Posted inଜାତୀୟ

ଶେଷ ହେଲା କଂଗ୍ରେସର ବୈଠକ, ଅଧ୍ୟାଦେଶ ଉପରେ କେଜରିଓ୍ବାଲଙ୍କୁ ସମର୍ଥନ ଦେବାକୁ ନେଇ କିଛି ସ୍ପଷ୍ଟ ହେଲାନାହିଁ

ନୂଆଦିଲ୍ଲୀ,୨୯।୫: ମଧ୍ୟପ୍ରଦେଶ ନିର୍ବାଚନର ରଣନୀତି, ପାଇଲଟ ଗେହଲୋଟଙ୍କ ବିବାଦ ଓ କେଜରିଓ୍ବାଲଙ୍କୁ ସମର୍ଥନ ଏସବୁ ପ୍ରସଙ୍ଗକୁ ନେଇ ସୋମବାର କଂଗ୍ରେସ ମୁଖ୍ୟାଳୟରେ ହୋଇଛି ବୈଠକ। ଏବେ ଏହି ବୈଠକ ଶେଷ ହୋଇଥିବା ବେଳେ କେଜରିଓ୍ବାଲଙ୍କୁ ସମର୍ଥନ ଦେବା ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବା ଜଣାପଡିଛି।
କଂଗ୍ରେସ ନେତୃତ୍ୱ ଦିଲ୍ଲୀ ରାଜ୍ୟ କଂଗ୍ରେସର ନେତାମାନଙ୍କୁ ଦିଲ୍ଲୀ ସରକାର ଏବଂ ମିଳିତ ମଞ୍ଚ ସମ୍ବନ୍ଧରେ କେନ୍ଦ୍ରୀୟ ଆଦେଶର ମତ ବିଷୟରେ ପଚାରିଥିଲେ। ସମସ୍ତ ନେତା ମିଳିତ ମଞ୍ଚକୁ ବିରୋଧ କରିଥିଲେ। ଅଜୟ ମାକେନ ଏହି ନିୟମ ଉପରେ କେଜରିୱାଲଙ୍କୁ ସମର୍ଥନ ପ୍ରଶ୍ନକୁ ଦୃଢ ବିରୋଧ କରିଥିଲେ। ନେତାମାନେ କେଜରିୱାଲଙ୍କୁ ଭେଟିବାର ନିଷ୍ପତ୍ତି ହାଇକମାଣ୍ଡକୁ ଛାଡିଥିଲେ।

କେଜରିୱାଲ ଚାହୁଁଛନ୍ତି ଯେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ମଧ୍ୟ ଭୋଟ ଦେବ। ଏହି ପ୍ରସଙ୍ଗରେ କେଜରିୱାଲ ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ମଧ୍ୟରେ ହୋଇଥିବା ବୈଠକରେ ଚିତ୍ର ସ୍ପଷ୍ଟ ହୋଇନାହିଁ। କେଜରିିୱାଲଙ୍କୁ ଭେଟିବା ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡି ଦିଆଯାଇଛି।

କେନ୍ଦ୍ର ଆଣିଥିବା ଏହି ନିୟମ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଂଗ୍ରେସରୁ ସମର୍ଥନ ଲୋଡିଛନ୍ତି। କେଜରିୱାଲଙ୍କ ଆବେଦନ ଉପରେ କଂଗ୍ରେସ ମୁଖ୍ୟାଳୟରେ କେଜରିିୱାଲଙ୍କୁ ସମର୍ଥନ କିମ୍ବା ସମର୍ଥନ ନ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ କେତେଜଣ ନେତା ଏହି ନିୟମ ଉପରେ ନୀରବ ରହିଥିଲେ ହେଁ ଅଜୟ ମାକେନଙ୍କ ସମେତ ଆଉ କେତେଜଣ ନେତା ଏହାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯୬% ଭାରତୀୟ କମ୍ପାନୀ ସାଇବର ଆକ୍ରମଣ ମୁକାବିଲା ପାଇଁ ଅକ୍ଷମ

ନୂଆଦିଲ୍ଲୀ, ୨୯।୩:ଭାରତରେ ସାଇବର ଆକ୍ରମଣଜନିତ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ଆକ୍ରମଣର ମୁକାବିଲା ପାଇଁ ମାତ୍ର ୪ ପ୍ରତିଶତ ଭାରତୀୟ କମ୍ପାନୀ ସକ୍ଷମ। ଅର୍ଥାତ୍‌...

ବିପଦରେ ନ୍ୟାୟପାଳିକା

ନୂଆଦିଲ୍ଲୀ,୨୯ା୩(ପି.ଟି.):ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତୁଚ୍ଛ ବିତର୍କ ଏବଂ ମନ୍ଦ ରାଜନୈତିକ କାର୍ଯ୍ୟସୂଚୀ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ସହ ଅଦାଲତକୁ ବଦନାମ କରିବାକୁ ଉଦ୍ୟମ...

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri