଦିଲ୍ଲୀ,୧।୨ : ସଂସଦରେ ୨୦୨୩ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚଳିତ ବଜେଟରେ ସରକାରଙ୍କ ପକ୍ଷରୁ ୫ ବଡ଼ ଘୋଷଣା କରାଯାଉଛି।...

ଦିନେ ରାହୁଲ ଗାନ୍ଧୀଙ୍କ ସହ ଆଫେୟାରକୁ ନେଇ ଥିଲେ ଚର୍ଚ୍ଚାରେ, ଏବେ ଏହି ବ୍ୟକ୍ତିଙ୍କୁ କଲେ ବିବାହ

ଲକ୍ଷ୍ନୌ,୨୪।୧୧: ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ ଅନୁଷ୍ଠିତ...

କେଜ୍‌ରିଓ୍ବାଲ୍‌ଙ୍କୁ ଅର୍ବାନ୍‌ ନକ୍ସଲ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୩: ଭାଜପା ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅର୍ବାନ୍‌ ନକ୍ସଲ ବୋଲି କହିଛନ୍ତି। କେଜ୍‌ରିୱାଲ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲାର ନିୟନ୍ତ୍ରଣ ରେଖାଠାରେ ଥିବା ସୁନ୍ଦରବାଣୀ ସେକ୍ଟରର ଭାରତୀୟ ଫରଓ୍ବାର୍ଡ...

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା...

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଆପ୍‌ରେ ଯୋଗଦେଲେ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ...

ଶପଥ ଗ୍ରହଣ ପରେ ମନଖୋଲି କଥା ହେବେ ଗୋଗୋଇ

ନୂଆଦିଲ୍ଲୀ,୧୭।୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଇସ୍ତଫା, ଅପରାହ୍ନ ୫ଟାରେ ଭାଜପାର କୋର ଗ୍ରୁପ ବୈଠକ

ପାଟନା,୯ ।୮: ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ସ୍ପଷ୍ଟ ହୋଇଛି...

Advertisement
Archives

Model This Week